ବାଲେଶ୍ୱର,(ବି.ବି.ନୁ୍ୟଜ୍): କ୍ରାଇମ୍ବ୍ରାଞ୍ଚ୍ ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍ଟିଏଫ) ଟିମ୍ପୁଣି ବ୍ରାଉନସୁଗର ମାଫିଆ ଶେଖ୍ ରାଜା ଘରେ ଚଢ଼ଉ କରିଥିଲା ।ପରେ ଏହି ଟିମ୍ ତେଲଙ୍ଗାସାହି ସ୍ଥିତ ସମ୍ବେଦନା ଆପାର୍ଟମେଣ୍ଟରେ ରାଜାର ଫ୍ଲାଟ୍ରେପହଞ୍ଚିଥିଲା । ଛାନଭିନପରେ ଫ୍ଲାଟ ସିଲ୍ କରିବା ସହ ଏକ ନୋଟିସ୍ ମାରିଛି ଏସ୍ଟିଏଫ୍ ।
ସୋମବାର ଅପରାହ୍ନରେ ଅତିରିକ୍ତ ଏସ୍ପି ତେଜରାଜପଟେଲ ଓ ଡିଏସ୍ପି ମନୋଜ ରାଉତଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଅତର୍କିତ ଭାବେ ତେଲଙ୍ଗାସାହିରେ ଥିବା ରାଜାର ଫ୍ଲାଟ୍ରେପହଞ୍ଚିଥିଲେ । ସେଠାରେ ଥିବା ରାଜାଙ୍କ ସ୍ତ୍ରୀପ୍ରିୟା ତମାଙ୍ଗ ଓରଫପ୍ରିୟା ବିବିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲା ।ପରେ ଏହି ଟିମ୍ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଫ୍ଲାଟ୍କୁ ସିଲ୍ କରିଥିଲା । ଆପାର୍ଟମେଣ୍ଟର ୧୦୬ ନମ୍ବର ଥ୍ରି ବିଏଚ୍କେ ଫ୍ଲାଟ୍କୁ ରାଜା ଗତ ଜୁଲାଇରେ ୭୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାରେ ନିଜ ସ୍ତ୍ରୀ ନାମରେ କିଣିଥିଲା । ରାଜାର ମାମଲା ଏବେ ବିଚାରଧୀନ ଥିବାରୁ ଏହି ଫ୍ଲାଟ୍କୁ କେହି ନ କିଣିବାପାଇଁ ଏସ୍ଟିଏଫପକ୍ଷରୁ ନୋଟିସ୍ ଲଗାଯାଇଛି ।
ମଙ୍ଗଳବାର ରାଜାର ରିମାଣ୍ଡ ଅବଧି ଶେଷ ହେଉଛି । ଅଧିକ ତଥ୍ୟପାଇଁପୁନଶ୍ଚ ତାକୁ ରିମାଣ୍ଡରେ ଅଣାଯାଇପାରେ । ଏହି କାରଣରୁ ଅରଡ଼ବଜାର ସ୍ଥିତ ଘରକୁ ସିଲ୍ କରାଯାଇନି ବୋଲି ଅତିରିକ୍ତ ଏସ୍ପି ଶ୍ରୀପଟେଲ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି, ରିମାଣ୍ଡରେ ଟିମ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ତାହାକୁ ଆଧାର କରି ଆଗାମୀ ଦିନରେ ତଦନ୍ତପ୍ରକ୍ରିୟା ଜାରି ରହିବ ସେ କହିଛନ୍ତି ।
କେବଳ ଅରଡ଼ବଜାର କିମ୍ବା ତେଲଙ୍ଗା ସାହି ନୁହେଁ, ରାଜା ନାଁରେ ବାଲେଶ୍ୱରର ୭ରୁ ଊଦ୍ଧ୍ୱର୍ ସ୍ଥାନରେ ଜମି ରହିଛି । ସେହିସବୁ ସ୍ଥାନକୁ ଏସ୍ଟିଏଫ ଟିମ୍ ଚିହ୍ନଟ କରିଛି । ଏହା ବ୍ୟତୀତ ଯେଉଁମାନେ ତାକୁ ଏହି କାରବାରରେ ସହଯୋଗ କରିଥିଲେ, ସେମାନଙ୍କ ତାଲିକାପ୍ରସ୍ତୁତ ହୋଇଛି । ସେମାନଙ୍କୁ ଖୁବ୍ ଶୀଘ୍ର ଧରିବାପାଇଁ ବ୍ଲୁ-ପ୍ରିଣ୍ଟପ୍ରସ୍ତୁତ ହୋଇଥିବା ଅତିରିକ୍ତ ଏସ୍ପି ଶ୍ରୀପଟେଲ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.