ବେଦାନ୍ତର ଏସ୍ଏଚ୍ଜି ସଶକ୍ତୀକରଣ ଅଭିଯାନ:ନୂଆ ହଳଦୀ ପ୍ରକ୍ରିୟାକରଣ ଯନ୍ତ୍ର ଉଦ୍ଘାଟିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମହିଳା ସଶକ୍ତ ପାଇଁ ନିଜ ପ୍ରତିଶ୍ରୁତିବଦ୍ଧତାର ଅଂଶସ୍ୱରୂପ ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କ ପାଇଁ ଏକ ନୂଆ ହଳଦୀ ପ୍ରକ୍ରିୟାକରଣ ଯନ୍ତ୍ରର ଉଦ୍ଘାଟନ କରିଛି । ଗ୍ରାମୀଣ ମହିଳାଙ୍କୁ ଦୀର୍ଘସ୍ଥାୟୀ ଜୀବନଜୀବିକା ଯୋଗାଇବାକୁ ସଖୀ ପ୍ରକଳ୍ପ ଅଧୀନରେ କମ୍ପାନି ଏହି ଏସ୍ଏଚ୍ଜି କାର୍ଯ୍ୟକ୍ରମ ଚଳାଇଛି । ଏ ଅବସରରେ ବେଦାନ୍ତ ଲାଞ୍ଜିଗଡ଼ ସିଓଓ ରାକେଶ ମୋହନ କହିଛନ୍ତି, କମ୍ପାନି ଓ କମ୍ୟୁନିଟି ଏକାଠି ମିଶି କିଭଳି ଏକ ଉତ୍ତମ ସମାଜ ଗଠନ କରିପାରିବେ, ବେଦାନ୍ତର ଏସ୍ଏଚ୍ଜି କାର୍ଯ୍ୟକ୍ରମ ତାହାର ଏକ ଉଦାହରଣ । ଲାଞ୍ଜିଗଡ଼ରେ ମହିଳା ଉଦ୍ୟୋଗୀ ସୃଷ୍ଟି ସହ ସେମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଣରେ କମ୍ପାନିର ଅବଦାନ ପାଇଁ ଆମେ ଗର୍ବିତ । ଆଗାମୀ ଦିନରେ ମଧ୍ୟ ଏକ ଦୀର୍ଘସ୍ଥାୟୀ ଜୀବିକା ନିମନ୍ତେ କମ୍ପାନି ନିଜର ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ମୋହନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons