ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟର ଟୁକୁ ପଣ୍ଡା(୫୫) ନାମକ ଜଣେ ବ୍ୟବସାୟୀଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ପୋଡ଼ି ଦେବାକୁ ଉଦ୍ୟମ କରାଯାଉଥିବା ବେଳେ ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସହିଦ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏନେଇ ସଦର ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଚାଲିଥିବା ପୁଲିସ କହିଛି ।
ପୁଲିସ ସୂତ୍ରରୁ ପ୍ରକାଶ, ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ନିକଟରେ ଚା’ଦୋକାନ କରିଥିବା ଶ୍ରୀ ପଣ୍ଡା ଗତ ୧୭ ତାରିଖରେ କୋରାପୁଟ-ଜୟପୁର ରାସ୍ତା କଫି ବୋଡର଼୍ ନିକଟକୁ ଜୁଆ ଖେଳିବାକୁ ଯାଇଥିଲେ । ଜୁଆ ଖେଳି ୭ହଜାର ୫ଶହ ଟଙ୍କା ହାରିବା ପରେ ଚାଲିଚାଲି ଘରକୁ ଫେରୁଥିଲେ । ସେତେବେଳେ ଦୁଇଜଣ ବ୍ୟକ୍ତି ଏକ କାର୍ରେ ଆସି ତାଙ୍କୁ କଫି ବୋଡର଼୍ ନିକଟରୁ ଅପହରଣ କରି ନେଇଥିଲେ । ଏକ ଅଜ୍ଞାତ ସ୍ଥାନରେ ଘର ମଧ୍ୟରେ ଚାବି ପକାଇ ରଖିଥିଲେ । ୧୮ ତାରିଖ ରାତିରେ ଶ୍ରୀ ପଣ୍ଡାଙ୍କୁ କାରରେ ବିଭିନ୍ନ ସ୍ଥାନକୁ ନେଇଥିଲେ । ପରେ ସେହିଦିନ ବିଳମ୍ବିତ ରାତିରେ ସୁନାବେଡ଼ା-ସେମିଳିଗୁଡ଼ା ରାସ୍ତାର ନୂତନ ହାଟପଦା ନିକଟରେ ଦୁଇ ଦୁର୍ବୃତ୍ତ ଶ୍ରୀ ପଣ୍ଡାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଅାଁ ଲଗାଇ କାରରେ ପଳାଇଥିଲେ । ଶ୍ରୀ ପଣ୍ଡା ଜୀବନ ବିକଳରେ ପିନ୍ଧିଥିବା କୋର୍ଟ ଚିରି ସହାୟତା ପାଇଁ ଚିକ୍ରାର କରିଥିଲେ । ଘଟଣା ସମ୍ପର୍କରେ ରାତିିରେ ପାଟ୍ରୋଲିଂ କରୁଥିବା ସୁନାବେଡ଼ା ପୁଲିସ ଜାଣିବା ପରେ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଶ୍ରୀ ପଣ୍ଡାଙ୍କ ହାତ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଛି । ତେବେ ତାଙ୍କୁ କିଏ କାହିଁକି ଅପହରଣ କରିଥିଲା କାରଣ ଜଣାପଡ଼ି ନାହିଁ । ବ୍ୟବସାୟୀଙ୍କ ଅଭିଯୋଗ ମୁତାବକ ତାଙ୍କର ଗୋଟିଏ କାର ଓ ଗୋଟିଏ ବାଇକ୍ ସେ ବନ୍ଧା ଦେଇଥିଲେ । କାର୍କୁ ଜଣେ ଓଏସଏପି କର୍ମଚାରୀଙ୍କୁ ୧ଲକ୍ଷ ୭୦ ହଜାର ଟଙ୍କାରେ ବନ୍ଧା ଦେଇଥିବା ବେଳେ ଝଡ଼ିଗୁଡ଼ା ଗାଁର ଜଣେ ବ୍ୟକ୍ତିଙ୍କୁ ୩୦ ହଜାର ଟଙ୍କାରେ ବାଇକ୍ ବନ୍ଧା ଦେଇଥିଲେ । ସେମାନେ ଗାଡ଼ିନେଇ ଟଙ୍କା ଦେବାକୁ ବାରମ୍ବାର କହୁଥିଲେ । ଏହି ଅପହରଣ ଓ ହତ୍ୟା ଉଦ୍ୟମ ଘଟଣା ପଛରେ ବାଇକ୍ ବନ୍ଧା ରଖିଥିବା ବ୍ୟକ୍ତିଙ୍କ ହାତ ଥାଇପାରେ ବୋଲି ବ୍ୟବସାୟୀଙ୍କ ସମ୍ପର୍କୀୟମାନେ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ ଚାଲିଥିବା ବିଭାଗୀୟ ଅ%ିକାରୀ ପ୍ରଫୁଲ୍ଲ ପାତ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons