ବ୍ରାଉନସୁଗର ବେପାରୀ ଗିରଫ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ): ବ୍ରାଉନସୁଗର କାରବାର କରୁଥିବା ଜଣେ ବେପାରୀକୁ ଶୁକ୍ରବାର ସନ୍ଧ୍ୟାରେ ଜଳେଶ୍ୱର ପୁଲିସ ଗିରଫ କରିଛି । ଗିରଫ ବେପାରୀ ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ରାଜପୁର ଗ୍ରାମର ସେଖ୍ ମମତାଜ ।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ଜଳେଶ୍ୱର ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ସମେତ ଏକ ୨୦ ଜଣିଆ ଟିମ ଜଳେଶ୍ୱର ଅଞ୍ଚଳର ବ୍ରାଉନସୁଗର ବେପାରର ଜଣେ ମୁଖ୍ୟ କାର୍ପଟଦାର ସେଖ୍ ମମତାଜକୁ ଧରିବାରେ ସଫଳ ହୋଇଛନ୍ତି । ରାଜପୁର ବସ୍ତି ଅଞ୍ଚଳରେ ଥିବା ତାର ଘର ପାଖରୁ ପୁଲିସ ତାକୁ ଗିରଫ କରିଥିଲା । ଏନେଇ ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି । ତେବେ ଦୀର୍ଘ ଦିନଧରି ମମତାଜ୍ ପୁଲିସ ଆଖିରେ ଧୂଳିଦେଇ ଘୁରି ବୁଲୁଥିଲା । ତା ନାଁରେ ବ୍ରାଉନସୁଗର ବିକ୍ରୀ କରୁଥିବା ଅଭିଯୋଗରେ ୫ରୁ ଅଧିକ ମାମଲା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons