
ବୋରିଗୁମ୍ମା,(ମାନସ ରଥଙ୍କ ରିପୋର୍ଟ): ଗୋଟିଏ ଦିିନରେ ବୋରିଗୁମ୍ମାରରେ ପୃଥକ ପୃଥକ ତିନିଟି ଛକରେ ହୋଇଥିଲା ସଡ଼କ ଦୁର୍ଘଟଣା । ଅଳ୍ପକେ ବଞ୍ଚିିଥିଲା ବାଇକ ଚାଳକଙ୍କ ଜୀବନ । ମଧ୍ୟାହ୍ନ ସାଢେ଼ ଦୁଇ ଘଣ୍ଟା ସମୟରେ ବୋରିଗୁମ୍ମା ନୂଆବସଷ୍ଟାଣ୍ଡରେ ଓଏସଆରଟିସି ଏଚ୍ଆଇ-କମ୍ ବସ ସହ ବାଇକ ଚାଳକ ମଧ୍ୟରେ ଘଟିଥିଲା ଦୁର୍ଘଟଣା । ବାଇକ ଚାଳକ ବସର ତଳଭାଗରେ ଯାଇ ପଡିଥିଲେ , ବାଇକ୍ଟି ଚୁରମାର ହୋଇଥିଲା କିନ୍ତୁ ଆରୋହୀ ଜଣଙ୍କ ଜୀବନ ବଂଚିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ବାଇକ ଯୋଗେ ନିକଟସ୍ଥ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆହତ ବ୍ୟକ୍ତିଙ୍କ ହୋସ ନଥିବା ହେତୁ ତାଙ୍କ ପରିଚୟ ମିଳିପାରିନଥିଲା । ସନ୍ଧ୍ୟା ସାତ ଘଣ୍ଟା ସମୟରେ ବୋରିଗୁମ୍ମା ନବରଙ୍ଗପୁର ରୋଡ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଘଟିଥିଲା ଅନ୍ୟ ଏକ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ଆହତ ହୋଇ ରାସ୍ତା ପାଶ୍ୱର୍ରେ ଛିଟିକି ପଡିଥିଲେ ପଡିଗାଁର ଅମର ନାୟକ । ସେ ଆପାଚି ଓଡି୨୪ବି ୪୯୪୧ ନମ୍ବର ବାଇକ ସହ ଯାଉଥିଲେ ନିଜ ରୁମ୍କୁ । ହେଲମେଟ ପରିଧାନ କରିଥିବା ହେତୁ ମୁଣ୍ଡରେ ଶକ୍ତ ଆଘତରୁ ବଂଚିତ ହୋଇଥିଲେ । ସ୍ଥାନୀୟ ଲୋକମାନଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ଆହତ ବ୍ୟକ୍ତିଙ୍କୁ । ତୃତୀୟ ସଡ଼କ ଦୁର୍ଘଟଣା ଘଟିଥିଲା ରାତି ପ୍ରାୟ ସାଢେ଼ ନଅଟା ସମୟରେ । ବୋରିଗୁମ୍ମା କୋଟପାଡ଼ ରୋଡ ଜନଗହଳି ସ୍ଥାନରେ । ସନ୍ତୋଷପୁର ଗ୍ରାମର ସମୀର ଗଣ୍ଡା ଏବଂ କଣାଗାଁର ମହେନ୍ଦ୍ର ଗୌଡ଼ ଦୁହିଁଙ୍କ ବାଇକ୍ ମଧ୍ୟରେ ହୋଇଥିଲା ଦୁର୍ଘଟଣା । କିଛି ସମୟ ପାଇଁ ବୋରିଗୁମ୍ମା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିଡ଼ ଦେଖାଯାଇଥିଲା । ମଞ୍ଜି କଥା ଏହା ଯେ ଗୋଟିଏ ଦିନରେ ତିନିଟି ସଡ଼କ ଦୁର୍ଘଟଣାମ୍ମୁଖ୍ୟ ଘଟଣା ହେଲା ସୁରାପାନର ଓଭର ଡ୍ରିଙ୍କ୍ । ପୂର୍ବରୁ ବୋରିଗୁମ୍ମା ପୋଲିସ ପ୍ରଶାସନ ତରଫରୁ ନିଶାଗ୍ରସ୍ତ ଚାଳକଙ୍କୁ ରଖି ଫାଇନ୍ ଆଦାୟ କରାଯାଉଥିଲା । ଟ୍ରାଫିକ ଛକ ନିକଟରେ କଡାକଡି ଚେକିଂ କରାଯାଉଥିଲା ଯଦ୍ୱାରା ନିଶାଖୋର ଡ୍ରାଇଭରମାନେ ବୋଲ ମାନୁଥିଲେ । ଏବେ କିନ୍ତୁ ମାସ୍କ ଚେକିଂ କରିବାରେ ଅଣ୍ଟା ଭିଡିଥିବା ଦେଖିବାକୁ ମିଳୁଛି ତାହା ପୁଣି ବେଳ କାଳ ଦେଖି । ବୋରିଗୁମ୍ମା ବୁଦ୍ଧିଜୀବୀଙ୍କ ମତରେ ନିଶାଗ୍ରସ୍ତ ଯୋଗୁଁ ହିଁ ସଡ଼କ ଦୁର୍ଘଟଣା ଅଧିକ । ତେଣୁ ନିଶାଗ୍ରସ୍ତଙ୍କୁ ଅଟକ ରଖି ଫାଇନ ଆଦାୟ କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।


Comments are closed, but trackbacks and pingbacks are open.