କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ସହରରେ ମିଳୁଛି ବ୍ରାଉନ୍ସୁଗର୍ । ବ୍ରାଉନ୍ସୁଗର୍ ବିକ୍ରି କରିବା ଅଭିଯୋଗରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଆଜି ସକାଳେ ଚଢ଼ଉ କରି ଜଣକୁ ଗିରଫ କରିଛି । ଗିରଫ ଯୁବକ କେନ୍ଦ୍ରାପଡ଼ା ଟାଉନ ଥାନା ଗୋବରୀ ବାଇପାସ୍ ରୋଡ୍ ଇଦ୍ଗା ରାସ୍ତାର କବରସ୍ଥାନ ନିକଟ ମଧୁକରପୁର(ଆମ୍ୱାଡି)ର ଜାହିଦ ଖାନ(୩୫) । ତାଠାରୁ ୨୫ ଗ୍ରାମ ଓଜନର ବ୍ରାଉନ୍ସୁଗର ଜବତ କରାଯାଇଛି । କିନ୍ତୁ ବଡ଼ କଥା ଯେ, ଗିରଫ ହେବା ପରେ ସେ କହିଛି, ତାକୁ ନିଶା ବେପାରରେ ଜଣେ ପୂର୍ବତନ ଥାନାବାବୁ ସହଯୋଗ କରୁଥିଲେ । ଯାହାର ତଦନ୍ତ ଜରୁରି ହୋଇପଡ଼ିଛି ।
ଅବକାରୀ ପୁଲିସ ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ସହର ତଥା ଉପକଣ୍ଠ ଅଞ୍ଚଳରେ ବିଭିନ୍ନ ସମୟରେ ବ୍ରାଉନ୍ ସୁଗର ବିକ୍ରି ହୋଇଆସୁଥିବା ଅଭିଯୋଗ ହୋଇଆସୁଥିଲା । ଲୁଚାଛପାରେ ଚାଲିଥିଲା ଏ ବେପାର । କେନ୍ଦ୍ରାପଡ଼ା ସହର ସମେତ ଉପକଣ୍ଠ ଅଞ୍ଚଳର ନିର୍ଦ୍ଧିଷ୍ଟ କିଛି ଦୋକାନରେ ଏସବୁ ମିଳୁଥିବା ବେଳେ ଆଖପାଖ ଅଞ୍ଚଳକୁ ବ୍ୟାପି ଯାଇଥିଲା ବେପାର । ବିଶେଷ କରି କ୍ରାଇମ୍ ଜୋନ୍ ଭାବେ ପରିଚିତ ମାର୍ଶାଘାଇ-ପାରାଦୀପ ଅଞ୍ଚଳରେ ବି କାୟା ବିସ୍ତାର କରିଥିଲେ ଧଳା ଜହର ବେପାରୀ । ଥରେ ସେବନ କଲେ ଶରୀରରେ ୨୪ ଘଣ୍ଟା ଯାଏ ଏହାର ପ୍ରଭାବ ଦେଖିବାକୁ ମିଳୁଥିବା କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲ କହିଛନ୍ତି । ତେବେ ଜାହିଦ୍ କ୍ଷେତ୍ରରେ ଏକ ନୂଆ ଘଟଣା ସାମନାକୁ ଆସିଛି ଯେଉଁଥିରେ ପୁଲିସ ତାକୁ ସହଯୋଗ କରୁଥିବା ସେ ନିଜେ ଅଭିଯୋଗ ଆଣିଛନ୍ତି । ସେ ଜଣେ ପେସାଦାର ଚୋର ଥିବାବେଳେ ଏକଦା ଟାଉନ୍ ଥାନାର ଜଣେ ପୂର୍ବତନ ଅଧିକାରୀ ତାକୁ ଧରିଥିଲେ । ପ୍ରାୟ ୨ ବର୍ଷ ତଳର ଘଟଣା ହେବ । ସେ ବ୍ରାଉନସୁଗର ବିକ୍ରି କରୁଥିବା ଜାଣି ତାକୁ ସଂପୃକ୍ତ ପୁଲିସ ଅଧିକାରୀ ଗିରଫ କରିବା ବଦଳରେ ପରୋକ୍ଷରେ ନିଶା ଦ୍ରବ୍ୟ ବିକ୍ରି କରିବାକୁ ସହଯୋଗ କରିଥିଲେ । ବ୍ରାଉନସୁଗର ବିକ୍ରିରେ ରିସ୍କ ଅଛି । ତେଣୁ ଏ ବେପାର ଛଡାÿ ଗଞ୍ଜେଇ ଆଦି ବେପାର କରିବାକୁ ବି ପରାମର୍ଶ ଦେଇଥିଲେ ଉକ୍ତ ପୁଲିସ ବାବୁ ଜଣକ । ଏହା ବଦଳରେ ମାସକୁ ମାସ ଭାଗ ପହଞ୍ଚô ଯାଉଥିଲା ତାଙ୍କ ପାଖରେ ।
କେନ୍ଦ୍ରାପଡ଼ା ଟାଉନ୍ ଥାନାର ନାକ ଅଗରେ ବ୍ରାଉନସୁଗର ବେପାର ଚାଲୁଥିଲେ ହେଁ ପୁଲିସ କେମିତି ଜାଣିନପାରିଲା ତାହା ପୂରା ଘଟଣାକୁ ରହସ୍ୟାବୃତ୍ତ କରିଛି । କେଉଁ ପରିସ୍ଥିତିରେ ପୁଲିସ ଜାହିଦଙ୍କୁ ଧରିନପାରିଲା ଯେତେବେଳେ କି ସେ ଦୀର୍ଘବର୍ଷ ହେବ ଏ ବେପାର କରିଆସୁଥିଲେ । ପୁଣି ଅପରାଧ ଜଗତ ସହ ତା’ର ପରିଚିତ ନୂଆ ନୁହେଁ, ସେ ଏକାଧିକବାର ଜେଲ୍ ଯାଇସାରିଛି । କେନ୍ଦ୍ରାପଡ଼ା ଟାଉନ୍, ସଦର ପୁଲିସ ବିଭିନ୍ନ ଚୋରି, ଲୁଟ୍ ମାମଲାରେ ତାକୁ ଗିରଫ କରିସାରିଛି । ତା’ହେଲେ ପୁଲିସର ରହସ୍ୟମୟ ନିରବତା କ’ଣ ପାଇଁ ବୋଲି ପ୍ରଶ୍ନ ଉଠିଛି । ମୋଷ୍ଟ ୱାଣ୍ଟେଡ୍ ଟିଟୋର ଗିରଫଦାରି ହେଉ ଅବା ଧଳା ଜହର କାରବାର କରୁଥିବା ଜାହିଦର କାରନାମା ସେମାନେ କେମିତି ନଜାଣିପାରିଲେ । ଅଥଚ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଏବେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ସେମାନଙ୍କୁ ପ୍ରମାଣ ସହ ଧରିଥିଲା ପୁଣି କେନ୍ଦ୍ରାପଡ଼ାର ନିଜ ଘରୁ । ତେବେ କେନ୍ଦ୍ରାପଡ଼ା ପୁଲିସ, ଅବକାରୀ ବିଭାଗ କରୁଥିଲା କ’ଣ? ଜାହିଦକୁ ଧରିବା ଲାଗି ବିଭାଗ ବେଶ୍ କିଛି ମାସ ଆଗରୁ ଉଦ୍ୟମ ଚଳାଇଥିଲା । ତା’ର ଗତିବିଧି ଉପରେ ନଜର ରଖିଥିଲା । ଛଦ୍ମବେଶରେ ଯାଇ ବ୍ରାଉନସୁଗର ସଂଗ୍ରହ କରିବାର ବାହନା କରି ତାଙ୍କୁ ଘଟଣାସ୍ଥଳରୁ ଧରିଥିଲା । କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଇନ୍ସପେକ୍ଟର ଜଗଦୀଶ ଚନ୍ଦ୍ର ସାମଲଙ୍କ କହିବା କଥା, କେନ୍ଦ୍ରାପଡ଼ାରେ ବ୍ରାଉନ ସୁଗର ବେପାର ର୍ୟାକେଟ କାମ କରୁଛି । ଟ୍ରେନ୍, ବସ, ବିଳାସପୂର୍ଣ୍ଣ ଗାଡ଼ି ଯୋଗେ ବିଭିନ୍ନ ପ୍ରାନ୍ତରୁ ଏଠାକୁ ଆସୁଛି । ୫୦ରୁ ୧୦୦ ଗ୍ରାମ କରି ଏମାନେ ବାହାରୁ ବ୍ରାଉନ୍ ସୁଗର ଆଣୁଛନ୍ତି । ନିଶା ବେପାରୀଙ୍କ ପାଖରେ ପହଞ୍ଚôବା ପରେ ସେମାନେ ପୁଡ଼ିଆ କରି ନିର୍ଦ୍ଧିଷ୍ଟ ଏଜେଣ୍ଟଙ୍କ ଜରିଆରେ ବିକ୍ରି କରୁଛନ୍ତି । କିଛି ବେପାରୀ ପରେ ସିଗାରେଟ୍ରେ ଜର୍ଦ୍ଧା ସହ ଭର୍ତ୍ତି କରି ବି ବିକ୍ରୟ କରୁଥିବା ଜେରା ବେଳେ ସୂଚନା ମିଳିଛି । ଏଯାବତ ଦୁଇ ଏଜେଣ୍ଟଙ୍କୁ ଠାବ କରାଯାଇଛି । କେମିତି ଏବଂ କେଉଁମାନେ କେନ୍ଦ୍ରାପଡ଼ାରେ ଏସବୁ ନିଶାଦ୍ରବ୍ୟ ପହଞ୍ଚାଉଛନ୍ତି, ର୍ୟାକେଟ୍ର ସୂତ୍ରଧର କିଏ ତା’ର ଖିଅ ଖୋଜା ଚାଲିଛି । ଖୁବ୍ଶୀଘ୍ର ର୍ୟାକେଟର ପର୍ଦ୍ଧଫାସ ହେବ ବୋଲି ସେ କହିଛନ୍ତି ।
Comments are closed, but trackbacks and pingbacks are open.