ରାଉରକେଲା : ବୋନସ ପାଇଁ ବିକ୍ଷୋଭ । ଦୁର୍ଗାପୂଜା ମାତ୍ର ଆଉ ୩ଦିନ ରହିଲା ହେଲେ ରାଉରକେଲା ଷ୍ଟିଲ ପ୍ଲାଂଟ କର୍ମଚାରୀମାନଙ୍କୁ ମିଳିନାହିଁ ବୋନସ । ମିଳିବ କି ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଚଳିତବର୍ଷ ରାଉରକେଲା ଷ୍ଟିଲ ପ୍ଲାଂଟ ୧୧୦୦ କୋଟି ଲାଭ କରିଥିଲେ ମଧ୍ୟ କର୍ମଚାରୀମାନଙ୍କୁ ଏପର୍ୟ୍ୟନ୍ତ ମିଳିନାହିଁ ବୋନସ । ଯାହାର ପ୍ରତିବାଦ କରିଛି ରାଉରକେଲା ଶ୍ରମିକ ସଂଘ ସହ ଗାଙ୍ଗପୁର ଶ୍ରମିକ ସଂଗଠନ । ଏହି ଦୁଇ ଶ୍ରମିକ ସଂଗଠନ ମିଳିତ ଭାବରେ ଗତକାଲି ସଂଧ୍ୟାରେ ବୀର ବିର୍ଷ।ମୁଣ୍ଡା ଛକରେ ହାତରେ ଶ୍ରମିକ ସଂଗଠନର ପତକା ଧରି ବିକ୍ଷୋଭ ପ୍ରର୍ଦଶନ କରିବା ସହ ଚେତାବନୀ ଦେଇଛନ୍ତି ଯେ ତୁରନ୍ତ ବୋନସ ଦିଆଯାଉ ନଚେତ୍ ପରିସ୍ଥିତ ଭୟାବହ ହେବ ।
Comments are closed, but trackbacks and pingbacks are open.