ବୌଦ୍ଧିକ ଶିକ୍ଷାର ବାର୍ତ୍ତାବହ ସାଜିଛି ନୂଆପାଲି ଗୁରୁକୁଳ: ଧର୍ମେନ୍ଦ୍ର

Get real time updates directly on you device, subscribe now.

ବରଗଡ,(ବି.ବି.ନୁ୍ୟଜ୍): ନୀତିଗତ ଶିକ୍ଷା ଉତ୍ତମ ସମାଜ ଗଠନରେ ସହାୟକ ହେଉଥିବା ସମୟରେ ପ୍ରବୃତ୍ତିଗତ ପ୍ରୋତ୍ସାହନ ସାମାଜିକ ଶୃଙ୍ଖଳା ବଜାୟ ରଖେ । ଯେଉଁ ସମାଜକୁ ଗୁରୁମାନଙ୍କ ଉତ୍ତମ ମାର୍ଗଦର୍ଶନ ରହେ, ସେହି ସମାଜର ପ୍ରଗତିକୁ କେହି ଅଟକାଇ ପାରିବେ ନାହିଁ । ଯାହାର ଏକ ଉଦାହରଣ ପାଲଟିଥିବା ନୂଆପାଲି ଗୁରୁକୂଳ ସଂସ୍କୃତ ଟୋଲକୁ ନିଆଯାଇପାରେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇଷ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସଦର ମହକୁମାର ଅନତୀ ଦୂରରେ ଥିବା ନୂଆପାଲି ବୈଦିକ ଶିକ୍ଷାନୁÂାନର ୧୮ ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହାର ପ୍ରାକୃତିକ କଳେବର, ସଂସ୍କୃତ ଟୋଲ, ଶିକ୍ଷାଦାନ ପ୍ରଣାଳୀ ତଥା ଶିକ୍ଷାନବୀଶଙ୍କ ଇଚ୍ଛାଶକ୍ତିକୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଫେସର ସୋମଦେବ ସୀତାଂଶୁଙ୍କ ସଂଯୋଜନାରେ ତଥା ଅଧ୍ୟକ୍ଷ ଭଗବାନ ଦେବଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ ନବପ୍ରଭାତ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ରାଜ୍ୟରେ ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଶିକ୍ଷାନୁÂାନ ବରଗଡ଼ ଜିଲ୍ଲା ସମେତ ଆଖପାଖ ଜିଲ୍ଲାରେ ଏପରିକି ଓଡ଼ିଶାରେ ନୀତିଯୁକ୍ତ ଶିକ୍ଷାଦାନ ସହ ସଂସ୍କୃତ ଭାଷାରେ ଆଦାନ ପ୍ରଦାନ, ଗୋ-ସେବା, ଛାତ୍ର ଓ କୃଷି, ନୈତିକ ସଂସ୍କାର ଆଦିର ପ୍ରଚାରର ଏକ ପ୍ରମୂଖ ଭୂମିକା ନିର୍ବାହ କରି ଆଜି ସମଗ୍ର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ପାଇଁ ଏକ ଆଦର୍ଶ ପାଲଟିଛି ବୋଲି ଆନନ୍ଦବ୍ୟକ୍ତ କରିଥିଲେ । ପ୍ରୟୋଗାତ୍ମକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ଆନେ୍ଦାଳନ ସୃଷ୍ଟି କରିପାରିଥିବା ଗୁରୁକୁଳ ବୈଦିକ ଶିକ୍ଷାନୁÂାନ ସଂସ୍କୃତ ଭାଷା ବଳରେ ବିଶ୍ୱର ନେତୃତ୍ୱ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ଏହିବିଦ୍ୟାଳୟକୁ ଏକ ବିଶ୍ୱବିଦ୍ୟାଳୟର ରୂପ ଦେବା ପାଇଁ କ୍ଷମତା ରହିଥିବାରୁ ସମାଜର ସବୁଶ୍ରେଣୀର ଲୋକଙ୍କ ସଦିଚ୍ଛା ଓ ସହଯୋଗର ଅବଶ୍ୟତା ରହିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରି ଏହି ଶିକ୍ଷାନୁÂାନଟି ଏକବିଂଶ ଶତାବ୍ଦୀର ଏକ ପ୍ରଧାନ ଧର୍ମକ୍ଷେତ୍ର ହେବ ବୋଲି କହିଛନ୍ତି । ସାମୂହିକ ଶିକ୍ଷା ବ୍ୟବସ୍ଥା ଥିବା ଭାରତୀୟ ଶିକ୍ଷା ପ୍ରଣାଳୀ ପ୍ରେରଣାର ଉତ୍ସ ଥିବା ସହ ପାଚ୍ୟ ଓ ପାଶ୍ଚାତ୍ୟର ମିଳନସ୍ଥଳୀ ଥିବାରୁ ମୋଗଲ ଓ ଇଂରେଜମାନେ ନାଳନ୍ଦା ଓ ତକ୍ଷଶିଳା ଭଳି ଶିକ୍ଷାନଗରୀକୁ ଧୂଳିସାତ କରିବାକୁ ପଶ୍ଚାଦପତ ହୋଇ ନଥିଲେ । ମାତ୍ର ଯେଉଠି ଗୁରୁଙ୍କ ମାର୍ଗଦର୍ଶନ ରୁହେ, ସେହି ସମାଜକୁ କେହି ଅଟକାଇ ପାରିବେ ନାହିଁ ବୋଲି ଦମ୍ଭୋକ୍ତି ବ୍ୟକ୍ତ କରି ଶ୍ରୀ ପ୍ରଧାନ ନବପ୍ରଭାତ ବୈଦିକ ଆଶ୍ରମ କେବଳ ପ୍ରାଚୀନ ଶିକ୍ଷା ଓ ସଂସ୍କୃତିକୁ ଜନାଦୃତ କରୁନାହିଁ, ଆଧୁନିକ ସମାଜକୁ ଉଚିତ ମାର୍ଗ ଦର୍ଶନରେ ସହାୟକ ହୋଇପାରିଛି ବୋଲି ଉଲ୍ଲେଖ କରି ଏହାର ଉଦ୍ୟୋକ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପ୍ରମୁଖ ମଞ୍ଚାସୀନ ରହି ଏହି ଶିକ୍ଷାନୁÂାନର ଉଚ୍ଚ ପ୍ରଶଂସା କରିଥିବା ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କନ୍ୟା ଗୁରୁକୁଳ ଆଶ୍ରମ ଉଦ୍ଘାଟନ କରିଥିଲେ । ଏ ଅବସରରେ ମେରଠରୁ ଆସିଥିବା ସ୍ୱାମୀ ବିବେକାନନ୍ଦଙ୍କ ପୌରହିତ୍ୟରେ ବେଦବ୍ୟାସର ଡ. ଦେବବ୍ରତ, ଅହମଦାବାଦର ଅଜୟ କର୍ମଯୋଗୀ, ହରିଦ୍ୱାରର ସୁବ୍ରତ କୁଣ୍ଡୁ, କଚ୍ଛର ସ୍ୱାମୀ ଶାନ୍ତାନନ୍ଦ, ଭୋପାଳର ଜଗଦୀଶ ଶର୍ମାଙ୍କ ସମେତ ଡ. ଶିବଶଙ୍କର ଶାସ୍ତ୍ରୀଙ୍କ ଉପସ୍ଥିତିରେ ଅଥର୍ବ ବେଦ ପାରାୟଣ କରାଯାଇଥିଲା । ଏଥିରେ ଆମେରିକାରୁ ଆସିଥିବା ସୀତା ଦେବୀ, ଦକ୍ଷିଣ ଆଫ୍ରିକାରୁ ଆସିଥିବା ଦୟାନନ୍ଦ ଶର୍ମା, ଡ. ଅହଲ୍ୟା ନାୟକ, ପ୍ରଭାତ ଶେଖର, ମାନିତା ଶେଖର ପ୍ରମୁଖ ସହଯୋଗ କରିଥିଲେ । ଏ ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂସ୍କୃତ ଶିକ୍ଷକ ଓ ଶାସ୍ତ୍ରୀ ଯୋଗଦେଇ ବେଦ ପରାୟଣରେ ସହଯୋଗ କରିଥିବା ସମୟରେ ସ୍ଥାନୀୟ ଅଞ୍ଚଳବାସୀ ସହଯୋଗ କରିଥିଲେ । ଆଚାର୍ଯ୍ୟ ବୃହସ୍ପତି ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons