ବ୍ରାଉନସୁଗାର ବେପାରୀକୁ ମାଡ଼ି ବସିଲା ପୋଲିସ

Get real time updates directly on you device, subscribe now.

ଭଦ୍ରକ: ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନସୁଗାର । ବ୍ରାଉନସୁଗାର ଆଣି ବେପାରୀଙ୍କୁ ଦେବା ପାଇଁ ଅପେକ୍ଷା କରିଥିବା ବେଳେ ମାଡି ବସିଲା ପୋଲିସ । ଖାନତଲାସ ବେଳେ ୩୩୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି ।ସୂଚନାଯୋଗ୍ୟ ଯେ, ଭଦ୍ରକ-ଚାନ୍ଦବାଲି ରାସ୍ତା କାରମେଲ ସ୍କୁଲ ନିକଟରେ ବ୍ରାଉନସୁଗାର ସହ ଅଭିଯୁକ୍ତକୁ ଧରିଲା ପୋଲିସ । ପୋଲିସକୁ ବିଶ୍ବସ୍ଥ ସୂତ୍ରରୁ ଖବର ମିଳିଥିଲା ଯେ ବେପାରୀଙ୍କୁ ଦେବା ପାଇଁ ଜଳେଶ୍ବର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଜନୈକ ବେପାରୀ ଭଦ୍ରକ ଆସୁଛନ୍ତି । ଖବର ପାଇ ପୁରୁଣାବଜାର ପୋଲିସ କାରମେଲ ସ୍କୁଲ ନିକଟରେ ଜଗି ରହିଥିଲା । ଖବର ଅନୁଯାୟୀ ବାସୁଦେବପୁର ଥାନା ଅଧିନସ୍ଥ କୁସୁନିବିନ୍ଧା ଅଞ୍ଚଳର ମନୋରଞ୍ଜନ ମଳିକଙ୍କ ବାଇକକୁ ଅଟକାଇ ଖାନତଲାସ କରିଥିଲା । ସେହିଠାରୁ ୩୩୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଥିଲା । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୩ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ତେବେ ପୋଲିସ ଜଳେଶ୍ବର ଲିଙ୍କ୍ ଖୋଜୁଥିବାରୁ ଜଳେଶ୍ବର ବେପାରୀଙ୍କ ନାମ ବିଷୟରେ ସୂଚନା ଦେଇନାହିଁ । ମନୋରଞ୍ଜନ ମଳିକକୁ ଗିରଫ କରି ସ୍ଵତନ୍ତ୍ର କୋର୍ଟରେ ହାଜର କରାଯିବ ଓ ଅଧିକ ତଦନ୍ତ ପାଇଁ ପୋଲିସ ବିଭିନ୍ନ ଦିଗରେ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons