ଚାନ୍ଦବାଲି, (ବି.ବି.ନୁ୍ୟଜ୍): ହଜିଯାଇଛି ମାନବିକତା , ମରିଯାଇଛି ମଣିଷପଣିଆ । ୮୦ ବର୍ଷର ଅନ୍ଧୁଣି ମା’କୁ ଆହାର କେନ୍ଦ୍ର ନିକଟରେ ଛାଡ଼ି ଚାଲିଯାଇଛନ୍ତି ପୁଅ-ବୋହୂ । ଏମତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ର ବାରଣ୍ଡାରେ ।
ଗତକାଲି ସକାଳେ ଏହି ବୃଦ୍ଧାଙ୍କୁ ଏକ ଅଟୋରେ ଆଣି ଆହାର କେନ୍ଦ୍ର ବାରଣ୍ଡାରେ ପୁଅ ବୋହୂ ବସାଇ ଦେଇ ଆମେ ଆସୁଛୁ କହି ଯାଇଥିଲେ ଯେ ଆଉ ଆସିବାର ନାଁ ନେଲେନି । ସକାଳେ ଯାଇ ଦୁଇପ୍ରହର ହେଲା ଜଣେ ବୁଢ଼ି ଏକୁଟିଆ ବସି କାନ୍ଦୁଥିବାର ଦେଖି ଆହାର କେନ୍ଦ୍ରର କର୍ମଚାରୀମାନେ ଗଣ୍ଡେ ଖାଇବାକୁ ଦେଇଥିଲେ । ସଂଧ୍ୟା ହୋଇଗଲା, ଆହାର କେନ୍ଦ୍ରରେ ତାଲା ପଡିଲା,ତଥାପି ପୁଅ- ବୋହୂ ଆସିଲେ ନାହିଁ । ନିକଟରେ ଥିବା ବୈତରଣୀ ନଦୀର ପବନ ବୁଢ଼ିକୁ ବେଶି ବାଧିଲା । କାନ୍ଦିବା ଆରମ୍ଭ କରିବାରୁ କିଛି ଯୁବକ ଓ ଆହାର କେନ୍ଦ୍ରର ୨ ଜଣ କର୍ମଚାରୀ ଘର କେଉଁଠି ପଚାରି ନିରାଶ ହେଲେ ।
ତୁରନ୍ତ ଆହାର କେନ୍ଦ୍ରକୁ ଲାଗିଥିବା ଚାନ୍ଦବାଲି ତହସିଲର ତହସିଲଦାର ଏବଂ ଚାନ୍ଦବାଲି ଏନ୍ଏସିର ଅଧିକାରୀଙ୍କୁ ଖବର ଦେଇଥିଲେ । ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗଣମାଧ୍ୟମର ପ୍ରତିନିଧିମାନେ ସଂଧ୍ୟା ହୋଇଥିଲେ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ବୁଢ଼ିକୁ ଉଦ୍ଧାର କରି ଥାନା ପଛପଟେ ଥିବା ଚାନ୍ଦବାଲି ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାର ୧୬ ନମ୍ବର ବେଡ୍ରେ ବୃଦ୍ଧାଙ୍କୁ ରଖି ଚିକିତ୍ସା ଆରମ୍ଭ କରିଥିଲା ପ୍ରଶାସନ । ଏହି ଖବର ଜୋର ଚର୍ଚ୍ଚା ହେବାରୁ ଡାକ୍ତରଖାନାରେ ଭିଡ଼ ଜମିଥିଲା । ଏ ସଂପର୍କରେ ବୈଦ୍ୟୁତିକ ଗଣମାଧ୍ୟମରୁ ଖବର ଜାଣି ଆଜି ମାନ୍ୟବର ହାଇକୋର୍ଟର ଜଜ୍ ଚାନ୍ଦବାଲି ଜେଏମଏଫ୍ସି ସୁନୀତା ରାଉତଙ୍କୁ ଘଟଣା ସ୍ଥଳକୁ ଯିବାପାଇଁ ନିଦେ୍ର୍ଧଶ ଦେଲେ । ମାନ୍ୟବର ଜଜ୍ ଘଟଣା ସ୍ଥଳରେ ପହଞ୍ଚି ନିଜ ଆଖିରେ ସବୁ ଦେଖିବା ପରେ ପୁଲିସ ଓ ପ୍ରଶାସନକୁ ବୃଦ୍ଧାଙ୍କ ଘର ଠାବ କରିବାକୁ ନିଦେ୍ର୍ଧଶ ଦେଇଥିଲେ ।
