ବୁଧବାର ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ): ତାଳଚେର ଥର୍ମାଲ୍ ପାୱାର ଷ୍ଟେସନ୍(ଟିଟିପିଏସ୍) ବନ୍ଦକୁ ନେଇ ଆନେ୍ଦାଳନ ତେଜିବାର ଲାଗିଛି । ତାଳଚେର କ୍ରିୟାନୁÂାନ କମିଟି ପକ୍ଷରୁ ଆସନ୍ତାକାଲି ତାଳଚେରରେ ଅର୍ଥନୈତିକ ଅବରୋଧ ଘୋଷଣା କରାଯାଇଥିବା ବେଳେ ଆସନ୍ତା ବୁଧବାର ୧୨ ଘଣ୍ଟିଆ ଅନୁଗୁଳ ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେଡି । ଟିଟିପିଏସ୍କୁ ପୁନଃ କାର୍ଯ୍ୟକ୍ଷମ ଦାବିରେ ଆସନ୍ତା ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବ ବିଜେଡି । ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟସବୁ କିଛି ବନ୍ଦ ରହିବ । ରେଳ ଚଳାଚଳଠୁ ନେଇ ଦୋକାନ, ବଜାରରେ ତାଲା ଝୁଲିବ । ସୋମବାର ସନ୍ଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଜିଲ୍ଲା ବିଜେଡି ଏହି ଘୋଷଣା କରିଛି । ଆଗାମୀ ଦିନରେ ଟିଟିପିଏସ୍ ଚାଲୁ ନକଲେ ଆନେ୍ଦାଳନ ତୀବ୍ରତର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।
ବିଜେଡି ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ୱରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଟିଟିପିଏସ୍ ବନ୍ଦ୍କୁ ଦଳର ବିଧାୟକମାନେ ତୀବ୍ର ନିନ୍ଦା କରିଛନ୍ତି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି, ଟିଟିପିଏସ୍ରୁ ୧୯୬୮ ମସିହାରୁ ବିଦୁ୍ୟତ୍ ଉପôାଦନ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ସର୍ବପୁରାତନ ତାପଜ ବିଦୁ୍ୟତ୍ କେନ୍ଦ୍ର ଛିଡ଼ା ହୋଇଥିଲା । ଓଡ଼ିଶା ସମେତ ୫ଟି ରାଜ୍ୟକୁ ବିଦୁ୍ୟତ୍ ଯୋଗାଇ ଆସିଛି ଟିଟିପିଏସ୍ । ମାତ୍ର କେନ୍ଦ୍ରର ଏନ୍ଡିଏ ସରକାର ଚକ୍ରାନ୍ତ କରି ଏବେ ଟିଟିପିସିଏସ୍କୁ ବନ୍ଦ କରିଛନ୍ତି । ମାର୍ଚ୍ଚ ୩୧ ତାରିଖରୁ ସମ୍ପୂର୍ଣ୍ଣ ଭାବେ ବିଦୁ୍ୟତ୍ ଉପôାଦନ ଠପ୍ ହୋଇଯାଇଛି । ପରିବେଶ ମଞ୍ଜୁରୀ ଓ ଯନ୍ତ୍ରାଂଶ ପୁରୁଣା ହୋଇଗଲା କହି ଜିଲ୍ଲାର ଗର୍ବ ଓ ଗୌରବକୁ ବନ୍ଦ କରିଦିଆଯାଉଛି । ଟିଟିପିଏସ୍ ବନ୍ଦ ହେଲେ ଏହା ଉପରେ ନିର୍ଭର କରି ବଞ୍ଚୁଥିବା ହଜାର ହଜାର ଲୋକ ପ୍ରଭାବିତ ହେବେ । ଟିଟିପିଏସ୍ରେ ୨୬୨ ଜଣ ସ୍ଥାୟୀ କର୍ମଚାରୀ ଥିବା ବେଳେ ପ୍ରାୟ ୧୪୦୦ ଠିକା କର୍ମଚାରୀ ରହିଛନ୍ତି । ଟିଟିପିଏସ୍ ବନ୍ଦ ହେଲେ ଏହି ଠିକା କର୍ମଚାରୀ କେବଳ ଜୀବିକା ହରାଇବେନି