ବେଦାନ୍ତ ହସ୍ପିଟାଲର ମେଗା ସ୍ୱାସ୍ଥ୍ୟ ଶିବିର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ପକ୍ଷରୁ ହରେକୃଷ୍ଣପୁରଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବେଦାନ୍ତ ହସ୍ପିଟାଲ ସହଯୋଗରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ୩୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରି ଡାକ୍ତର ତଥା ବିଶେଷଜ୍ଞଙ୍କ ନିକଟରୁ ବିଭିନ୍ନ ରୋଗ ସମ୍ପର୍କରେ ଆବଶ୍ୟକ ପରାମର୍ଶ ଓ ମାଗଣା ଔଷଧ ନେଇଥିଲେ । ଏ ନେଇ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ୟୁନିଟ୍ ସିଓଓ ରାକେଶ ମୋହନ କହିଛନ୍ତି, କଳାହାଣ୍ଡି ଜିଲ୍ଲାର ଲୋକମାନେ ଆମର ସ୍ୱାସ୍ଥ୍ୟ ପ୍ରକଳ୍ପ ଓ ସ୍ୱାସ୍ଥ୍ୟ ସେବାକୁ ବେଶ୍ ପସନ୍ଦ କରୁଛନ୍ତି । ଏହାର ସଫଳ ପ୍ରତିଫଳନ ମେଗା ସ୍ୱାସ୍ଥ୍ୟ ଶିବିରରେ ଦେଖିବାକୁ ମିଳିଛି । ସୂଚନା ଥାଉକି, ବେଦାନ୍ତ ଲିମିଟେଡ୍ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଜରିଆରେ ଦୁର୍ଗମ ଅଞ୍ଚଳର ୮୦ଟି ଗାଁର ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons