ବେକାବୁ ହେଉଛି ଶିମିଳିପାଳର ବନାଗ୍ନି

Get real time updates directly on you device, subscribe now.

ବାରିପଦା, (ବି.ବି.ନୁ୍ୟଜ): ‘ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜଙ୍ଗଲର ନିଅାଁ ଲାଗିଛି । ନିଅାଁ ସଂପୂର୍ଣ୍ଣ ଭାବେ ଆୟତ୍ତରେ’ ବୋଲି ଆରମ୍ଭରୁ ସରକାର ଶିମିଳିପାଳର ବନାଗ୍ନିକୁ ନେଇ ହାଲକା ମନ୍ତବ୍ୟ ଦେଇଆସୁଥିବା ବେଳେ ନେଡିଗୁଡ କହୁଣୀକୁ ବୋହିଯିବା ଦେଖି ଏବେ ଆrନ ମୋଡକୁ ଆସିଛନ୍ତି । ସମୟ ଯେତେ ଗଡୁଛି ଶିମିଳିପାଳରେ ହୁ ହୁ ହୋଇ ଦିନରାତି ଜଳୁଥିବା ବନାଗ୍ନି ବେକାବୁ ହେବାରେ ଲାଗିଛି । ବିଶ୍ୱବିଖ୍ୟାତ ଶିମିଳିପାଳରେ ସ୍ଥିତି ଦିନକୁ ଦିନ ଭୟାନକ ହୋଇ ଚାଲିଥିବା ବେଳେ ସରକାର ବନାଗ୍ନିକୁ ଆୟତ୍ତ କରିବାକୁ ଟାସ୍କଫୋର୍ସ ଗଠନ କରିଛନ୍ତି । ଯାହା ବୁଧବାର ଠୁ ତାର କାର୍ଯ୍ୟ ଆରମ୍ଭ କରିଛି । ସେପଟେ ନିଅାଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ସମେତ ଓଡ୍ରାଫ୍କୁ ମଧ୍ୟ ଦାୟିତ୍ୱ ଦିଆ ଯାଇଛି । ଖାଲି ସେତିକି ନୁହେଁ, ୩ଦିନ ଆଗରୁ ଯେଉଁ ଜିଲ୍ଲା ପ୍ରଶାସନ ସ୍ଥିତି ନିୟନ୍ତ୍ରଣରେ ବୋଲି ସରକାରଙ୍କ ସହ ସ୍ୱର ମିଳାଇ ଶିମିଳିପାଳରେ ଲାଗିଥିବା ନିଅାଁକୁ ଅତ୍ୟନ୍ତ ହାଲକା ଭାବେ ନେଉଥିଲା ମଙ୍ଗଳବାର କିନ୍ତୁ ନିଜର ଚିନ୍ତାଧାରା ବଦଳାଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କରିଛି ।
ମଙ୍ଗଳବାର ଖୋଦ୍ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ସ୍ମିଥ ପରମାର ଏବଂ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀଙ୍କ ସମେତ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବଡଗାଁ କୁ ଯାଇ ସେଠାରେ ଶିମିଳିପାଳ ପାଦ ଦେଶରେ ଥିବା ଜଙ୍ଗଲରେ ଲାଗିଥିବା ନିଅାଁର ସ୍ଥିତିକୁ ଅନୁଧ୍ୟାନ କରିବା ସହିତ ଗ୍ରାମବାସୀଙ୍କ ସହିତ ବନାଗ୍ନି ରୋକିବାକୁ ଆଲୋଚନା କରିଛନ୍ତି । ସ୍ଥାନୀୟ ସରପଞ୍ଚ ଏବଂ ସ୍ଥନୀୟ ଅଧିବାସୀ ଯେଉଁମାନେ ପିଢି ପରେ ପିଢି ଜଙ୍ଗଲ ଉପରେ ନିର୍ଭର କରି ନିଜର ଜୀବନ ଜୀବିକା ନିର୍ବାହ କରି ଆସିଛନ୍ତି ସେମାନଙ୍କ ସହ ଜଙ୍ଗଲରେ ନିଅାଁ ରୋକିବାକୁ ଏବଂ ଜଙ୍ଗଲରେ ନିଅାଁ ଲଗାଉଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଆଲୋଚନା ସହିତ ଶିମିଳିପାଳ ଆମ ପାଇଁ କେତେ ଉପକାରୀ ସେ ନେଇ ସଚେତନତା ସୃଷ୍ଟି କରିଛନ୍ତି । ସେଠାରୁ ଫେରିବା ପରେ ରାଜ୍ୟ ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁÂିତ ହୋଇ ଯାଇଛି । ସେପଟେ ଶିମିଳିପାଳ ନିଅାଁକୁ ଆୟତ୍ତ କରିବା ପାଇଁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡିଓ ତହସିଲଦାର ସମସ୍ତ ସରକାରୀ ପଦାଧିକାରୀ ଓ କର୍ମଚାରୀ ମାନଙ୍କୁ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଜିଲ୍ଲାପାଳ ବିନୀତ ଭରଦ୍ୱାଜ କହିଛନ୍ତି ଯେ, ସ୍ଥାନୀୟ ଲୋକଙ୍କୁ ସଚେତନ କରି ଶିମିଳିପାଳରେ ନିଅାଁ ଲିଭାଇବା କାର୍ଯ୍ୟ ବର୍ଷା ଦିନ ପର୍ଯ୍ୟନ୍ତ ଜାରି ରହିବ । ଯେଭଳି ଆଉ ବନାଗ୍ନି ଯୋଗୁଁ ଶିମିଳିପାଳର ବ୍ୟାପକ କ୍ଷୟକ୍ଷତି ନ ହେଉ ସେଥି ପ୍ରତି ନଜର ରଖାଯିବ । ଏଥି ସହିତ ଶିମିଳିପାଳ ପାଦ ଦେଶରେ ଏବଂ ଜଙ୍ଗଲ ଭିତରେ ରହୁଥିବା ଲୋକଙ୍କୁ ଶ୍ରୀ ଭରଦ୍ୱାଜ କୌଣସି ପରିସ୍ଥିତିରେ ଜଙ୍ଗଲରେ ନିଅାଁ ଲଗାଇବାକୁ ବାରଣ କରିବା ସହ ଜଙ୍ଗଲରେ ନିଅାଁ ଲଗାଉଥିବା ଦୁର୍ବୃତ୍ତଙ୍କୁ ଠାବ କରିବାକୁ ପରାମର୍ଶ ଦେଇଛନ୍ତି । ଶିମିଳିପାଳ ନିଅାଁକୁ ଆୟତ୍ତକୁ ଆଣିବାକୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ବୁଧବାର ଭଞ୍ଜସେନା ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆ ଯାଇଛି । ସେପଟେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଠୁ ଆରମ୍ଭ କରି ମହାରାଜା ଶ୍ରୀରାମଚନ୍ଦ୍ର ବିଶ୍ୱବିଦ୍ୟାଳୟର ଏମଏସଡବ୍ଲୁ୍ୟ ବିଭାଗର ଛାତ୍ରମାନେ, ବନ କର୍ମଚାରୀମାନେ, ଅଗ୍ନିଶମ ବାହିନୀର କର୍ମକର୍ତ୍ତ ।, ସଚେତନ ନାଗରିକ ଏବଂ ଗ୍ରାମବାସୀ, ବନ କର୍ମଚାରୀ, ପୁଲିସ କର୍ମଚାରୀ ଏଭଳି ବିଭିନ୍ନ ବର୍ଗର ଲୋକେ ଶିମିଳିପାଳର ବେକାବୁ ବନାଗ୍ନିକୁ ପ୍ରଶମିତ କରିବାକୁ ଶିମିଳିପାଳର ବିଭିନ୍ନ ସ୍ଥାନରେ ଏକତ୍ରିତ ହୋଇ ନିଅାଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ପ୍ରଥମ ଥର ପାଇଁ ବିଜୁ ଜନତା ଦଳର ନେତାମାନେ ଶିମିଳିପାଳର ନିଅାଁ ଲିଭାଇବାକୁ ଜଙ୍ଗଲକୁ ଯାଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଶିମିଳିପାଳକୁ କିଭଳି ଅଗ୍ନି ବିପତ୍ତିରୁ ମୁକୁଳା ଯାଇ ପାରିବ କିଭଳି ମନୁଷ୍ୟକୃତ ଅଗ୍ନିକାଣ୍ଡରୁ ଶିମିଳିପାଳ ବର୍ତ୍ତିବ ସେ ନେଇ ମଧ୍ୟ ଜଙ୍ଗଲ ପାଖାପାଖି ଅଞ୍ଚଳର ଲୋକମାନଙ୍କୁ ଜିଲ୍ଲା ବ୍ୟାପୀ ସଚେତନ କରାଯାଉଛି । ଖାଲି ସେତିକି ନୁହେଁ ଯେଭଳି ଅତି ଭୟଙ୍କର ସ୍ଥିତିରେ ଶିମିଳିପାଳର ବନାଗ୍ନି ବର୍ତ୍ତମାନ ବେକାବୁ ହୋଇଛି ତାହାର ପ୍ରଶମନ ପାଇଁ ସରକାର ଏ ଯାଏଁ ଆକାଶ ମାର୍ଗରୁ ଜଳ ସିଞ୍ଚନ ବ୍ୟବସ୍ଥା କରି ନଥିବା ବେଳେ ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରି ନାହିଁ । ପ୍ରକୃତି ସୁନ୍ଦରୀ ଶିମିଳିପାଳର ସୁରକ୍ଷା ପାଇଁ ବର୍ତ୍ତମାନ କେବଳ ବର୍ଷା ହିଁ ଏକ ମାତ୍ର ଭରସା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଦିବାସୀ ଓ ଅଣ ଆଦିବାସୀମାନେ ବନାଗ୍ନି ଦାଉରୁ ସୁରକ୍ଷା ପାଇଁ ବର୍ଷା ନିମିତ୍ତ ପୂଜା ଅର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ସେପଟେ କେତେକ ଦୁର୍ବୃତ୍ତ ଜଙ୍ଗଲରେ ନିଅାଁ ଜାଳି ଅଗ୍ନିଉତ୍ସବ ମନାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଠାକୁରମୁଣ୍ଡା ରେଞ୍ଜରେ ଅସୁରଖାଳ ନିକଟରେ କେତେକ ଦୁର୍ବୃତ୍ତ ମଦ ମାଂସ ଖାଉଥିବା ସହ ରାତିରେ ଜଙ୍ଗଲରେ ନିଅାଁ ଲଗାଉଥିବା ବେଳେ ସ୍ୱେଚ୍ଛାସେବୀଙ୍କ ହାତରେ ଧରା ପଡିଥିଲେ । ସେପଟେ ଗତ କାଲି ଜଙ୍ଗଲରେ ନିଅାଁ ଲଗାଇ ଜଣେ ଗିରଫ ହୋଇଥିବା ବଳେ ବୁଧବାର ମଧ୍ୟ ଆଉ ଜଣେ ଗିରଫ ହୋଇଥିବା ନେଇ ସୂଚନା ମିଳିଛି ।
ଶିମିଳିପାଳରେ ନିଅାଁ ଯୋଗୁଁ ଗତ କିଛି ଦିନ ହେବ ମୟୂରଭଞ୍ଜର ଆକାଶ ସଂପୂର୍ଣ୍ଣ ଧୂଅାଁଳିଆ ଦେଖା ଯାଉଥିବା ବଳେ ରାତିରେ ଶିମିଳିପାଳ ଦାଉ ଦାଉ ହୋଇ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଶିମିଳିପାଳରେ ଏବେ ଶହ ଶହ ନୁହେଁ ବରଂ ହଜାର ହଜାର ଫାୟାର ପଏଣ୍ଟ ସୃଷ୍ଟି ହୋଇଛି । ଯାହା ଶିମିଳିପାଳକୁ ଗ୍ରାସ କରିବାରେ ଲାଗିଛି । ବୁଧବାର ଠାରୁ ୫୦ଜଣିଆ ଓଡ୍ରାଫ୍ ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ବନାଗ୍ନିକୁ ଲିଭାଇବା ପାଇଁ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ଦିନକୁ ଦିନ ଶିମିଳିପାଳ ଜୈବମଣ୍ଡଳର ସ୍ଥିତି ଭୟଙ୍କରରୁ ଅତି ଭୟଙ୍କର ହେଉଥିବା ବେଳେ ଯେଉଁ ଭଳି ଭାବେ ନିଅାଁ ଲିଭାଇବା ପାଇଁ ବନ ବିଭାଗ ପଦକ୍ଷେପ ନେଉଛି ତାହା ଅତ୍ୟନ୍ତ ନୈରାଶ୍ୟ ଜନକ ବୋଲି ଅଭିଯୋଗ ହେଉଛି । ବର୍ତ୍ତମାନ ସ୍ଥିତିରେ ବିଶ୍ୱ ଐତିହ୍ୟ ଶିମିଳିପାଳର ସୁରକ୍ଷା ପାଇଁ କାଳ ବିଳମ୍ବ ନ କରି ଠୋସ ପଦକ୍ଷେପ ନ ହଲେ ସ୍ଥିତି ଯେ ଭୟାବହ ହେବ ତାହା ଜଳ ଜଳ ଦିଶୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons