
ଯାଜପୁର,(ବି.ବି.ନୁ୍ୟଜ): ବୈତରଣୀ ନଦୀର ଦେବୀଗଡ଼ା ଘାଟରୁ ଆଜି ପୁଣି ଏକ ମୂର୍ତ୍ତି ଉଦ୍ଧାର କରାଯାଇଛି । ବ୍ୟାରେଜ ନିର୍ମାଣ ପାଇଁ କାର୍ଯ୍ୟ ଚାଲୁଥିବା ବେଳେ ଏହି ମୂର୍ତ୍ତିଟିକୁ ଠାବ କରାଯାଇଥିଲା । ମୂର୍ତ୍ତିଟି ଦକ୍ଷିଣ ଭାରତୀୟ ମନ୍ଦିରରେ ପୂଜା ପାଉଥିବା ମୂର୍ତ୍ତି ପରି ଦେଖାଯାଉଛି । ମୂର୍ତ୍ତିର ଦୁଇ ପାଶ୍ୱର୍ରେ ଗରୁଡ଼ ଓ ଦ୍ୱାରପାଳ ରହିଛନ୍ତି । ପଛପଟେ ମଧ୍ୟ ମେରାବୀ ଭଳି କାରୁକାର୍ଯ୍ୟ ହୋଇଛି । ଏହାକୁ ଶ୍ରୀ ନାରାୟଣଙ୍କ ପ୍ରତିମୂର୍ତ୍ତି ବୋଲି କୁହାଯାଉଛି । ଏହା ମଧ୍ୟରେ ସୁକ୍ଷ୍ମ କାରୁକାର୍ଯ୍ୟ ହୋଇଛି । କେବଳ ସେତିକି ନୁହେଁ ଗୋଟିଏ ପଥରରେ ନିର୍ମିତ ଝରକା ମଧ୍ୟ ଖନନ ବେଳେ ଉଦ୍ଧାର କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୂର୍ତ୍ତି ଉଦ୍ଧାର ସ୍ଥାନର ମାତ୍ର ୨ଶହ ମିଟର ଦୂରରେ ଅବସ୍ଥିତ । କିନ୍ତୁ ଜିଲ୍ଲା ପ୍ରଶାସନର କୌଣସି ବରିÂ ପଦାଧିକାରୀ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଆସିନାହାନ୍ତି । ଗତ ଦୁଇ ମାସ ମଧ୍ୟରେ ତୃତୀୟ ଥର ପାଇଁ ଏହି ମୂର୍ତ୍ତିଟିକୁ ଉଦ୍ଧାର କରାଯାଇଛି ।
ସୂଚନା ଥାଉ କି, ଯାଜପୁର ଓଡ଼ିଶାର ପୁରାତନ ରାଜଧାନୀ । ଅତୀତରେ ଏଠାରେ ରାଜରାଜୁଡ଼ା ଶାସନ ଚାଲିଥିଲା । ବୈତରଣୀ ନଦୀ କୂଳରେ ବହୁ ଦେବାଦେବୀଙ୍କ ମନ୍ଦିର ପ୍ରତିÂା ହୋଇଥିଲା । କେବଳ ସେତିକି ନୁହେଁ କୁହାଯାଏ ଏଠାରେ ଶହ ଶହ ବର୍ଷର ପୂର୍ବର ଶାସକମାନଙ୍କ ରାଜନଅର ମଧ୍ୟ ଏଠାରେ ରହିଥିଲା । ଯାଜପୁର ସହର ଓ ଆଖପାଖରେ ବହୁ ବର୍ଷ ହେଲା ଅନେକ ପ୍ରାଚୀନ କୀର୍ତ୍ତିରାଜି ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି । କୀର୍ତ୍ତିର୍ରାଜିରେ ଭରପୂର ସଦର ବ୍ଲକ ପଣସା-ପାଟପୁର ଠାରୁ ସିଦେ୍ଧଶ୍ୱର ଯାଏ ଦୀର୍ଘ ୭/୮ କିମି ମଧ୍ୟରେ ବୈତରଣୀ ନଦୀ ମଧ୍ୟରୁ ବାଲି ଖନନ ଏବଂ ଦେବୀଗଡ଼ା ଘାଟ ଠାରେ ବ୍ୟାରେଜ ନିର୍ମାଣ ପାଇଁ କାର୍ଯ୍ୟ ଚାଲୁଥିବା ସମୟରେ ବହୁ ପ୍ରାଚୀନ କୀର୍ତ୍ତିରାଜି ମିଳୁଛି । ସିଦେ୍ଧଶ୍ୱର ନିକଟରେ ଏକ ଛୋଟ ମନ୍ଦିରର ଚୁଡ଼ା, ଏକ ବିରାଟ ଶିବଲିଙ୍ଗ ଓ ବୌଦ୍ଧ ସ୍ତୁପ ମାର୍ଚ୍ଚ ୧୫ ତାରିଖରେ ଉଦ୍ଧାର କରାଯାଇଥିଲା । ବାଲି ଲିଜ୍ଧାରୀଙ୍କ ଜେସିବିରେ ସଂପୃକ୍ତ କୀର୍ତ୍ତିରାଜି କିଛି ଅଂଶ ଭାଙ୍ଗି ଯାଇଥିଲା । ଏହାର ଠିକ୍ ସପ୍ତାହ ପରେ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖ ଦିନ ଦେବୀଗଡ଼ା ଘାଟରୁ ପୁଣି ମୁଗୁନିରେ ତିଆରି ବାସୁଆ ବଳଦ ଓ ମହାଦେବ ମୂର୍ତ୍ତି ଉଦ୍ଧାର କରାଯାଇଥିଲା ।
ପ୍ରତ୍ନତତ୍ତ୍ୱ ବିଭାଗକୁ ଦୁଇ ଦୁଇଥର ଜିଲ୍ଲା ପ୍ରଶାସନ ଅବଗତ କରିଥିବା କୁହାଯାଉଛି । କିନ୍ତୁ ପ୍ରତ୍ନତତ୍ତ୍ୱ ବିଭାଗ ଘଟଣା ସ୍ଥଳକୁ ଆସୁନାହାନ୍ତି । ଖୋଦ୍ ଜିଲ୍ଲା ପ୍ରଶାସନର ଅଧିକାରୀ ବି ଏହି ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଅନ୍ୟପକ୍ଷରେ ଏ ସ୍ଥାନରେ ଆହୁରି ବିପୁଳ ମୂଲ୍ୟବାନ କୀର୍ତ୍ତିରାଜି ମାଟି ତଳେ ରହିଥିବାର ଅନୁମାନ କରାଯାଉଛି । ଏ ସବୁକୁ ଉଦ୍ଧାର ତଥା ସଂରକ୍ଷଣ ପାଇଁ ସରକାର ଗୁରୁତ୍ୱ ଦେବାକୁ ବହୁ ବୁଦ୍ଧିଜୀବୀ ମତ ରଖିଛନ୍ତି ।
Comments are closed, but trackbacks and pingbacks are open.