ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ବ୍ଲୁ ହ୍ୱଲ ହସ୍ପିଟାଲକୁ ସିଲ୍ କଲା ବିଏମ୍ସି । ଗତକାଲି ଏହି ହସ୍ପିଟାଲରୁ ୨୭ କରୋନା ଆକ୍ରାନ୍ତ ଚିହ୍ନଯ ହୋଇଥିଲେ । କୋଭିଡ଼ ଗାଇଡଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେଏହି ହସ୍ପିଟାଲକୁ ସିଲ୍ କଲା ବିଏମ୍ସି । ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍ସି ପକ୍ଷରୁ ଏପରି କଠୋର କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଏନେଇ ବିଏମ୍ସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ବିଏମ୍ସି ଜୋନାଲ ଡେପୁଟି କମିଶନର ପ୍ରମୋଦ ପୃଷ୍ଟିଙ୍କ ସୂଚନା ଅନୁଯାୟୀ, ଗତ ୧୭ ରେ ହସ୍ପିଟାଲକୁ ଯାଇଥିବା ଜଣେ ରୋଗୀ କରୋନା ପଜିିଟଭ୍ ଥିବା ଜଣାପଡିଥିଲା । ସଂପୃକ୍ତ ରୋଗୀଙ୍କୁ ସେଠାରୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ ସେ ୨୭ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ଫଳରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୨୭ ଜଣ କରୋନା ଆକ୍ରାନ୍ତ ହୋଇଥିଲେ । ବ୍ଲୁ ହ୍ୱଲ୍ ଚିକିତ୍ସା କରିଥିବା ଡାକ୍ତର କୋଭିଡ୍ ସ୍ପୋ ପାଳନ କରିଥିବା ଅଭିଯୋଗ ହୋଇଛି ।
Comments are closed, but trackbacks and pingbacks are open.