ବୋହୂ କହିଲା ଶ୍ୱଶୁରଙ୍କୁ ବାହାହେଲେ ଶାଶୁଘର ଫେରିବି

Get real time updates directly on you device, subscribe now.

ଅନୁଗୋଳ: ଅଜବ ଜିଦ। ନିଜ ଶଶୁରଙ୍କୁ ବିବାହ କରିବାକୁ ଜିଦ ଧରିଲା ବୋହୂ । ଏକଥାଟା ପଢିବାକୁ ଅଡୁଆ, ଶୁଣିବାକୁ ବି ଅଡୁଆ କିନ୍ତୁ ଏହା ସତ ଘଟଣା। ଆଉ ଆମ ରାଜ୍ୟରେ ହିଁ ଘଟିଛି । ତାଳଚେର ଅଞ୍ଚଳରେ ଏହା ଏବେ ଚର୍ଚ୍ଚାର କାରଣ ହୋଇଛି । ବୋହୂଘର ଗାଁକୁ ଆସି ଭଦ୍ରଲୋକଙ୍କୁ ବସାଇ ବୋହୂକୁ ଫେରାଇ ନେବାକୁ ଚାହିଁଥିଲା ଶ୍ୱଶୁର । କିନ୍ତୁ ସବୁ ଲୋକଙ୍କ ସାମ୍ନାରେ ହଠାତ ବୋହୂ ଉଠିପଡି ଯାହା କହିଲା ତାହା ଶୁଣି କେବଳ ଶ୍ୱଶୁର ନୁହେଁ, ଗାଁଲୋକ ଏପରିକି ବୋହୂର ବାପଘର ଲୋକେବି ହୋଇଗଲେ ତାଜୁବ ।ପୁରା ଘଟଣାଟି ଏମିତି। ଶଙ୍ଖା, ସିନ୍ଦୁର ପିନ୍ଧି ଶ୍ୱଶୁର ସହିତ ବିବାହ କରିବାକୁ ଭଦ୍ର ଲୋକଙ୍କ ଉପସ୍ଥିତିରେ ଜିଦ ଧରିଲା ବିଧବା ବୋହୁ। ଅନଗୁଳ ଜିଲ୍ଲାର ସମଲ ଥାନା ଅନ୍ତର୍ଗତ ତୁମୁଗୁଳା ଗାଁର ଘଟଣା। ଶ୍ୱଶୁରଜଣଙ୍କ ହେଲେ ତାଳଚେର ବ୍ଲକ ଅନ୍ତର୍ଗତ ଷ୍କଟଲ୍ୟାଣ୍ଡ ପୁର ଗାଁର ପରଦେଶୀ ଗୋଛାୟତ । ପରଦେଶୀଙ୍କର ପୈତୃକ ଜମି ଏନ.ଟି.ପି.ସି ରେଲୱେ ଲାଇନରେ ଅଧିଗ୍ରହଣ କରିଥିଲା । ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ଭୂମିହରାଙ୍କୁ ଚାକିରୀ ଭିତ୍ତିରେ ପରଦେଶୀଙ୍କ ବଡପୁଅ ନିଲୁ ଗୋଛାୟତଙ୍କୁ ଚାକିରୀ ମିଳିଥିଲା । କିନ୍ତୁ କିଛି ମାସ ତଳେ କୌଣସି କାରଣରୁ ନିଲୁଙ୍କର ଦେହାନ୍ତ ପରେ ତାଙ୍କ ପତ୍ନୀ ତଥା ପରଦେଶୀ ଗୋଚ୍ଛାୟତଙ୍କ ବୋହୂକୁ ଚାକିରୀରେ ଥଇଥାନ କରାଯାଇଥିଲା । କିନ୍ତୁ କିଛି ଦିନ ପରେ ବିଧବା ବୋହୁ ତାଙ୍କ ପୈତୃକ ଗ୍ରାମ ତୁମୁଗୁଳା ଯାଇ ଆଉ ଶାଶୁ ଘରକୁ ଫେରିନଥିଲେ। ଏହା ପରେ ଶ୍ୱଶୁର ଘର ଲୋକେ ବୋହୂକୁ ଫେରାଇ ଆଣିବା ସହ ତାହାଠାରୁ ଭରଣ ପୋଷଣ ଚାହିଁଥିଲେ । ଏବଂ ବୋହୂଙ୍କୁ ଘରକୁ ଫେରାଇ ଆଣିବାକୁ ଭଦ୍ରଲୋକ ସାହିଭାଇକୁ ଧରି ପହଁଚି ଥିଲେ ବୋହୂ ଘର ଗାଁକେ। ଉଭୟ ପକ୍ଷଙ୍କ ଉପସ୍ଥିତିରେ ଏକ ଗ୍ରାମ ସଭା ବସିଥିଲା ଏବଂ ଭଦ୍ରଲୋକେ ଶାଶୁଘର ଫେରିବା ପ୍ରସଙ୍ଗରେ ବୋହୂକ ମତ ଲୋଡିଥିଲେ ।ଆଲୋଚନା ଚାଲିଥିବା ବେଳେ ବୋହୂଜଣଙ୍କ ସଭାରେ ଉଠିପଡ଼ି ଭଦ୍ରଲୋକଙ୍କୁ ହାତ ଯୋଡ଼ି କହିଲେ, ଶଙ୍ଖା, ସିନ୍ଦୁର ସହ ମୋତେ ମୋ ଶ୍ୱଶୁର ସହିତ ବିବାହ କରିଦିଆଗଲେ ମୁଁ ଶାଶୁ ଘରକୁ ଯିବି । ଏହା ନହଲେ ଯିବିନାହିଁ ବୋଲି ସେ ରୋକଠୋକ କହିଥିଲେ। ଏକଥା ଶୁଣି ବୋହୂଙ୍କ ବାପଘର ଲୋକ ଏବଂ ଉପସ୍ଥିତ ଭଦ୍ରଲୋକ ସମସ୍ତେ ଅବାକ ହୋଇ ଯାଇଥିଲେ। ଏହାପରେ ଭଦ୍ରଲୋକ ଆଉ କିଛି ବିଚାର କରି ପାରିବେନି କହିବା ସହ, ଏହା ପାପ କଥା ଏକଥା କେବେ ହୋଇନାହିଁ ଏବଂ ସମାଜରେ ଏହା ସମ୍ପୂର୍ଣ୍ଣ ଅଶୋଭନୀୟ ବୋଲି କହି ବୋହୂଙ୍କୁ ବୁଝାଇଥିଲେ। କିନ୍ତୁ ବୋହୂ ତାହା ଶୁଣିଲେ ନାହିଁ କିମ୍ବା ବିବାହ ଜିଦରୁ ହଟିଲେ ନାହିଁ । ଏହା ପରେ ସମସ୍ତ ଭଦ୍ରଲୋକ ନାଚାର ହୋଇ ଫେରିଥିଲେ। ଏବେ ଏହି ଘଟଣା ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ କୁହାକୁହି ହେଉଛନ୍ତି, କି କାଳ ହେଲା ଯାହା କେବେ କାନ ଶୁଣି ନ ଥିଲା ତାହା ଶୁଣିଲା । ଏହା ଘୋର କଳିକାଳ ବୋଲି ବୃଦ୍ଧ ଓ ବୟସ୍କମାନେ ମତ ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons