ବେଙ୍ଗଲରେ ରହିଲେ ବଙ୍ଗଳା ଶିଖିବାକୁ ପଡିବ: ମମତା

Get real time updates directly on you device, subscribe now.

କାଞ୍ଚ୍ରପଡା: ପଶ୍ଚିମବଙ୍ଗରେ ବିଜେପି ପ୍ରଭାବ ବୃଦ୍ଧି ପାଉଥିଲା ବେଳେ ତାକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଓ ବିଜେପି ମ୍ମରେ ହିଂସାକାଣ୍ଡ ମଧ୍ୟ ଲାଗି ରହିଛି । ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏହାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ପଶ୍ଚିମବଙ୍ଗକୁ ସେ ଗୁଜରାଟ ହେବାକୁ ଦେବେ ନାହିଁ ।
ନର୍ଥ ୨୪ ପ୍ରଗଣା ଜିଲ୍ଲାର କାଞ୍ଚ୍ରପଡା ଠାରେ ଆୟୋଜିତ ଏକ ଜନସଭାରେ ଉଦ୍ବୋଧନ ଦେଇ ମମତା କହିଛନ୍ତି ଯେ ରାଜ୍ୟରେ ବଙ୍ଗଳା ଭାଷାର ପ୍ରଚାର ପ୍ରସାର କରିବାକୁ ପଡିବ । ସେ ଯେତେବେଳେ ଉତ୍ତରପ୍ରଦେଶ, ବିହାର ଓ ପଞ୍ଜାବ ଯାଉଛନ୍ତି ସେଠାକାର ଜନସଭାରେ ସେହି ରାଜ୍ୟରେ ପ୍ରଚଳିତ ଭାଷା ତାଙ୍କୁ କହିବାକୁ ପଡୁଛି । ସେହିପରି କେହି ଯଦି ବେଙ୍ଗଲକୁ ଆସିବେ ତାଙ୍କୁ ବଙ୍ଗଳା ଭାଷାରେ କହିବାକୁ ପଡିବ । ତେଣୁ ଏଠାରେ ରହିବାକୁ ହେଲେ ଜଣକୁ ବଙ୍ଗଳା ଶିଖିବାକୁ ହେବ । ବେଙ୍ଗଲରେ ଗୁଣ୍ଡାମାନେ ବାଇକରେ ଚକ୍କର କାଟିବାକୁ ସେ ଆଦୌ ବରଦାସ୍ତ କରିପାରିବେ ନାହିଁ ବୋଲି ଏହି ଅବସରରେ ମମତା କହିଛନ୍ତି । ଲୋକସଭା ନିର୍ବାଚନରେ ବେଙ୍ଗଲରେ ବିଜେପିର ବିପୁଳ ବିଜୟ ପରେ ଦଳୀୟ ନେତା ଓ କର୍ମୀଙ୍କ ମହଲରେ ଉତ୍ସ ।ହ ଭରିଯାଇଛି । ଅପରପକ୍ଷରେ ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ମମତା ବିଜେପି ଉପରେ କ୍ଷୁବ୍ଧ ହୋଇପଡିଛନ୍ତି । ସେଥିପାଇଁ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧିକୁ ଯେକୌଣସି ଉପାୟରେ ରୋକିବାକୁ ସେ ଚାହୁଁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons