
ବ୍ରହ୍ମପୁର,(ବି.ବି.ନୁ୍ୟଜ): କରୋନା ଏବେ ପୁଣି ବ୍ରହ୍ମପୁର ମହାନଗର ନିଗମରେ ଚିନ୍ତା ବଢ଼ାଇଛି । ସପ୍ତାହେ ହେଲା କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବିଏମ୍ସି ଆହୁରି ତପôର ହୋଇନାହିଁ । ବ୍ରହ୍ମପୁରରେ ବର୍ତ୍ତମାନ ସୁଦ୍ଧା କେତେଜଣ ରୋଗୀ ଚିହ୍ନଟ ହେଲେଣି, ଆକ୍ଟିଭ୍ କେତେଜଣ ରହିଛନ୍ତି ଏବଂ ସେମାନେ କେଉଁ ଅଞ୍ଚଳର ସେ ନେଇ କିଛି ସ୍ପଷ୍ଟ ସୂଚନା ବିଏମ୍ସି ପ୍ରଦାନ କରୁନାହିଁ । ଯାହାଫଳରେ ସାଧାରଣ ଲୋକ ମଧ୍ୟ ସତର୍କ ରହୁନାହାନ୍ତି । ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ଫୁଲବାଣୀ ପୌରପାଳିକାରେ ପଜିଟିଭ୍ ଚିହ୍ନଟ ହେବା ପରେ ୍ରଶାସନ ପକ୍ଷରୁ ତୁରନ୍ତ ଦୁଇଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ବ୍ରହ୍ମପୁର ସହରରେ ଭିତରେ ଭିତରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏନ୍ଫୋର୍ସମେଣ୍ଟ ଟିମ୍ ସ୍ଥାଣୁ ଅବସ୍ଥାରେ ରହିଥିବା ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି । ପଞ୍ଚସୂତ୍ର ନିୟମ ମାନିବାକୁ ଜିଲ୍ଲାପାଳ ଏବେ କହୁଛନ୍ତି । ତଥାପି ଅଧିକାଂଶ ନିୟମକୁ ମାନୁନାହାନ୍ତି । ସାଧାରଣ ଲୋକ ଦୂରକଥା ଦୋକାନ ଓ ବିଭିନ୍ନ ଅନୁÂାନମାନଙ୍କରେ ନିୟମକୁ ଉଲଂଘନ କରାଯାଉଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଟ୍ୱିଟ୍ କରି ମଧ୍ୟ ଅଭିଯୋଗ କରିଛନ୍ତି । ବିଳମ୍ବରେ ହେଉ ପଛେ, ଦୁଇଦିନ ହେଲା ପୁଲିସ ପକ୍ଷରୁ ମାସ୍କ ଉଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ ଆରମ୍ଭ ହୋଇଛି । କିନ୍ତୁ ବିଏମ୍ସି ପକ୍ଷରୁ ଏନ୍ଫୋର୍ସମେଣ୍ଟ ଆରମ୍ଭ ହୋଇନାହିଁ ।
ବ୍ରହ୍ମପୁର ସହରରେ ନିୟମିତ କରୋନା ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ସଠିକ୍ ତଥ୍ୟ ମଧ୍ୟ ଦିଆଯାଉନାହିଁ । ଗତ ୩ଦିନ ମଧ୍ୟରେ ସହରରେ ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । ରବିବାର ତଥା ଏପ୍ରିଲ୍ ୪ତାରିଖରେ ଜିଲ୍ଲାରେ ୧୨ଜଣ ଚିହ୍ନଟ ହୋଇଥିବା ବେଳେ ବ୍ରହ୍ମପୁରରେ ୩ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ୩ରେ ଜିଲ୍ଲାରେ ୧୩ରୁ ବିଏମ୍ସିରେ ୪, ୨ରେ ୧୩ରୁ ୪ଜଣ ବିଏମ୍ସିରେ, ୧ତାରିଖରେ ରିପୋର୍ଟ ଦିଆଯାଇନାହିଁ, ୩୧ତାରିଖରେ ୭ରୁ ୨, ୩୦ରେ ୬ରୁ ବିଏମ୍ସି ୨, ୨୯ରେ ୬ରୁ ୧, ୨୮ରେ ୩ରୁ ୨, ୨୭ରେ ୭ରୁ ୨, ୨୬ରେ କେବଳ ବିଏମ୍ସିରୁ ହିଁ ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୧୩ ଡିସେମ୍ବର ପର୍ଯ୍ୟନ୍ତ କୋଭିଡ୍ ତଥ୍ୟ ବିଏମ୍ସି ପକ୍ଷରୁ ଟ୍ୱିଟର ମାଧ୍ୟମରେ ଦିଆଯାଇଥିଲା । ଏହା ପରଠୁ ଆଉ କୋଭିଡ୍ ସୂଚନା ଦିଆଯାଉନାହିଁ । କାହିଁକି ସୂଚନା ଦିଆଯାଉ ନାହିଁ ବୋଲି ବିଏମ୍ସି କମିଶନର ଡ.ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କୁ ପଚାରିବାରେ ସେ କହିଛନ୍ତି, ପୁଣି କରୋନା ପଜିଟିଭ୍ ସୂଚନା ଅପଡେଟ୍ କରାଯିବ ।
ସୂଚନାଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଗଣମାଧ୍ୟମକୁ କୋଭିଡ୍-୧୯ ନେଇ ସବିଶେଷ ସୂଚନା ଦିଆଯାଉନଥିଲା । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଅଗଷ୍ଟ ୭ରେ ବ୍ରହ୍ମପୁର ଗସ୍ତ କରିଥିଲେ । ସେହିଦିନ ବ୍ରହ୍ମପୁର ଷ୍ଟେସନ୍ ରୋଡ଼ ସର୍କିଟ୍ ହାଉସ୍ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆୟୋଜିତ ଗଣମାଧ୍ୟମ ସମ୍ପର୍କ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ସେହି ବୈଠକରେ କୋଭିଡ୍ ପରିଚାଳନାରେ ଗଣମାଧ୍ୟମ, ପୁଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ନେଇ ଆଲୋଚନା କରାଯାଇଥିଲା । କୋଭିଡ୍-୧୯ର ସୂଚନା ଗଣମାଧ୍ୟମ ପାଉନଥିବା ଅଭିଯୋଗ ପରେ ‘ଗଞ୍ଜାମ କୋଭିଡ୍-୧୯ ଅପ୍ଡେଟ୍’ ହ୍ୱାଟ୍ସ୍ ଆପ୍ ଗ୍ରୁପ୍ କୋଭିଡ୍ ସୂଚନା ଦେବାକୁ କରାଯାଇଥିଲା । ଏଥିରେ ସମସ୍ତ ଗଣମାଧ୍ୟମର ପ୍ରତିନିଧି ସଦସ୍ୟ ରହିଥିଲେ । ତତ୍କାଳୀନ ଗଞ୍ଜାମ ପିଡି ଡିଆର୍ଡିଏ ଓ ବିଏମ୍ସି କମିଶନର ଗଣମାଧ୍ୟମକୁ ସୂଚନା ଦେଉଥିଲେ । କିନ୍ତୁ ନଭେମ୍ବର ୧୦ ତାରିଖରୁ ଆଉ କୌଣସି ସୂଚନା ରହିଲା ନାହିଁ । ଗ୍ରୁପ୍ରେ ସୂଚନା ମାଗିବା ପରେ ପିଡିଙ୍କ ବଦଳି ହେବା ପରେ ସୂଚନା ଦିଆଯାଉ ନାହିଁ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଉତ୍ତର ରଖିଥିଲେ । ଗଞ୍ଜାମର ବର୍ତ୍ତମାନ ପିଡି ଡିଆର୍ଡିଏ ସିନେ୍ଧ ଦତ୍ତାତ୍ରୟ ଭାଉସାହେବଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ବ୍ରହ୍ମପୁର ଉପଜିଲ୍ଲାପାଳ ଏ ନେଇ ଗ୍ରୁପ୍ରେ ସୂଚନା ଦେବେ ।


Comments are closed, but trackbacks and pingbacks are open.