ବୋଲ ବମ୍ ଯାତ୍ରା ଉପରେ ଲାଗିଲା ରୋକ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍) ମହାମାରୀ କରୋନା ପାଇଁ ଚଳିତ ବର୍ଷ ରାଜ୍ୟସରକାର ବୋଲ ବମ୍ ଯାତ୍ରା ଉପରେ ରୋକ ଲଗାଇ କାଉଡିଆ ମାନଙ୍କୁ ଶୈବପୀଠକୁ ଯିବାପାଇଁ ବାରଣ କରିଛନ୍ତି । ଗତ କାଲି ଠାରୁ ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ଜିଲ୍ଲାପ୍ରଶାସନ ପକ୍ଷରୁ ବୋଲ ବମ ଯାତ୍ରା ଓ କାଉଡିଆ ମାନଙ୍କୁ ପ୍ରବେଶ ନିଷେଧ ନେଇ ବ୍ୟାନର ଲଗାଇ ଜନସଚେତନତା ସୃଷ୍ଟି କରାଯାଇଛି । ମାଲକାନଗିରି ମାଲ୍ୟବନ୍ତ ପବ ର୍ତ ଶୀଖରେ ଥିବା ଦ୍ୱିତୀୟ କପିଳାଶ ଭାବେ ପରିଚିତ ମଲ୍ଲୀକେଶ୍ୱର ଶୈବପୀଠ ନିକଟକୁ ପ୍ରତି ବର୍ଷ ଶ୍ରାବଣ ମାସରେ ଓଡିଶା,ଆନ୍ଦ୍ରପ୍ରଦେଶ,ଛତିଶଗଡ ରାଜ୍ୟରୁ ହଜାର ହଜାର ସଂଖ୍ୟାରେ ବୋଲବମ୍ କାଉଡିଆ ଓ ଶ୍ରଦ୍ଧାଳୁ ଭକ୍ତମାନେ ନିଜର ମାନସିକ ପୁରଣ ନିମନ୍ତେ ଜଳାଭିଷେକ କରିବାକୁ ଆସିଥାନ୍ତି । ମଲ୍ଲକେଶ୍ୱର ପର୍ଯ୍ୟଟନ ସ୍ଥଳି ଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରାବଣ ମାସ ତମାମ ମନ୍ଦିର ପରିସରରେ ନାମ ଯଜ୍ଞ କରିବା ସହିତ ସମସ୍ତ ଭକ୍ତଙ୍କ ପାଇଁ ଅର୍ନପ୍ରସାଦର ବ୍ୟବସ୍ଥା ହୋଇଥାଏ । ଚଳିତ ବର୍ଷ କୋରାନା ମାଡ ପାଇଁ ଶୈବପୀଠଗୁଡିକୁ ବୋଲ ବମ ଯାତ୍ରା ଓ ଭକ୍ତମାନଙ୍କୁ ବାରଣ କରାଯାଇଥିବାରୁ ଜିଲ୍ଲାପ୍ରଶାସନର ପଦକ୍ଷେପକୁ ସ୍ୱାଗତ ଜଣାଇ ଆଜି ସକାଳେ ମଲ୍ଲୀକେଶ୍ୱର ପ ର୍ୟଟନସ୍ଥଳୀ ଓ ଶୈବପୀଠ ପରିଚାଳନା କମିଟିର ପ୍ରଦୀପ ରାଜୁ,ପ୍ରେମାନନ୍ଦ ସ୍ୱାଇଁ,ବାବୁଲି କୋଡେ,କେଶବ ମାଝୀ,
ଭିମ ଗାଦବା ପ୍ରମୁଖ ମଲ୍ଲିକେଶ୍ୱର ଶୈବପୀଠ ନିକଟରେ ପ୍ରହରା ଦେଇ ପାହଡ ଉପରେ ଥିବା ମନ୍ଦିର ପରିସର କୁ ବୋଲ ବମ କାଉଡିଆ ଓ ଭକ୍ତମାନଙ୍କୁ ଯିବା ପାଇଁ ବାରଣକରିଛନ୍ତି । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିଲେ ମଧ୍ୟ ମଲ୍ଲିକେଶ୍ୱର ଶୈବପୀଠ ଭକ୍ତଶୂନ୍ୟ ଥିବାର ଦେଖିବାକୁ ମିଳିଛି । ଠିକ ସେହାପରି ଶିବାନନ୍ଦ ଆଶ୍ରମ,ତଳସାହି, ଜଗନ୍ନାଥମନ୍ଦିର ସାହି,ହାଟପଦା,ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଗୁଡିକରେ ତାଲାପଡି ଯାଇଥିବାର ଦେଖିବାକୁ ମିଳିଛି । ସବୁ ଶୈବପୀଠ ଗୁଡିକରେ ଜିଲ୍ଲାପ୍ଶାସନ ପକ୍ଷରୁ କରୋନା ମହାମାରି ପ୍ରକୋପକୁ ଦୃଷ୍ଟିରଖି ସରକାରଙ୍କ ନିର୍ଦ୍ଧଶେ କ୍ରମେ ଜିଲ୍ଲାପ୍ରଶାସନ ତରଫର ୁ ଜିଲ୍ଲାର ସମସ୍ତ ଧାର୍ମିକ ପୀଠ ସ୍ଥଳୀଗୁଡିକୁ ଅଗଷ୍ଟ ମାସ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ ରଖା ଯାଇଛି,ଏହା ସହିତ ଶ୍ରାବଣ ମାସରେ ପାଳିତ ହେଉଥିବା ବୋଲବମ୍ କାଉଡିଆ ଯାତ୍ରାକୁ ସମ୍ପୁଣ୍ଣ ର୍ ନିଷିଧ କରାଯାଇଛି ବୋଲି ମନ୍ଦିରଗୁଡିକ ଆଗରେ ତହସିଲଦାର ଡ.ଗୁଣନିଧି ନାୟକ ଓ ଅନ୍ୟାନ ଅଧିକାରୀ ମାନେ ବ୍ୟାନର ଲଗାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons