କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ାରେ ପୁଣି ଥରେ ଅଦମ୍ୟ ସାହସିକତା ଦେଖାଇ ଜଣେ ବୃଦ୍ଧଙ୍କ ଜୀବନ ବଞ୍ଚାଇବାରେ ସମର୍ଥ ହୋଇଛନ୍ତି ଦୁଇ ଭଉଣୀ । ବ୍ରାହ୍ମଣୀ ନଈରେ ବୁଡ଼ି ଯାଉଥିବା ପଟ୍ଟାମୁଣ୍ଡାଇ ଥାନା ଅଧୀନ ସିଦ୍ଧବାଲି ଗ୍ରାମର ବୃଦ୍ଧ ଉମେଶ ଦାସ(୬୨)ଙ୍କୁ ସେମାନେ ମୃତୁ୍ୟ ମୁଖରୁ ରକ୍ଷା କରି ଚର୍ଚ୍ଚା ସାଉଣ୍ଟିଛନ୍ତି । ସାହସୀ ଦୁଇ ଭଉଣୀ ହେଲେ ଅମୃତମଣୋହୀ ପଞ୍ଚାୟତ ନୂଆଡ଼ିହା ଗ୍ରାମର ହିମାଦ୍ରୀ ପାତ୍ରଙ୍କ ଦୁଇ ଝିଅ ରିମା ପାତ୍ର (୨୪) ଏବଂ ସୀମା ପାତ୍ର (୨୨) । ଉଭୟ ଯୁକ୍ତ ୩ ପାସ୍ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧବାଲି ଗ୍ରାମରେ ରହୁଥିବା ଉମେଶ ସବୁଦିନ ପରି ଆଜି ବ୍ରାହ୍ମଣୀ ନଈକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉଥିବା ବେଳେ ପ୍ରଖର ସୁଅ ଯୋଗୁଁ ସେ ଭାସିଯାଇଥିଲେ । ଉମେଶ ଭାସିଯାଇ ଚିକ୍ରାର କରୁଥିବା ବେଳେ କୂଳ ପାଖରେ ରିମା ଓ ସୀମା ଶୁଣିଥିଲେ । ସେମାନେ ବିଳମ୍ୱ ନକରି ବୃଦ୍ଧଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଥିଲେ । ରିମା ଜୀବନକୁ ପାଣି ଛଡାଇ ତକ୍ରାଳ ଭରାନଈକୁ ଲମ୍ଫ ପ୍ରଦାନ କରିଥିଲେ । ପହଁରି ପହଁରି ବୃଦ୍ଧଙ୍କ ପାଖରେ ପହଞ୍ଚô ତାଙ୍କୁ ନଈକୂଳକୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସୀମା କୂଳରେ ରହି ଏକ ଆଙ୍କୁଡ଼ି ସାହାଯ୍ୟରେ ନଈ କୂଳକୁ ଉଭୟଙ୍କୁ ଟାଣି ଆଣିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ । ଶେଷରେ ସେମାନଙ୍କ ମିଳିତ ଉଦ୍ୟମ ସଫଳ ହୋଇଥିଲା । ଦୁଇ ଭଉଣୀଙ୍କ ସାହସିକତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ବୃଦ୍ଧଙ୍କ ଜୀବନରକ୍ଷା କରାଯାଇ ପାରିଲା । ସେମାନଙ୍କ ସାହସିକ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଉଛି ।
Comments are closed, but trackbacks and pingbacks are open.