ବେକରେ ଖୁର ଲଗାଇ ସରକାରୀ କର୍ମଚାରୀଙ୍କୁ ବଳାକ୍ରାର!

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଯୁବତୀଙ୍କୁ ବେକରେ ଖୁର ଲଗାଇ ଜବରଦସ୍ତ ବଳାକ୍ରାର । ଏଭଳି ଏକ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯୁବତୀ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ବଳାକ୍ରାର କରିଥିବା ଅଭିଯୁକ୍ତକୁ ବାଲିକୁଦା ପୁଲିସ ଗତକାଲିଠାରୁ ଥାନାରେ ଅଟକ ରଖି ଆଜି କୋର୍ଟଚାଲାଣ କରିଥିବା ଖବର ମିଳିଛି । ଗିରଫ ଯୁବକ ରଘୁନାଥପୁର ଥାନା ଅନ୍ତର୍ଗତ ମଜୁରାଇ ଗ୍ରାମର ସ୍ମୃତି ରଞ୍ଜନ ସ୍ୱାଇଁ । ପୁଲିସ ସୂଚନା ମୁତାବକ, ଏକ ସରକାରୀ ସଂସ୍ଥାରେ ଚାକିରି କରିଥିବା କଥିତ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ ସ୍ମୃତି । ରଘୁନାଥପୁର ଅଞ୍ଚଳରେ ରହି ପଢୁଥିବା ସମୟରେ ହିଁ ଉଭୟ ସ୍ମୃତି ଓ ସଂପୃକ୍ତ ଯୁବତୀଙ୍କ ଭିତରେ ନିବିଡ଼ତା ବଢିଥିଲା । ପରସ୍ପର ଭିତରେ ପରିଚୟ, ନିବିଡ଼ତା ବଢିବା ପରେ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସ୍ମୃତି । କିନ୍ତୁ ଏହି ପ୍ରସ୍ତାବକୁ ଯୁବତୀଙ୍କ ପକ୍ଷରୁ ପ୍ରତ୍ୟାଖାନ କରାଯାଇଥିଲା । ବିବାହ ପ୍ରସ୍ତାବରେ ଅରାଜି ହେବା ସତ୍ତେ୍ୱ ବି ବନ୍ଧୁତାର ବାହାନା କରି ସ୍ମୃତି ଅନେକ ସମୟରେ ଯୁବତୀଙ୍କ ବାଲିକୁଦା ଥାନା ଅଞ୍ଚଳରେ ଥିବା ଘରକୁ ଯିବା ଆସିବା କରିଥାନ୍ତି । ଏମିତିକି ଯୁବତୀଙ୍କ ପରିବାର ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ସ୍ମୃତି ଯିବା ଆସିବା କରିବା ଭିତରେ ଗତ ମେ’ ମାସ ୫ ତାରିଖ ଦିନ ଏଭଳି ଜଘନ୍ୟ ଅପରାଧ କରିଥିଲେ । ଉକ୍ତ ଦିନ ଯୁବତୀଙ୍କ ପରିବାରବର୍ଗ କଟକ ଯାଇଥିଲେ । ଘରେ ଏକୁଟିଆ ଥିଲେ ସଂପୃକ୍ତ ଯୁବତୀ ।
ଯୁବତୀଙ୍କୁ ଏକୁଟିଆ ପାଇ ସ୍ମୃତି ତାଙ୍କ ବେକରେ ଖୁର ଲଗାଇ ବଳାକ୍ରାର କରିଥିଲେ । ତାଙ୍କୁ ମାଡ଼ ମାରି ଜାତିଆଣ ଆକ୍ଷେପ କରିଥିଲେ । ଘର ଭିତରେ ଏକପ୍ରକାର ଆତଙ୍କ ଖେଳାଇ ଯୁବତୀଙ୍କ ତିନୋଟି ମୋବାଇଲ ଫୋନ୍ ଧରି ସ୍ମୃତି ନିଜ ବାଇକ୍ରେ ପଳାଇଥିଲେ ବୋଲି ଯୁବତୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ବଳାକ୍ରାର ପରେ ଲୋକଲଜ୍ଜା ଭୟରେ ଯୁବତୀଙ୍କ ପକ୍ଷରୁ ତତ୍କାଳ ଥାନାରେ ଅଭିଯୋଗ କରାଯାଇ ନ ଥିଲା । କିନ୍ତୁ ଜୁଲାଇ ୨୧ ତାରିଖ ବିଳମ୍ବିତ ରାତିରେ ପୁନର୍ବାର ସ୍ମୃତି ନିଜ ଆଡ଼ୁ ଯୁବତୀଙ୍କ ମା’ଙ୍କୁ ଫୋନ୍ କରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା । ଯୁବତୀଙ୍କୁ ବଳାକ୍ରାର କରିଥିବା ମଧ୍ୟ କହିଥିଲା । ଏମିତିକି ଝିଅର ଜୀବନ ନଷ୍ଟ କରିଦେବି ବୋଲି ଧମକ ଦେଇଥିଲା । ଏହାପରେ ଝିଅକୁ ପଚାରି କଥା ସତ୍ୟ ବୋଲି ଯୁବତୀଙ୍କ ମାଆ ଜାଣିବାକୁ ପାଇଥିଲେ । ପରେ ଅର୍ଥାତ ଗତ ଅଗଷ୍ଟ ମାସ ୬ ତାରିଖରେ ଯୁବତୀଙ୍କ ପକ୍ଷରୁ ବାଲିକୁଦା ଥାନାରେ ଅଭିଯୋଗ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ । ଅପରପକ୍ଷେ ଏହି ଘଟଣା ସାମ୍ନାକୁ ଆସିବା ପୂର୍ବରୁ ଜଗତସିଂହପୁର ଥାନାରେ ଅନୁରୁପ ଏକ ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ମଧ୍ୟ ଏକ ସରକାରୀ ସଂସ୍ଥାରେ ଚାକିରି କରିଥିବା ଜଣେ ଯୁବତୀଙ୍କ ପକ୍ଷରୁ କରାଯାଇଥିଲା । ଅଭିଯୋଗ ଉପରେ ଜଗତସିଂହପୁର ଟାଉନ୍ ପୁଲିସ ପକ୍ଷରୁ ସରକାରୀ ଚାକିରି କରିଥିବା ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଥିଲା । ସେଠାରେ ବି ମାରପିଟ୍ ହୋଇଥିବା ଦର୍ଶାଯାଇଥିଲା । ବାଲିକୁଦା ମାମଲା ସହ ଏହି ଘଟଣାର ସାମଞ୍ଜସ୍ୟ ରହିଥିବା ଏବେ ଗୁଞ୍ଜରଣ ଖେଳୁଛି । ଜଗତସିଂହପୁର ଏସ୍ଡିପିଓ ପ୍ରକାଶ ଚନ୍ଦ୍ର ପାଲ ମଧ୍ୟ ଦୁଇ ଘଟଣାର ଅଭିଯୋଗକାରିଣୀ ସମାନ ଥିବା ସ୍ୱୀକାର କରିଛନ୍ତି । କିନ୍ତୁ ଜଗତସିଂହପୁରରେ ହୋଇଥିବା ଅଭିଯୋଗଟି ଆପୋସ ମିଳାମିଶା ଭିତରେ ସମାଧାନ ହୋଇ ଯାଇଥିବାରୁ ମାମଲା କରାଯାଇ ନଥିବା ଏସଡିପିଓ ଶ୍ରୀ ପାଲ ପ୍ରକାଶ କରିଛନ୍ତି । କିନ୍ତୁ ସରକାରୀ କର୍ମଚାରୀ ହୋଇଥିବା ବେଳେ ଏଭଳି ମାର୍ପିଟ ଓ ଅନ୍ୟ ଏକ ଘଟଣାକ୍ରମରେ ବଳାକ୍ରାର ଭଳି ଅଭିଯୋଗ କରାଯିବା ନେଇ କୌତୂହଳ ପ୍ରକାଶ ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons