ବୃଦ୍ଧଙ୍କୁ ହତ୍ୟାକରି କଲେଜ ପରିସରରେ ପୋତିଦେଲେ!

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେସିଡିକେ ଯୁକ୍ତ ୨ ମହାବିଦ୍ୟାଳୟ ପରିସର ବାଲିଗଦାରୁ ଆଜି ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ସ୍ଥାନୀୟ ଦାମୁଡ଼ିଗୋଡା ଗାଁର ମନସୁକ୍ ମହାନ୍ତ(୬୨) । ମନସୁକ୍ଙ୍କୁ ହତ୍ୟା କରିବା ପରେ ବାଲିରେ ପୋତି ଦିଆଯାଇଥିବାର ସନ୍ଦେହ କରାଯାଉଛି । ପୁଲିସ ଏନେଇ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଏବେ କେସିଡିକେ କଲେଜରେ ନିର୍ମାଣ କାର୍ଯ୍ୟ ଚାଲିଛି । ଆଜି ପୂର୍ବାହ୍ନ ୧୦ଟାରେ ଶ୍ରମିକମାନେ କାମ ଆରମ୍ଭ କରିବା ପରେ ବାଲିଗଦାରେ ତାଜା ରକ୍ତ ମେଞ୍ଚାଏ ପଡ଼ିଥିବା ଦେଖିଥିଲେ । ପୁଣି କଲେଜ ବାରଣ୍ଡାରେ ମଣିଷ ଦାନ୍ତ, ରକ୍ତ ପଡ଼ିଥିବାର କଲେଜ କର୍ମଚାରୀମାନେ ଦେଖିବାକୁ ପାଇ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । ଏନେଇ ପୁଲିସକୁ ତୁରନ୍ତ ଖବର ଦିଆଯାଇଥିଲା । ଖବର ପ୍ରଚାରିତ ହେବା ପରେ ସାଧାରଣ ଲୋକେ ଘଟଣାସ୍ଥଳରେ ଜମା ହୋଇପଡ଼ିଥିଲେ । ପୁଲିସ ପହଞ୍ôଚ ବାଲିଗଦାରୁ ମୃତଦେହ ଉଦ୍ଧାର କରିଥିଲା । ଶବଟି ଦାମୁଡିଗୋଡା ଗାଁର ମନସୁକ୍୍ ମହାନ୍ତ(୬୨)ଙ୍କର ବୋଲି ସ୍ଥାନୀୟ ଲୋକେ ଚିହ୍ନଟ କରିଥିଲେ ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ ବୃଦ୍ଧ ମନସୁକ୍ ପ୍ରତିଦିନ ସକାଳେ କଲେଜ କଡ଼ରେ ଥିବା କୁଚିଳା ଗଛରୁ କୁଚିଳା ସଂଗ୍ରହ କରିବାକୁ ଆସନ୍ତି ଏବଂ ଘଣ୍ଟାଏ ଦୁଇ ଘଣ୍ଟା ପରେ ଘରକୁ କୁଚିଳା ନେଇ ଫେରନ୍ତି । କିନ୍ତୁ ଆଜି ସକାଳେ ଗଛ ନିକଟକୁ ଆସି ଆଉ ଫେରିନଥିଲେ ।
ଏହି ଘଟଣାରେ ପୁଲିସ ମନସୁକ୍ଙ୍କ ପଡୋଶୀ ଜୟ ସିଂ ପାତ୍ର, ତାଙ୍କ ପୁଅ ଓ ଜ୍ୱାଇଁଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରୁଥିବାବେଳେ ଜୟ ସିଂ ଅସୁସ୍ଥ ହୋଇପଡ଼ିବା କାରଣରୁ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଯୋଗ୍ୟଯେ ଗତ ଗୁରୁବାର ମନସୁକଙ୍କ ପରିବାର ସହିତ ପଡ଼ୋଶୀ ଜୟ ସିଂଙ୍କ ପରିବାର ମଧ୍ୟରେ କଳିଗୋଳ ଲାଗିଥିଲା । ଜୟ ସିଂଙ୍କ ଘର ପଟ ଏକ ଗଛର ଡାଳ ମନସୁକଙ୍କ ଘର ଉପରକୁ ମାଡିଆସିଥିବାରୁ ମନସୁକ୍ଙ୍କ ପରିବାର ତାକୁ କାଟିଦେଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏହି ବିବାଦରୁ ରାଗ ରଖି ବୃଦ୍ଧ ମନସୁକଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୁଲିସର ସନ୍ଦେହ ଘନୀଭୂତ ହୋଇଛି । ଏହି ଘଟଣାରେ ଥାନାରେ କେସ୍ ନଂ୫୧/୧୯ ରେ ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ଲାଗି ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons