‘ଦ ୱେଡିଂ ଗେଷ୍ଟ’ ଫିଲ୍ମ ମାଧ୍ୟମରେ ହଲିଉଡ୍କୁ ପ୍ରବେଶ କରିଥିବା ଅଭିନେତ୍ରୀ ରାଧିକା ଆପତେଙ୍କୁ ଆଉ ଥରେ ହଲିଉଡ୍ରେ କାମ କରିବାକୁ ସୁଯୋଗ ମିଳିଛି । ଲୋକପ୍ରିୟ ହଲିଉଡ୍ ନିର୍ଦ୍ଦେଶିକା ଏମ୍ମିଙ୍କ ଦ୍ୱାରା ପ୍ରସ୍ତୁତ ‘ଏ କଲ୍ ଟୁ ସ୍ପାଏ’ ଡ୍ରାମାରେ ସେ ଅଭିନୟ କରିବେ । ଡ୍ରାମାର ମୁଖ୍ୟ ଚରିତ୍ର ନୂର ଇନାୟତ ଖାନ୍ଙ୍କ ଚରିତ୍ରରେ ସେ ଅଭିନୟ କରିବେ । ନୂର ଦ୍ୱିତୀୟ ବିଶ୍ୱଯୁଦ୍ଧର ବ୍ରିଟିଶ ନାୟିକା ଓ ବ୍ରିଟିଶ ଯୁଦ୍ଧରେ ଯୋଗ ଦେଇଥିବା ପ୍ରଥମ ମୁସଲିମ୍ ଭାବେ ପରିଚିତ । ଡ୍ରାମାର କାହାଣୀ ଦ୍ୱିତୀୟ ବିଶ୍ୱଯୁଦ୍ଧରୁ ଆରମ୍ଭ ହୁଏ । ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲଙ୍କ ଗୁପ୍ତଚର ଥିଲେ ନୂର । ସେ ଫ୍ରାନ୍ସରେ ରହି ବହୁ ଗୁରୁତ୍ୱପୂଣ୍ଣ ର୍ ତଥ୍ୟ ବ୍ରିଟିଶ୍କୁ ଯୋଗାଉଥିଲେ । ଶେଷରେ ସେ ଧରା ପଡ଼ିଥିଲେ । ତାଙ୍କ ଉପରେ ବହୁତ ଅତ୍ୟାଚାର କରାଯାଇଥିଲା । ହେଲେ ଜୀବନର ଶେଷ ସମୟରେ ସେ ତାଙ୍କ ଶତ୍ରୁ ରାଷ୍ଟ୍ରକୁ କିଛି ବି ତଥ୍ୟ ଯୋଗାଇନଥିଲେ । ମୃତ୍ୟୁ ପରେ ତାଙ୍କ ଦେଶପ୍ରେମ ଭାବକୁ ଦେଖି ଶତ୍ରୁ ରାଷ୍ଟ୍ର ମଧ୍ୟ ନତମସ୍ତକ ହୋଇଥିଲା ।
ଦେଶପ୍ରେମୀ ନୂରଙ୍କ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଥିବାରୁ ରାଧିକା ବହୁତ ଖୁସି ଅଛନ୍ତି । ଏହାସହ ସେ ନିର୍ଦ୍ଦେଶିକା ଏମ୍ମିଙ୍କ ସହ କିପରି ସାକ୍ଷାତ ହୋଇଥିଲେ, ତାହାକୁ ମଧ୍ୟ ବଣ୍ଣ ର୍ନା କରିଛନ୍ତି । ୨୦୧୫ରେ ସେ ଏମ୍ମିଙ୍କୁ ‘ତ୍ରିବେକା ଫିଲ୍ମ ଫେଷ୍ଟିଭାଲ୍’ରେ ଭେଟିଥିଲେ । ରାଧିକା ନିଜ ଅଭିନୟ ଦକ୍ଷତା ପାଇଁ ସେହି ଫେଷ୍ଟିଭାଲ୍ରେ ‘କ୍ଲିନ୍ ସାଭେନ’ ପୁରସ୍କାର ପାଇଥିଲେ । ସେଠାରେ ଏମ୍ମି ରାଧିକାକୁ ତାଙ୍କ ଆଗାମୀ ଡ୍ରାମାରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
Comments are closed, but trackbacks and pingbacks are open.