ବଞ୍ଚିବାର ରାହା ହରାଇବେ । ଏନ୍ଟିପିସି କର୍ତ୍ତୃପକ୍ଷ କହୁଥିବା ପରିବେଶ ମଞ୍ଜୁରୀ କଥା କେବଳ ବାହାନା । ଜାଣିଶୁଣି କର୍ତ୍ତୃପକ୍ଷ ପରିବେଶ ମଞ୍ଜୁରୀ ଆବେଦନ କରିନାହାନ୍ତି । ଟିଟିପିଏସ୍ରେ କାର୍ଯ୍ୟରତ କର୍ମଚାରୀଙ୍କ କହିବା ଅନୁସାରେ ଏହି ପ୍ଲାଣ୍ଟ ଆହୁରି ୨୦ ବର୍ଷ ଅନାୟସରେ ବିଦୁ୍ୟତ୍ ଉପôାଦନ କରିପାରିବ । ମାତ୍ର ଚକ୍ରାନ୍ତ କରି ପ୍ଲାଣ୍ଟକୁ ବନ୍ଦ କରିଦିଆଯାଉଛି ବୋଲି ତାଳଚେର ବିଧାୟକ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ୧୯୬୮ ମସିହାରୁ ଆରମ୍ଭ ହୋଇଥିବା ପ୍ରଥମ ଷ୍ଟେଜ୍କୁ ପୁରୁଣା କହି ବନ୍ଦ କରିବା ଠିକ୍ ଅଛି । ହେଲେ ୧୯୮୨ ମସିହାରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଷ୍ଟେଜ୍କୁ ବନ୍ଦ କରିବାରେ କୌଣସି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି । ସେହିପରି ଟିଟିପିଏସ୍ର ତୃତୀୟ ଷ୍ଟେଜ୍ କାର୍ଯ୍ୟ ୨୦୧୮ରୁ ଆରମ୍ଭ କରିବା ନେଇ ଏନ୍ଟିପିସି ପ୍ରତିଶ୍ରୁତି ଦେଇ ଆସିଛି । କିନ୍ତୁ ଏପର୍ଯ୍ୟନ୍ତ କାଣିଚାଏ ବି ପଦକ୍ଷେପ ଆରମ୍ଭ ହୋଇନଥିବା ସେ କ୍ଷୋଭର ସହ କହିଛନ୍ତି ।
କେନ୍ଦ୍ରର ଏନ୍ଡିଏ ସରକାରଙ୍କୁ ନିନ୍ଦା କରି ସେ କହିଛନ୍ତି, ତାଳଚେରର ଗର୍ବ ଓ ଗୌରବ ହେଉଛି ଏଫ୍ସିଆଇ ଓ ଟିଟିପିସିଏସ୍ । ଏହି ଦୁଇ ପ୍ଲାଣ୍ଟ ପାଇଁ ଅନୁଗୁଳ ଜିଲ୍ଲାର ସାମଗ୍ରିକ ବିକାଶ ହୋଇଛି । ଏଥିପାଇଁ ପାରିପାଶ୍ୱିର୍କ ଗ୍ରାମଗୁଡ଼ିକ ମଧ୍ୟ ବିକାଶ ଦେଖିଥିଲେ । ହେଲେ କେନ୍ଦ୍ରର ଏନ୍ଡିଏ ସରକାର ଚକ୍ରାନ୍ତ କରି ୨୦୦୨ ମସିହାରେ କାର୍ଯ୍ୟକ୍ଷମ ଥିବା ଏଫ୍ସିଆଇକୁ ବନ୍ଦ କରିଥିଲେ ଓ ଏବେ କାର୍ଯ୍ୟକ୍ଷମ ଥିବା ଟିଟିପିଏସ୍କୁ ବନ୍ଦ କରିଛନ୍ତି । ଏହାକୁ ଜିଲ୍ଲାବାସୀ ଆଦୌ ବରଦାସ୍ତ କରିବେ ନାହିଁ । ଏହାର ପ୍ରତିବାଦରେ ଦଳ ଆସନ୍ତା ବୁଧବାର ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଗୁଳ ବନ୍ଦ କରିବ । ଏହି ସମୟରେ ଛାତ୍ର ବିଜେଡି, ଯୁବ ବିଜେଡି, ମହିଳା ବିଜେଡି ସମସ୍ତେ ଉପସ୍ଥିତ ରହି ବନ୍ଦ ପାଳନ କରିବେ । ଏହାକୁ ପୂର୍ଣ୍ଣ ସମର୍ଥନ କରିବାକୁ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଲ, ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ, ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି କୁମୁଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons