ବ୍ରାଉନସୁଗର ଜବତ, ଜଣେ ଗିରଫ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ବାରିପଦାରେ ପୁଣି ବ୍ରାଉନସୁଗର କାରବାର ସକ୍ରିୟ । କଟକରୁ ବ୍ରାଉନସୁଗର ନେବା ପାଇଁ ଆସିଥିବାବେଳେ ବାରିପଦାରୁ ଅଭିଯୁକ୍ତକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ । ଅଭିଯୁକ୍ତଠାରୁ ୩.୭୨୦ ଗ୍ରାମ୍ ବ୍ରାଉନ୍ସୁଗର ଜବତ ହୋଇଛି । ଏହି ଘଟଣା ପରେ ଶୂନଗଡ଼ିଆ ଅଞ୍ଚଳରେ ବ୍ରାଉନ୍ସୁଗର ରାକେଟ୍ର ଚେର ରହିଥିବା ସ୍ପଷ୍ଟ ହୋଇଛି । ଗିରଫ ଅଭିଯୁକ୍ତ ଜଣକ କଟକ ସହରର ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ ନିକଟ ସମାଧିପାଟଣାର ସ୍ୱର୍ଗତ ସଚିନ୍ଦ୍ର ନାଥ ମିଶ୍ରଙ୍କ ପୁଅ ସୌମ୍ୟରଞ୍ଜନ ମିଶ୍ର(୨୯) । ଟାଉନ୍ ଥାନା ପୁଲିସ ସୌମ୍ୟରଞ୍ଜନ ଏହି ଧଳାଜହର ବେପାର ସମ୍ପର୍କରେ ପଚରାଉଚରା ଚଳାଇଛି । ଏନେଇ ଟାଉନ୍ ଥାନାରେ ଏକ ମାମଲା ରୁଜୁ କରିଛି ପୁଲିସ୍ ।
ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ଏସ୍ପିଙ୍କ ନିଦେ୍ର୍ଧଶରେ ସ୍ପେଶାଲ ସ୍କ୍ୱାର୍ଡ ସମେତ ଟାଉନ୍ ଥାନା ପୁଲିସ ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲ୍ର ପୋଷ୍ଟମର୍ଟମ କେନ୍ଦ୍ର ନିକଟରେ ଅଚାନକ ଚଢ଼ଉ କରିଥିଲା । ଅପରାହ୍ନ ପ୍ରାୟ ସାଢେ଼ ୧ଟା ସମୟରେ ସେଠାରୁ ସୌମ୍ୟଙ୍କୁ କାବୁ କରିବା ସହ ତା’ଠାରୁ ୩.୭୨୦ଗ୍ରାମର ବ୍ରାଉନ୍ସୁଗର ଜବତ କରିଥିଲା ।
ସୌମ୍ୟ ବାରିପଦାରେ କାହାପାଖରୁ ବ୍ରାଉନ୍ସୁଗର ନେଉଥିଲା ସେ ସମ୍ପର୍କରେ କିଛି କହି ନ ଥିବା ସୂଚନା ମିଳିଛି । ସେପଟେ ଟାଉନ୍ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି କହିଛନ୍ତି ଯେ, ଏହି ରାକେଟ୍ ବାରିପଦାରୁ କଟକ ଯାଏଁ କିମ୍ବା ଆଉ କେଉଁ ଆଡେ଼ ଲମ୍ବିଛି ସେନେଇ ପୁଲିସ ଖୋଳତାଡ଼ କରୁଛି । ବାରିପଦାର ଶୂନଗଡ଼ିଆ ଅଞ୍ଚଳ ବ୍ରାଉନ୍ ସୁଗର କାରବାରର ପେଣ୍ଠସ୍ଥଳ ହୋଇଥିବା ବେଳେ ଆଜି ଯାଏଁ ପୁଲିସ ବ୍ରାଉନ୍ସୁଗର କେଉଁଠୁ ଆସୁଛି? କିଏ ବାରିପଦାକୁ ନିୟମିତ ଭାବେ ଆଣୁଛି ସେ ସମ୍ପର୍କରେ ପତ୍ତା ଲଗାଇପାରିନି । ସେପଟେ ବିଭିନ୍ନ ସମୟରେ ଧରପଗଡ଼ ହୋଇ ଜେଲ୍ ଯାଉଥିବା କେତେକ ବ୍ରାଉନ୍ସୁଗର ବେପାରୀ ଜେଲ୍ରୁ ଫେରି ପୁଣି ବ୍ରାଉନ୍ସୁଗର କାରବାର କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons