ଯାଜପୁର:ବେକରେ ଦଉଡ଼ି ଦେଇ ଦମ୍ପତିଙ୍କ ଆତ୍ମହତ୍ୟା । ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଏପରି କରାଯାଇଥିବା ପୁଲିସ ଅନୁମାନ କରୁଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ବିଂଝାରପୁର ଥାନା ଉତ୍ତରକୂଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ଦୀପକ କୁମାର ନାଥ(୩୩) ଯାଜପୁର ଟାଉନ ଥାନା ଖଣ୍ଡରା ଗ୍ରାମର ଅନିଶା ନାଥ(୨୦)ଙ୍କୁ ଗତ ବର୍ଷ ଜୁଲାଇ ୬ରେ ବିବାହ ହୋଇଥିଲା। ଦୀପକ ହାଇଦ୍ରାବାଦରେ କାର୍ୟ୍ୟ କରୁଥିବା ବେଳେ କରୋନା ପାଇଁ ଭଲ ରୋଜଗାର ନଥିଲା। ଅନ୍ୟପଟେ ବୋହୂ ଅନିଶାଙ୍କୁ ତାଙ୍କ ଶାଶୁ ଓ ନଣନ୍ଦ ନିର୍ୟାତନା ଦେଉଥିବା ଝିଅର ବାପ ଘର ଲୋକ ଅଭିଯୋଗ ଉଠାଇଛନ୍ତି। ଅନିଶା ୬ ମାସ ହେଲା ବାପ ଘରେ ରହୁଥିଲେ। ଗତ ୧୧ ତାରିଖରେ ଦୀପକ ଘରକୁ ଫେରିଥିବା ବେଳେ ଅନିଶା ମଧ୍ୟ ଶାଶୁଘରକୁ ଆସିଥିଲେ। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଭଲ ସଂପର୍କ ଥିବା ଉଭୟ ପରିବାର କହୁଥିବା ବେଳେ ବିଂଝାରପୁର ଥାନାଧିକାରୀ ଅମରେନ୍ଦ୍ର ଦାଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.