ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ତହସିଲି ଅନ୍ତର୍ଗତ ବାଙ୍ଗୋରକୋଟା ନିକଟରେ ପ୍ରଭାହିତ କୁଶେଇ ନଦୀ ବାଲିଘାଟରୁ ବେଆଇନ ଭାବରେ ବାଲି ଉତ୍ତୋଳନ କରାଯାଇ ବାଲି ମାଫିଆମାନେ ବେଫିକର ଭାଵରେ ଦିବା ରାତ୍ରବାଲି ଚାଲାଣ କରି ମାଲ ମାଲ ହୋଇ ଥିବା ବେଳେ ସରକାରଙ୍କ ରାଜ୍ୟସ୍ଵ କ୍ଷତି ଘଟୁଛି । ତହସିଲ ପ୍ରଶାସନ ଦେଖି ନିରବ ଦ୍ରଷ୍ଟା ସାଜିଛନ୍ତି । ବୁଧବାରେ ବାଲି ଘାଟରୁ ୪ଟି ଟ୍ରାକ୍ଟରରେ ବେଆଇନି ବାଲି ଚାଲାଣ ହେଉଥିବା ବେଳେ ଟମକା ଥାନା ଅଧିକାରୀଣି ସଙ୍ଘମିତ୍ରା ନାୟକ ଖବର ପାଇ କୁଶେଇ ନଦୀଘାଟ ନିକଟରେ ପହଂଚି ୪ଟି ବେଆଇନି ବାଲି ବୋଝେଇ ଟ୍ରାକ୍ଟର ଗାଡ଼ି ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଥିଲେ। ୪ଜଣ ଯୁବକ ହେଲେ ଚଗୁଲୁ ପାତ୍ର, ଭରତ ପାତ୍ର, ନିଲୁ ପାତ୍ର ଓ ଗୋବିନ୍ଦ ଚନ୍ଦ୍ର ଘଡାଇ ବୋଲି ଜଣା ପଡିଛି। ଏବଂ ସେମାନଙ୍କ ବିରୋଧରେ ଟମକା ଥାନା ଅଧିକାରୀଣି ସଙ୍ଘମିତ୍ରା ନାୟକ ଏକ କେସ ରୁଜୁ କରି ଅଭିଯୁକ୍ତମାନଙ୍କୁ କୋଟଚାଲାଣ କରିଛନ୍ତି ।


Comments are closed, but trackbacks and pingbacks are open.