ବ୍ରାଉନ ସୁଗାର ମାଫିଆର ବିଶାଳ କୋଠାକୁ ଭାଙ୍ଗିଲା ଖୋର୍ଦ୍ଧା ପ୍ରଶାସନ

Get real time updates directly on you device, subscribe now.

ଖୋର୍ଦ୍ଧା : ଭଙ୍ଗା ହେଲା ଛୋଟାର କୋଠା। ଡ୍ରଗ୍ସ ମାଫିଆ ବ୍ରାଉନ ସୁଗାର ବେପାରୀ ଛୋଟା ଓରଫ ଶୁଭ୍ରାଂଶୁ ପରିଡାର କୋଠାକୁ ଭାଙ୍ଗିଲା ପ୍ରଶାସନ। ସରକାରୀ ଯାଗାରେ ୪ ଶହ ଡିସିମିଲି ଉପରେ ଜବର ଦଖଲ କରି ତିଆର କରିଥିଲା ଆଲିଶାନ କୋଠା। ଶୀତତାପ ନିୟନ୍ତ୍ରିତ କୋଠରୀରେ ଥିଲା ଭୋଗବିଳାସର ଦାମୀ ସାମଗ୍ରୀ। ଗୋଟିଏ କିମ୍ବା ଦୁଇଟି ନୁହଁ ୪ ରୁ ୫ଟି ଦାମୀ ଗାଡି ଚଢୁଥିଲା।ଛୋଟାର ଆଡ୍ଡା ସ୍ଥଳୀ ଭାଙ୍ଗିବା ପାଇଁ ଗତ ସୋମବାର ଉପଜିଲ୍ଲାପାଳ ଭାଙ୍ଗିବାକୁ ନୋଟିସ କରିଥିଲେ। ଡ୍ରଗ୍ସ ବେପାରୀ ଛୋଟାର ଡ୍ରଗ୍ସ ବେପାର ଜମିବାଡ଼ି ଏବଂ ବେଆଇନ ଖଣି କାରବାରର ମସୁଧା ଏହି କୋଠାରେ ହୋଇଥାଏ। ବିଗତ ପ୍ରାୟ ୩ ବର୍ଷ ହେବ କଳାବେପାର ସମ୍ରାଜ୍ୟର ବାଦଶାହା ହୋଇଯାଇଥିଲା ଛୋଟା। ପୁଲିସ ଗଇନ୍ଦା ବିଭାଗ ଓ ଅବକାରୀ ବିଭାଗ ଛୋଟା ଉପରେ ନଜର ରଖିଥଇଲେ ମଧ୍ୟ ବାରାମ୍ବାର ଚକମା ଦେଇ ଛୋଟା ଖସି ଯାଉଥିବାରୁ ଟାର୍ଗେଟ କରିଥିଲା ଏସଟିଏଫର ଏନକାଉଣ୍ଟର ଟିମ୍।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons