ଜଗତସିଂହପୁର: ଏକ ନିର୍ଦ୍ଦିଷ୍ଟ ଫାଇଲ୍ ପାଇଁ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳଙ୍କୁ ବିରୋଧୀ ଗୋଷ୍ଠୀ ତାଲା ପକାଇଛନ୍ତି। ଫଳରେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମତୀ ବଳ ଓ ବିଡିଓ ଅଫିସ୍ ଭିତରୁ ବାହାରି ପାରିନଥିଲେ। ଏନେଇ ଶ୍ରୀମତୀ ବଳ ଆଜି ରାତିରେ ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆଜି ଅପରାହ୍ନରେ ଶ୍ରୀମତୀ ବଳ ଅଫିସରେ କାମ କରୁଥିଲେ। ଏହି ସମୟରେ ତାଙ୍କ ବିରୋଧୀ ଗୋଷ୍ଠୀର ୩ ଜଣ ଯୁବକ ଅଫିସ୍ରେ ପହଞ୍ଚି ଏକ ନିର୍ଦ୍ଦିଷ୍ଟ ଫାଇଲ୍ ମାଗିଥିଲେ। ଅଧ୍ୟକ୍ଷା ଫାଇଲ୍ ଦେବାକୁ ମନା କରିଦେଇଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ପରେ ବିରୋଧୀ ଗୋଷ୍ଠୀ ପଞ୍ଚାୟତ ସମିତି କାର୍ୟ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ। ଯାହାଫଳରେ ଅଧ୍ୟକ୍ଷା ଓ ବିଡିଓଙ୍କ ସମେତ ଅନ୍ୟ କର୍ମଚାରୀମାନେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ବାହାରକୁ ଆସିପାରିନଥିଲେ।
Comments are closed, but trackbacks and pingbacks are open.