ପ୍ରଥମେ ଜଣାପଡୁଥିଲା ବୃଦ୍ଧାଙ୍କ ଘର ଚାନ୍ଦବାଲି ମହୁଲିଆ ଅଞ୍ଚଳରେ । କିନ୍ତୁ ପୁଅ-ବୋହୂ କେନ୍ଦ୍ରାପଡ଼ାରେ ରହୁଛନ୍ତି । ପୈତୃକ ସମ୍ପତ୍ତି ବିକି ନେଇଯିବା ପାଇଁ ବୁଢ଼ୀମା’କୁ ବାଧ୍ୟ କରିବାରୁ ସେଥିରେ ସେ ରାଜି ହୋଇନଥିଲେ । ତେଣୁ କେନ୍ଦ୍ରାପଡ଼ା ଅଞ୍ଚଳରୁ ବୁଢ଼ୀ ମା’କୁ ସାଙ୍ଗରେ ଆଣି ଚାନ୍ଦବାଲି ଆହାର କେନ୍ଦ୍ର ବାରଣ୍ଡାରେ ଛାଡ଼ି ପଳାଇ ଯାଇଥିଲେ । ପ୍ରାଥମିକ ସୂଚନା ଅନୁସାରେ ଏହି ୮୦ ବର୍ଷିଆ ବୃଦ୍ଧାଙ୍କର ନାମ କୁନ୍ତଳା ପୋଥାଳ ଏବଂ ତାଙ୍କ ପୁଅଙ୍କ ନାମ ଅର୍ଜୁନ ପୋଥାଳ ଓ ବୋହୂ କାଳୀ ପୋଥାଳ ବୋଲି ଜଣାପଡିଛି । କେନ୍ଦ୍ରାପଡ଼ା ଠାରୁ ୫୨ କିଲୋମିଟର ଦୂର ଚାନ୍ଦବାଲିକୁ ଆଣି ଜଣେ ବୁଢ଼ି ମା’କୁ ସମ୍ପତ୍ତି ଲୋଭରେ ପୁଅ ବୋହୂ ଛାଡ଼ି ଚାଲିଯିବା ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ଯେଉଥିପାଇଁ ଅସହାୟ ବୃଦ୍ଧାଙ୍କ ପାଖରେ ପହଞ୍ଚି ଯାଇଛନ୍ତି କୋର୍ଟର ବିଚାରପତି ।
ଏହି ରିପୋର୍ଟ ଲେଖା ହେବା ବେଳକୁ ବୃଦ୍ଧା ଚାନ୍ଦବାଲି ଡାକ୍ତରଖାନାରେ ୧୬ ନମ୍ବର ବେଡ୍ରେ ପ୍ରଶାସନ ଦ୍ୱାରା ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହେଲେ ତାଙ୍କୁ ଭଦ୍ରକରେ ଥିବା ଜରା ନିବାସକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି । ଏହା ସହିତ ମାନ୍ୟବର ଜଜ୍ ପୁଲିସକୁ ନିଦେ୍ର୍ଧଶ ଦେଇଛନ୍ତି ତୁରନ୍ତ ଏହି ନିÂୁର ପୁଅ-ବୋହୂକୁ ଠାବ କରି କୋର୍ଟରେ ହାଜର କରାଇବାକୁ । ବାସ୍ତାବିକ ଜଜ୍ଙ୍କର ଏହି ମହାନତା ଅନେକଙ୍କ ମଧ୍ୟରେ ଆଶା ସଂଚାର କରିଛି ।


Comments are closed, but trackbacks and pingbacks are open.