ବ୍ରାହ୍ମଣୀରେ ଦୁଇ ସାଙ୍ଗଙ୍କ ସଲିଳ ସମାଧି

Get real time updates directly on you device, subscribe now.

ବରୀ: ତିନିଜଣ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ । ଜଳକ୍ରୀଡ଼ା କରୁଥିବା ସମୟରେ ହଠାତ୍ ଜଣଙ୍କର ଗୋଡ଼ ଖସିଗଲା । ସାଙ୍ଗକୁ ବଞ୍ଚାଇବା ପାଇଁ ଅନ୍ୟ ଦୁଇଜଣ ନଦୀ ଗର୍ଭକୁ ଲମ୍ଫ ଦେଲେ । ହେଲେ ଆଉ ଜଣେ ସାଙ୍ଗ ମଧ୍ୟ ନଦୀରେ ବୁଡ଼ି ଯାଇଥିଲେ । ସୌଭାଗ୍ୟବଶତଃ ଅନ୍ୟଜଣେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ନଦୀରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ ଯୁବକ ଦ୍ୱୟ ହେଲେ ବରୀ ବ୍ଲକ ବାଲିଆ ଗ୍ରାମର କାଳନ୍ଦି ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା(୧୮) ଓ ଶରତ ମିଶ୍ରଙ୍କ ପୁଅ ସୁନିଲ ମିଶ୍ର(୨୩) ।
ଜିତେନ୍ଦ୍ର, ସୁନିଲ ଓ ସେମାନଙ୍କର ଅନ୍ୟ ଜଣେ ସାଙ୍ଗ ଆଜି ବାଲିଆରୁ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଛନ୍ଦାକୁ ଗାଧୋଇବାକୁ ଯାଇଥିଲେ । ହସ ଖୁସିରେ ଜଳକ୍ରୀଡ଼ା କରୁଥିବା ବେଳେ ହଠାତ୍ ଜଣେ ସାଙ୍ଗର ଗୋଡ଼ ଖସି ଯିବାରୁ ସେ ନଦୀ ଭିତରକୁ ଚାଲି ଯାଇଥିଲେ । ସାଙ୍ଗ ବୁଡ଼ି ଯାଉଥିବା ଦେଖି ଅନ୍ୟ ଦୁଇ ଜଣ ତାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ଏଥିରେ ଆଉ ଜଣେ ସାଙ୍ଗର ଗୋଡ଼ ଖସି ଯିବାରୁ ସେ ମଧ୍ୟ ବୁଡ଼ି ଯାଇଥିଲେ । ଅନ୍ୟଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁଇ ଜଣ ସାଙ୍ଗ ନଦୀର ସ୍ରୋତରେ ଭାସି ଯାଇଥିଲେ । ଏହା ଦେଖି ଅନ୍ୟ ସାଙ୍ଗ ଜଣକୁ ପାଟି କରିବାରୁ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ ବରୀ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ସେହି ଛନ୍ଦାରୁ ଦୁଇ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ବରୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବରୀ ଥାନା ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକିସôାଳୟକୁ ପଠାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons