ବ୍ରିଜ୍ ତଳକୁ ଖସିପଡିଲା ହାଇୱା: ୨ ନିଖୋଜ

Get real time updates directly on you device, subscribe now.

ଝାରସୁଗୁଡା : ଝାରସୁଗୁଡା ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ପଡିଛି । ଫଳରେ ଏଥିରେ ଥିବା ୨ଜଣ ନିଖୋଜ ହୋଇଯାଇଛନ୍ତି ।
ସୂଚନାନୁସାରେ, ରଂଫେଲ୍ ବ୍ରିଜ ଦେଇ ଏକ ହାଇଓ୍ୱା ଆସୁଥିଲା । ହଠାତ୍ ହାଇଓ୍ୱାଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା । ଏଥିରେ ଥିବା ୩ ଜଣ ଇବ୍ ନଦୀରେ ନିଖୋଜ ହୋଇଯାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା । ଏହାସହ ଉଦ୍ଧାରକାର୍ୟ୍ୟ ଆରମ୍ଭ କରାଯାଇଥିଲା ।
ତେବେ ୩ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେବି ୨ ଜଣ ନିଖୋଜ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons