ଲୁଇସଭିଲି: ଆମେରିକାର ଚର୍ଚ୍ଚିତ ଜିମ୍ନାଷ୍ଟ ସିମୋନ ବେଲିସଙ୍କ ଆଧିପତ୍ୟ ଜାରି ରହିଛି । କ୍ରମାଗତ ୬ ବର୍ଷ ହେଲା ସେ ୟୁଏସ୍ କ୍ଲାସିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ହାସଲ କରି ଆସୁଛନ୍ତି । ୪ଥର ଅଲିମ୍ପିକ୍ ଚାମ୍ପିଅନ୍ ବେଲିସ୍ ଅଲ୍ ରାଉଣ୍ଡ ବର୍ଗରେ ମୋଟ୍ ୬୦ ପଏଣ୍ଟ ହାସଲ କରି ଚାମ୍ପିଅନ୍ ହୋଇଥିଲେ । ରିଲି ମ୍ୟାକ୍କୁସ୍କର ୫୮ ପଏଣ୍ଟ ସହ ରୌପ୍ୟ ଓ ଗ୍ରେସ ମ୍ୟାକ୍କାଲମ ୫୭.୭୦୦ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଥିଲେ । ସୂଚନାଯୋଗ୍ୟ, ୨୦୧୩ରୁ ବେଲିସ୍ ଏହି ପ୍ରତିଯୋଗିତାରେ ଅପରାଜେୟ ରହିଛନ୍ତି ।


Comments are closed, but trackbacks and pingbacks are open.