ବୀଭତ୍ସ ହତ୍ୟା: କିଏ କାଟିଦେଲା ଗୁଣସାଗରଙ୍କ ବେକ ?

Get real time updates directly on you device, subscribe now.

ଝାରସୁଗୁଡା: ଝାରସୁଗୁଡ଼ା ପୁଡ଼ାମାଲ ଗାଁ ନିକଟରେ ବୀଭତ୍ସ ହତ୍ୟା କାଣ୍ଡ ଦେଖିବାକୁ ମିଳିଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁଣସାଗର ଦାଶ ନାମକ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ସେ ଘରୁ ବାହାରକୁ ଯାଇଥିଲେ। କିନ୍ତୁ ତା’ ପରଠାରୁ ଘରକୁ ଫେରି ନଥିଲେ। ରାତି ସାରା ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ।
ଆଜି ସକାଳୁ ଗୁଣସାଗରଙ୍କ ଗଳାକ କଟା ମୃତ ଦେହ ଠାବ କରାଯିବା ପରେ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ଛାନଭିନ୍ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons