ବୈପାରିଗୁଡା,(ବି.ବି.ନୁ୍ୟଜ୍): ବୈପାରିଗୁଡାରେ ବ୍ଲକସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ୍ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜନସାଧାରଣଙ୍କ ସହଯୋଗରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ବ୍ୟବସ୍ଥା, କୃଷି, ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ତଥା ସ୍ୱଚ୍ଛ ସୁନ୍ଦର ବୈପାରିଗୁଡା ଗଠନ କରିବା, ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଏବଂ କରୋନା ବିରୋଧରେ ସମସ୍ତେ ମିଳିତ ଭାବରେ ଲଢେଇ କରି ବିଜୟ ହାସଲ ପାଇଁ ସେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଡିଓ ଅଭିମନୁ୍ୟ କବି ଶତପଥୀ, ବ୍ଲକ୍ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ କୁମାର ଗୁପ୍ତା, ଥାନା ଅଧିକାରୀ ଅଂଶୁମାନ ଦ୍ୱିବେଦୀ, ତହସିଲଦାର କୈଳାସଚନ୍ଦ୍ର ତ୍ରିପାଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ପ୍ରଥମଥର ପାଇଁ ବୈପାରିଗୁଡା ସାମ୍ବାଦିକ ସଙ୍ଘକୁ ବ୍ଲକ୍ ପ୍ରଶାସନ ତରଫରୁ ଏକ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସଙ୍ଘର କର୍ମୀ ଗୋପୀନାଥ ଦୋରା, କଳ୍ପତରୁ ମହାନ୍ତି ପ୍ରମୁଖ ଗ୍ରହଣ କରିଥିଲେ । ସେହିପରି ସ୍ଥାନୀୟ ଗାନ୍ଧିପୁର କ୍ଷେତ୍ର ସମିତି ପରିସରରେ ଅନୁÂାନର ବରିÂ କର୍ମୀ ମହେନ୍ଦ୍ର ପ୍ରସାଦ ଦାସ ପତାକା ଉତୋଳନ କରିଥିଲେ । ଏଥିରେ ଅrଫୋର୍ଡ ଇଂଟରନ୍ୟାସ୍ନାଲ ବିଦ୍ୟାଳୟ କର୍ମଚାରୀ, ଅଧ୍ୟକ୍ଷା କଲ୍ୟାଣୀ ବଘାର, ସ୍ୱାଧୀନ କୁମାର ରାଉତରାୟ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଉପରେ ଆଲୋଚନା କରିଥିଲେ । ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପରିଚାଳନା କମିଟି ସଭାପତି ମୁରଲୀଧର ବରାଡ ପତାକା ଉତୋଳନ କରିଥିଲେ । ସମ୍ପାଦକ ଅରକ୍ଷିତ ସେଠୀଙ୍କ ସହ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ଥାନା ପରିସରରେ ଥାନାଧିକାରୀ ଡିଏସ୍ପି ଅଂଶୁମାନ ଦ୍ୱିବେଦୀ ପତାକା ଉତ୍ତୋଳନ କରିଥିଲେ । ବୈପାରିଗୁଡା, ରାମଗିରି, ଦଣ୍ଡାବାଡି, ମନ୍ତ୍ରୀଆମ୍ବ ଓ ତେନ୍ତୁଳିଗୁମ୍ମାରେ ଥିବା ବିଏସଏଫ କ୍ୟାମ୍ପ ପରିସରରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ବନ ବିଭାଗ କାର୍ଯ୍ୟାଳୟରେ ବନାଞ୍ଚଳ ଅଧିକାରୀ ଦିବ୍ୟାମାଧୁରୀ ସେଠୀ, ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଡାକ୍ତର ଅଧିରାଜ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ବିଜେପି କାର୍ଯ୍ୟାଳୟ ପରିସରରେ ମଣ୍ଡଳ ସଭାପତି ଉମେଶଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ବର୍ଷିୟାନ କର୍ମୀ ତ୍ରିନାଥ ପାତ୍ର ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ବରିÂ କର୍ମୀ ଏ.ତ୍ରିନାଥ ରାଓ, ମନୋଜ କୁମାର ନାୟକ, ଚନ୍ଦ୍ରଶେଖର ରଥ, ସୁଧାଂଶୁ ଶେଖର ଜେନା, ନଟବର ପଟ୍ଟନାୟକ, ଚକ୍ର ବୈରାଗୀ ପ୍ରମୁଖ ଉପସ୍ଥିତ ଥିଲେ । ଗୋÂୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶିକ୍ଷାଧିକାରୀ ସୁଧୀରକୁମାର ରଥ, ସିଡିପିଓଙ୍କ କାର୍ଯ୍ୟାଳୟରେ ସୁପରଭାଇଜର ଆରତି ମହାପାତ୍ର ପତାକା ଉତ୍ତୋଳନ କରିଥିଲେ । ସେହିପରି ବ୍ଲକ୍ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।
Comments are closed, but trackbacks and pingbacks are open.