ବୃଦ୍ଧଙ୍କୁ ପଥର ଛେଚି ହତ୍ୟା ସନେ୍ଦହ

Get real time updates directly on you device, subscribe now.

ସୋରଡ଼ା,(ବି.ବି.ନୁ୍ୟଜ): ଗାଁ ଠାରୁ ଗୋଟିଏ କିଲୋମିଟର ଦୂରରେ ବୃଦ୍ଧଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ପୁଲିସ ସନେ୍ଦହ କରୁଛି । ଘଟଣା ଘଟିଛି ଘଟଣା ବଡ଼ଗଡ଼ ଥାନା କଇଠଖଳାଦଣ୍ଡା ଗ୍ରାମ ନିକଟରେ । ମୃତକ ବୃଦ୍ଧ ଡିମ୍ବିରିପଙ୍କାଳ ଗ୍ରାମର ଧର୍ମା ନାୟକ (୬୫) । ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ସନ୍ଧାନୀ କୁକୁର ସହାୟତାରେ ଅନୁସନ୍ଧାନ କରିଛନ୍ତି ।
ଧର୍ମା ଗତକାଲି ଜଳଖିଆ ଖାଇବାକୁ ଘରୁ ଯାଇଥିବାବେଳେ ଆଉ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ସତ୍ତେ୍ୱ ସନ୍ଧାନ ପାଇନଥିଲେ । ଆଜି ସକାଳୁ ବୃଦ୍ଧଙ୍କ ମୃତଦେହ ଗାଁ ନିକଟ ଏକ ବୁଦା ପାଖରେ ପଡ଼ିଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏନେଇ ଥାନାରେ ଖବର ଦିଆଯିବା ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି । ବୃଦ୍ଧଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ପୁଲିସ ସନେ୍ଦହ କରୁଛି । ତାଙ୍କର ପୂର୍ବରୁ କାହା ସହ ପୂର୍ବ ଶତ୍ରୁତା ନଥିବାବେଳେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଏନେଇ ଧର୍ମାଙ୍କ ଝିଅ ସବିତା ନାୟକ ଥାନାରେ ଅଭିଯୋଗ କରିଛନ୍ତି । ୮୨/୨୦୨୧ରେ ଏକ ମାମଲା ପୁଲିସ ରୁଜୁ କରି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons