ବିହାହିତ ପ୍ରେମିକାର ଗଳା କାଟିଦେଲା ପ୍ରେମିକ

Get real time updates directly on you device, subscribe now.

ଭୁବନେଶ୍ୱର: ମୋ ଜୀନା ହାରାମ୍ କରି ଦେଇଥିଲା । ତା’ ଯୋଗୁଁ ସବୁବେଳେ ମରି ମରି ବଞ୍ଚୁଥିଲି । ଆଜି ବି ବହୁତ ନେହୁରା ହେଲି । ତା’ ଆଗରେ ବିଷ ପିଇଲି । ନିଜ ହାତ ବି କାଟିଲି । ତଥାପି ମାନିଲାନି । ମୁଣ୍ଡକୁ ପିତ୍ତ ଚଢ଼ିଲା । ସିଧା ଗଳା କାଟି ମାରିଦେଲି…
ଏହା କୌଣସି ସିନେମା କି ନାଟକର ସଂଳାପ ନୁହେଁ । ବଂର ଜଣେ ପ୍ରେମିକର ବର୍ବରତାଭରା ପ୍ରତିଶୋଧର କାହାଣୀ । ପୁରୁଣା ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳରେ ଆଜି ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍ ରିଙ୍କି(୨୬)ଙ୍କୁ ଗଳା କାଟି ହତ୍ୟା କରାଯାଇଛି । ହତ୍ୟା ଅଭିଯୁକ୍ତ ତଥା ତାଙ୍କ ପ୍ରେମିକ ଜଗନ୍ନାଥ ପ୍ରଧାନ (୩୦) ନିଜେ ମଧ୍ୟ ବିଷ ପିଇବା ସହ ହାତକୁ ବ୍ଲେଡ୍ରେ କାଟି ଦେଇଛନ୍ତି । ସେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।
ଏୟାରଫିଲ୍ଡ ଥାନା ପୁଲିସ୍ ଘଟଣାସ୍ଥଳରୁ ରିଙ୍କିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । କେସ୍ ନମ୍ବର ୨୦୯ରେ ଏକ ମାମଲା ରୁଜୁ କରି ଆଇପିସି ଦଫା ୩୦୨(ହତ୍ୟା), ୩୦୯(ଆତ୍ମହତ୍ୟା ଉଦ୍ୟମ)ରେ ପୁଲିସ ତଦନ୍ତ ଚଳାଇଛି । ଆହତ ଜଗନ୍ନାଥଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରେ ତାଙ୍କୁ ଜେରା କରାଯିବ ବୋଲି ପୁଲିସ କହିଛି । ପୁରା ଘଟଣାଟି ଏମିତି । ଯାଜପୁର କୁଆଖିଆ ଅଞ୍ଚଳରେ ରିଙ୍କି ଓ ଜଗନ୍ନାଥ ଉଭୟେ ରହୁଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । କିନ୍ତୁ ସେହି ଅଞ୍ଚଳର ରାକେଶ ସାହୁ ନାମକ ଯୁବକଙ୍କ ସହ ୨୦୧୪ ମସିହାରେ ରିଙ୍କିଙ୍କ ବିବାହ ହେଲା । ରାକେଶ ୟୁରେକା ଫାରବେସ କମ୍ପାନୀରେ ଭୁବନେଶ୍ୱର ଶାଖାର ସର୍ଭିସ୍ ହେଡ୍ ଅଛନ୍ତି । ଭୁବନେଶ୍ୱରରେ କର୍ମକ୍ଷେତ୍ର ଯୋଗୁଁ ଉଭୟେ ଗତ ୩ ବର୍ଷ ଧରି ଭୀମଟାଙ୍ଗୀ ହାଉସିଂ ବୋର୍ଡ କଲୋନିର ପ୍ଲଟ ନମ୍ବର ଏଏଲ/୧ ରେ ଭଡ଼ାରେ ରହୁଥିଲେ । ଉଭୟଙ୍କର ୩ବର୍ଷର ପୁଅ ରହିଛି ।
ପୁଲିସ ସୂଚନା ଦେଇଛି ଯେ, ଆଜି ଦିନ ସାଢେ଼ ୧୧ଟା ରାକେଶ ପୁଲିସ କଣ୍ଟେ୍ରାଲ ରୁମ୍କୁ ଫୋନ୍ କରି ହତ୍ୟା ସମ୍ପର୍କରେ ଖବର ଦେଇଥିଲେ । ସେ କହିଥିଲେ ଯେ, କେହି ଜଣେ ମୋ ସ୍ତ୍ରୀକୁ ମାରି ଦେଇଛି । ମତେ ଭିଡିଓ କଲ୍ କରି ଦେଖାଉଛି । ମୋ ହ୍ୱାଟସ୍ଅପ୍କୁ ସ୍ତ୍ରୀର ମୃତଦେହ ଫଟୋ ପଠାଇଛି । ମୁଁ ଅଫିସ୍ରେ ଅଛି । ଆପଣ ତୁରନ୍ତ ଘଟଣାସ୍ଥଳକୁ ଯାଆନ୍ତୁ । ତୁରନ୍ତ ଏକ ପିସିଆର୍ ଭ୍ୟାନ୍ ଓ ଏୟାରଫିଲ୍ଡ ଥାନାର ଏକ ଗାଡିÿ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲା । ପୁଲିସ୍ ରାକେଶଙ୍କ ରୁମ୍ର କବାଟ ଭାଙ୍ଗି ଭିତରେ ପଶିଥିଲା । ରୁମ୍ର ଏକ କଡ଼ରେ ଜଗନ୍ନାଥ ନିଶ୍ଚେଜ ଅବସ୍ଥାରେ ପଡିଥିବା ପୁଲିସ ଦେଖିଥିଲା । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠା ଯାଇଥିଲା । ରୁମ୍ ଚଟାଣରେ ରିଙ୍କିଙ୍କ ମୃତଦେହ ପଡିÿଥିଲା । ତାଙ୍କ ଗଳାକୁ ଏକ ଧାରୁଆ ଛୁରିରେ କଟା ଯାଇଥିଲା । ବାମପାଶ୍ୱର୍ ହାତ ବି ଏକ ଧାରୁଆ ଛୁରୀରେ କଟିଥିଲା । ମୃତଦେହ ଚାରିପଟେ ରକ୍ତଧାର ବୋହୁଥିଲା । ଖଟର ବେଡସିଟ୍ ଓ କାନ୍ଥରେ ରକ୍ତ ଛିଟିକା ଲାଗିଥିଲା । ଖଟ ଉପରେ ଓ ଚଟାଣରେ ୨ଟି ନୂଆ ଧାରୁଆ ଛୁରୀ ପଡିଥିଲା ।
ପୁଲିସ ସ୍ୱାମୀଙ୍କ ସହ ଘର ମାଲିକଙ୍କୁ ଘଟଣା ସମ୍ପର୍କରେ ପଚାରି ଥିଲା । କିନ୍ତୁ ଜଗନ୍ନାଥ କେତେବେଳେ ଘରକୁ ଆସିଲେ, ଏନେଇ କାହା ପାଖରେ ଖବର ନଥିଲା । ଫରେନ୍ସିକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ପ୍ରମାଣ ସଂଗ୍ରହ କରି ଫେରିଛି । ଘରେ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା । ଯାହାକୁ ଜବତ କରାଯାଇଛି ।
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ମହିଳାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ଚିହ୍ନଟ କରିଛନ୍ତି । କିନ୍ତୁ ଗୁରୁତର ବ୍ୟକ୍ତି ଜଣଙ୍କୁ ସେ ଚିହ୍ନି ନଥିବା କହିଛନ୍ତି । ହତ୍ୟାଟି ପ୍ରେମଜନିତ । ପ୍ରେମରେ ବିଫଳ ଯୋଗୁଁ ସେ ଏମିତି କରିଥାଇପାରନ୍ତି ବୋଲି ପୁଲିସ ସନେ୍ଦହ କରୁଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons