‘ବୈଶାଳୀ’

Get real time updates directly on you device, subscribe now.

ସୁଧୀର କୁମାର ପ୍ରଯୋଜିତ ଆଶୁତୋଷ ଦାସ(ବାବୁ ଦା’)ଙ୍କ ନିର୍ଦ୍ଦେଶିତ ବୈଶାଳୀ ପ୍ରଡକ୍ସନର ପ୍ରଥମ ଅବଦାନ ‘ବୈଶାଳୀ’ । ଓଡ଼ିଆ ଶୀର୍ଷକ ଭରା ଏ ସିନେମାର କଥାବସ୍ତୁ ପ୍ରେମରୁ ଆରମ୍ଭ ଆଉ ପ୍ରେମରେ ଶେଷ । ଆସନ୍ତାକାଲି ଫ୍ରାଇଡେ ରିଲିଜ୍ରେ ସିନେମା ଘରକୁ ଆସୁଥିବା ଏହି ଚଳଚ୍ଚିତ୍ରରେ ଲିଡ୍ରେ ଅଛନ୍ତି ଡା. ପ୍ରୀତ୍, ସୁମନପ୍ରିୟା ଏବଂ ଅଭିଷେକ । ତାଙ୍କ ବ୍ୟତୀତ୍ ବିଜୟ ମହାନ୍ତି, ଅପରାଜିତା, ଗୁଡ୍ଲି, ପ୍ରତିଭା ପଣ୍ଡା, ପୃଥ୍ୱୀରାଜ, ପ୍ରଜ୍ଞା ପ୍ରମୁଖ କଳାକାର ଅଛନ୍ତି । ସିନେମାର ଗୀତଗୁଡ଼ିକୁ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର୍ । ଗାଇଛନ୍ତି ଉଦିତ୍ ନାରାୟଣ, ପାମେଲା ଜୈନ, ହ୍ୟୁମାନ ସାଗର, ଅରବିନ୍ଦ, ମଣ୍ଟୁ ଛୁରିଆ, ଦୀପ୍ତିରେଖା, ଅମ୍ରିତା ଓ ସୋହିନୀ ପ୍ରମୁଖ କଣ୍ଠଶିଳ୍ପୀ । ଡ୍ରାମା ଏବଂ ରୋମାଞ୍ଚରେ ଭରପୁର ‘ବୈଶାଳୀ’ ସଙ୍ଗୀତ ରିଲିଜ୍ ପରେ ଅଧିକ ଦର୍ଶକୀୟ ଆଦୃତି ଲାଭ କରି ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons