ବେଙ୍ଗାଲୁରୁରେ ନାବାଳକ ଶ୍ରମିକ ନିଖୋଜ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ପେଟପାଟଣା ପାଇଁ ଦଲାଲ ହାବୁଡ଼ରେ ପଡି ୧୫ବର୍ଷର ନାବାଳକ ଦାଦନ ଖଟିବାକୁ ଯାଇଥିଲା ବେଙ୍ଗାଲୁରୁ । ଗତ ୧୫ଦିନ ହେଲା ସେଠାରେ ସେ ନିଖୋଜ ହୋଇଯାଇଛି । ସାଥୀରେ ଯାଇଥିବା ଶ୍ରମିକଙ୍କ ପାଖରେ ବି ତା’ର କୌଣସି ଖୋଜଖବର ନାହିଁ । ଏହି ଖବର ଉମରକୋଟ ବ୍ଲକ ରାଜପୁର ପହଞ୍ଚିବା ପରେ ବୁଢା ବାପାମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତୁରନ୍ତ ନିଖୋଜ ପୁଅକୁ ଫେରାଇ ଆଣିବା ଲାଗି ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗାଁର କମଳୁ ଭତ୍ରା ଓ ତୁଳସା ଭତ୍ରାଙ୍କ ପୁଅ ଦେବୀସିଂ ଭତ୍ରା (୧୫) ୪ ମାସ ତଳେ ଗାଁର ଶ୍ରମିକ ଦଲାଲ ମୁନି କଷ୍ଟଙ୍କ ପ୍ରଲୋଭନରେ ପଡ଼ିଥିଲେ । ଅଧିକ ରୋଜଗାର ଆଶାରେ ଗାଁର ଆଉ ଦୁଇଜଣ ଶ୍ରମିକ ଡୁମର ଭତ୍ରା ଓ ଲଚ୍ଛିନ୍ଦ୍ର ଭତ୍ରାଙ୍କ ସହ ବେଙ୍ଗାଲୁରୁର ଧନପୁଞ୍ଜି ଗାଁର କେନାଲ ନିର୍ମାମ କାମ ପାଇଁ ଯାଇଥିଲେ । ମୁନି ସେମାନଙ୍କୁ ନେଇ ବେଙ୍ଗାଲୁରୁ ଯାଇଥିଲେ । କାମରେ ନିୟୋଜିତ କରାଇ ଫେରି ଆସିଥିଲେ । ଦୀର୍ଘ ୩ମାସ କାମ କରିବା ପରେ ୧୫ ଦିନ ତଳେ ଦେବୀସିଂ ଦାନ୍ତ ଘଷିବାକୁ କେନାଲକୁ ଯାଇଥିଲେ । ସେହି ଦିନରୁ ଆଉ ଫେରି ନଥିବା ତାଙ୍କ ସାଥୀ ଶ୍ରମିକମାନେ ସୂଚନା ଦେଇଛନ୍ତି । ରାଜପୁର ଗାଁରେ ମୋବାଇଲ ନେଟୱାର୍କ ନଥିବାରୁ ପଡେଶୀ ବୁଟେଙ୍କାଗୁଡା ଗାଁର ଲୋକଙ୍କୁ ଫୋନ୍ କରି ସେମାନେ ଏ ସଂପର୍କରେ ଅବଗତ କରିଥିଲେ । ଏହା ଜାଣିବା ପରେ ଗ୍ରାମବାସୀ ଶ୍ରମିକ ଦଲାଲ ମୁନି କଷ୍ଟାକୁ ଧରିଥିଲେ । ମୁନି ଦେବୀସିଂଙ୍କୁ ବେଙ୍ଗାଲୁରୁ ଆଣିବାକୁ ଯିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ପରିବାର ଲୋକେ କହିଛନ୍ତି ।
ବୁଢା ବାପାମା’ ପୁଅ ଦାଦନ ଖଟିବା ଯାଇଥିବା ଜାଣିଛନ୍ତି । କିନ୍ତୁ କେଉଁଠିକୁ ଯାଇଥିଲା, ସେ କଥା ଜାଣିନାହାନ୍ତି । ଗତ ୩ ମାସ ମଧ୍ୟରେ ପୁଅ ଟଙ୍କାଟିଏଁ ହେଲେ ଘରକୁ ପଠାଇ ନଥିବା କହିଛନ୍ତି । ଏବେ ଦେବୀସିଂ ନିଖୋଜ ହୋଇଯାଇଥିବା ଜାଣିବା ପରେ ସେମାନେ ନିରାଶ ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ ଗାଁର କମଳୁ କଷ୍ଟା, କିନା ଭତ୍ରା, ଗଞ୍ଚୁ ଭତ୍ରା, ସୁଦଇ ଭତ୍ରା ପ୍ରମୁଖ ଶ୍ରମିକ ଦଲାଲ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏ ସଂପର୍କରେ ଜିଲ୍ଲା ଶ୍ରମଅଧିକାରୀ ନରେନ୍ଦ୍ର ଗାଈପାଇଙ୍କୁ ପଚାରିବାରୁ ସେଭଳି କୌଣସି ଅଭିଯୋଗ ତାଙ୍କ ନିକଟରେ ହୋଇ ନଥିବା କହିଛନ୍ତି । ଗ୍ରାମବାସୀ ଅଭିଯୋଗ କରିବା ପରେ ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons