ବୋଡେ଼ନ-ପାତାଳଗଙ୍ଗା ରାସ୍ତାରେ ମାଓପୋଷ୍ଟର

Get real time updates directly on you device, subscribe now.

ନୂଆପଡ଼ା (ବି.ବି.ନୁ୍ୟଜ୍): ବେଶ୍ କିଛିଦିନର ନିରବତା ପରେ ଏବେ ପୁଣି ଥରେ ନୂଆପଡ଼ା ଜିଲ୍ଲାରେ ସକ୍ରିୟ ହୋଇଉଠିଛି ମାଓ ସଙ୍ଗଠନ । ଜିଲ୍ଲାର ବୋଡେ଼ନ ଓ ପାତାଳଗଙ୍ଗା ମଧ୍ୟବର୍ତ୍ତୀ ଅଞ୍ଚଳରେ ପୋଷ୍ଟର ଜାରି କରି ନିଜର ଉପସ୍ଥିତି ଜାହିର କରିଛି ଲାଲ୍ବାହିନୀ । ପିଏଲ୍ଜିଏ ସପ୍ତାହ ପାଳନ ଅବସରରେ ସିପିଆଇ ମାଓବାଦୀ ସଙ୍ଗଠନର ମୈନପୁର-ନୂଆପଡ଼ା ଡିଭିଜନ୍ (ଏମ୍ଏନ୍ ଡିଭିଜନ୍) ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ଦର୍ଶାଯାଇଛି ।
ବୋଡେ଼ନ ପାତାଳଗଙ୍ଗା ମୁଖ୍ୟ ରାସ୍ତାରେ ଲଗାଯାଇଥିବା ଉକ୍ତ ପୋଷ୍ଟରରେ ଲାଲ୍ବାହିନୀ ପିଏଲ୍ଜିଏର ୧୯ ବର୍ଷ ପୂର୍ତ୍ତି ପାଳନ ଲାଗି ଉତ୍ସାହୀ ବିପ୍ଳବୀଙ୍କୁ ଆହ୍ୱାନ କରିଛି । ଡିସେମ୍ବର ୨-୮ ତାରିଖ ପର୍ଯ୍ୟନ୍ତ ପିଏଲ୍ଜିଏ ସପ୍ତାହ ପାଳନ ଅବସରରେ ପୀଡ଼ିତ ନିଷ୍ପେଷିତଙ୍କୁ ମୁକ୍ତି ପାଇଁ ଆଗକୁ ଆସିବା ପାଇଁ ମଧ୍ୟ ଆହ୍ୱାନ କରିଛି । ସାମ୍ରାଜ୍ୟବାଦ, ସାମନ୍ତବାଦ, ବ୍ରାହ୍ମଣ ହିନ୍ଦୁ ଫାସୀବାଦ, ଦଲାଲ ନୌକର ଶାହ ବିରୋଧରେ ସଂଘର୍ଷ ପାଇଁ ଡାକରା ଦିଆଯାଇଛି । ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ପୋଷ୍ଟର ଜାରି କରାଯାଇଛି । ପୋଷ୍ଟର ସମ୍ପର୍କରେ ଖବର ପାଇ ସିଆର୍ପିଏଫ୍ ୨୧୬ ବାଟାଲିଅନ୍ର ବୋଡେ଼ନ କ୍ୟାମ୍ପର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଜବତ କରିବା ସହ ଛାନ୍ଭିନ୍ ଆରମ୍ଭ କରିଛନ୍ତି । ଘଟଣାର ତଦନ୍ତ ଚାଲିଥିବାବେଳେ କୁମ୍ବିଂ ଅପରେଶନ୍ ମଧ୍ୟ ଜୋର୍ଦାର କରି ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons