ବ୍ୟବସାୟୀଙ୍କଠୁ ୫ ଲକ୍ଷ ଲୁଟିନେଲେ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ବାଇକ୍ରେ ବସି କଥା ହେଉଥିଲେ ଯୁବକ ଜଣକ । ବାଇକ୍ ହ୍ୟାଣ୍ଡଲ୍ରେ ଝୁଲୁଥିଲା ପ୍ରାୟ ୫ ଲକ୍ଷ ଟଙ୍କା ଭର୍ତ୍ତି ଜରି ବ୍ୟାଗ୍ । ଫୋନ୍ରେ ଅନ୍ୟମନସ୍କ ଥିବାର ଦେଖି ଠିକଣା ପଚାରିବା ଆଳରେ ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍ । ଫୋନ୍କଲ୍ରୁ ମୁକ୍ତ ହୋଇ ସ୍ୱାଭାବିକ ହେବା ବେଳକୁ ବ୍ୟାଗ୍ ନଥିଲା, ସେଠାରେ ନଥିଲେ ଦୁର୍ବୃତ୍ତ । ନିମିଷକ ମଧ୍ୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ସେମାନେ ।
କେନ୍ଦ୍ରାପଡ଼ା ସହର ଉପକଣ୍ଠ ଦୁହୁରିଆସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିକଟରେ ଘଟିଛି ଏଭଳି ଅଘଟଣ । ନିକଟରେ ଲାଗିଥିବା ସିସିଟିଭିର ଫୁଟେଜ୍ରୁ ଜଣାପଡୁଛି କେମିତି ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି ଟଙ୍କା । ପୂରା ଘଟଣାକ୍ରମର ଭିଡିଓ ଫୁଟେଜ୍ ସିସିଟିଭିରେ କଏଦ୍ ହୋଇଛି । ଏ ନେଇ ସଦର ଥାନାରେ ଏତଲା ଦାଏର ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଜନଗହଳିପୂର୍ଣ୍ଣ ରାସ୍ତାରେ ଦୁର୍ବୃତ୍ତମାନେ ଲୁଟ୍ କରି ଚାଲିଯିବା ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି ।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ସହର ତିନିମୁହାଣିର ରାଜେନ୍ଦ୍ର କୁମାର ଦାଶ ନାମକ ଯୁବକ ଏହି ଅଞ୍ଚଳରେ ବ୍ୟବସାୟ କରିଆସୁଛନ୍ତି । କୌଣସି କାମରେ ସେ ଏକ ବୁଲେଟ୍ (ଓଡ଼ି୨୯ଇ-୦୦୩୯) ଯୋଗେ କଲେଜ ରୋଡ୍(ଦୁହୁରିଆ)ସ୍ଥିତ ଏସ୍ବିଆଇକୁ ଦ୍ୱିପ୍ରହରରେ ଆସିଥିଲେ । ପରେ ବ୍ୟାଙ୍କରୁ କାମ ସାରି ବ୍ୟାଙ୍କ ତଳେ ଥିବା ପାର୍କିଂ ସ୍ଥାନରେ ବାଇକ୍ରେ ବସି ଫୋନ୍ରେ କଥା ହେଉଥିଲେ । ଆଉ ତାଙ୍କ ବାଇକ୍ ହ୍ୟାଣ୍ଡେଲ୍ରେ ଝୁଲା ହୋଇଥିଲା ୪ ଲକ୍ଷ ୮୦ ହଜାର ଟଙ୍କା ଭର୍ତ୍ତି ଏକ ଜରି ବ୍ୟାଗ୍ । ଫୋନ୍ରେ କଥାବାର୍ତ୍ତର୍ାରେ ସେ ଏକରକମ ମଜ୍ଜି ରହିଥିଲେ । ତେବେ କିଛି ଦୁର୍ବୃତ୍ତ ସମ୍ଭବତଃ ବ୍ୟାଙ୍କକୁ ଆସିବାଠାରୁ ତାଙ୍କୁ ପିଛା କରିଆସୁଥିଲେ । ତାଙ୍କ ଗତିବିଧି ଉପରେ ରୀତିମତ ନଜର ରଖିଥିଲେ । କେଉଁଠି ସୁଯୋଗ ମିଳିଲେ ଟଙ୍କା ଭର୍ତ୍ତି ଜରିବ୍ୟାଗ୍କୁ ଲୁଟିବାକୁ ଜଗିଥିଲେ । ରାଜେନ୍ଦ୍ର ଫୋନ୍କଲ୍ରେ ବ୍ୟସ୍ତ ଥିବା ବେଳେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ତାଙ୍କ ପାଖକୁ ଆସି କଥା ହୋଇଥିଲେ । ବ୍ୟସ୍ତତା ଭିତରେ ବାଇକ୍ ପାଖରେ ଠିଆ ହୋଇ ଜଣେ ଦୁର୍ବୃତ୍ତ ତାଙ୍କଠୁ ଠିକଣା ବୁଝିଥିଲେ । ସେହି ଆଳରେ ବାଇକରେ ଝୁଲା ହୋଇଥିବା ଟଙ୍କା ଭର୍ତ୍ତି ବ୍ୟାଗ୍ଟିକୁ ହ୍ୟାଣ୍ଡଲ୍ରୁ କାଢ଼ି ନିଜେ ଧରି କାହାର ସନେ୍ଦହ ନହେବା ପରି ଟିକେ ଦୂରକୁ ଚାଲି ଯାଇଥିଲେ । ଏକ ପଲ୍ସର୍ ବାଇକ୍ରେ ହେଲ୍ମେଟ୍ ପିନ୍ଧି ଅପେକ୍ଷା କରିଥିବା ଦୁର୍ବୃତ୍ତ ତାଙ୍କୁ ଇସାରା କରିଥିଲେ ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ସେଠାରୁ ତୁରନ୍ତ ପଳାଇ ଆସିବାକୁ । ଯାହା ସିସିଟିଭିରୁ ଜଣାପଡୁଛି । ଠିକଣା ପଚାରି ବୁଝୁଥିବା ଯୁବକ ବ୍ୟାଗ୍ ନେଇ କିଛି ବାଟ ଯିବା ଭିତରେ ରାଜେନ୍ଦ୍ରଙ୍କର ଟଙ୍କା ବ୍ୟାଗ୍ ନଥିବା ନଜର ପଡ଼ିଥିଲା । ସେ ଉକ୍ତ ଯୁବକଙ୍କୁ ଡାକିବା ଭିତରେ ରାସ୍ତାରେ ବାଇକ୍ ଧରି ଅପେକ୍ଷା କରିଥିବା ଅନ୍ୟ ଜଣେ ଦୁର୍ବୃତ୍ତ ସହ ସେ ଫେରାର ହୋଇଯାଇଥିଲା । ରାଜେନ୍ଦ୍ର ସେମାନଙ୍କୁ ବାଇକ୍ ଯୋଗେ ଅନୁସରଣ କରିଥିଲେ ବି ସେମାନେ କ୍ଷୀପ୍ର ବେଗରେ କୁଆଡେ଼ ପଳାଇଥିଲେ । ଏଣୁ ଏକାଧିକ ଲୁଟେରା ଏହା ପଛରେ ଥିବା ଅନୁମାନ କରାଯାଉଛି । ଅଭିଯୋଗ ପାଇ ସଦର ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ ବି କିଛି ସୁରାକ୍ ପାଇପାରି ନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons