ବ୍ରହ୍ମପୁରରେ ବସରେ ୧୧କେଭି ତାର ଲାଗି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ହୋଇଛନ୍ତି।

Get real time updates directly on you device, subscribe now.

ବ୍ରହ୍ମପୁରରେ ବସରେ ୧୧କେଭି ତାର ଲାଗି ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ହୋଇଛନ୍ତି। ଗୋଳନ୍ଥରା ଥାନା ମେଲପୁତୁରୁ ନିକଟରେ ବସରେ ବିଦ୍ୟୁତ ତାର ଲାଗି ଏଭଳି ଅଘଟଣ ଘଟିଛି। ଗୁରୁତର ଯାତ୍ରୀଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ବ୍ରହ୍ମପୁର ଟୁଳୁ ନିକଟରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯାଇଛି । ୧୧କେ.ଭି. ବିଦ୍ୟୁତ୍ ତାର ଲାଗି ବସ୍‌ଟି ଜଳିଯାଇଛି। ଫଳରେ ବସ୍‌ରେ ଥିବା ପ୍ରାୟ ୩୫ରୁ ଉର୍ଦ୍ଧ୍ଵ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୧ ଜଣ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ୫ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ଅଛନ୍ତି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons