ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଉମରକୋଟ ବଜାରର ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଛି । ଘଟଣାଟି ଉମରକୋଟରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଗୁଳିମାଡ଼ରେ ଗୁରୁତର ଆହତ ବ୍ୟବସାୟୀ ହେଲେ ସଞ୍ଜୀବ ସୁବୁଦ୍ଧି । ଶୁକ୍ରବାର ରାତି ୧୦ଟାରେ ଦୋକାନ ବନ୍ଦ କରି ସଞ୍ଜୀବ ବାଇକ୍ରେ ଘରକୁ ଫେରୁଥିଲେ । ଝରିଗାଁ ରୋଡ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ନିକଟରେ ୩ଜଣ ମୁଖାଧାରୀ ଆତତାୟୀ ତାଙ୍କୁ ପଛ ପଟରୁ ଗୋଟିଏ ରାଉଣ୍ଡ ଗୁଳି ଚଲାଇଥିଲେ । ବନ୍ଧୁକର ଗୁଳି ବ୍ୟବସାୟୀଙ୍କ ଅଣ୍ଟାରେ ବାଜିଥିଲା । ଗୁଳି ମାଡ଼ରେ ବ୍ୟବାସୟୀ ଟଳିପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ଗୋÂୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରମାନେ ଗୁଳି ବାହାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । କିନ୍ତୁ ମେରୁଦଣ୍ଡରେ ଗୁଳି ବାଜି ଗୋଟିଏ ଗୋଡ଼ ଅଚଳ ହୋଇଯାଇଛି । ଗୁରୁତର ଅବସ୍ଥାରେ ବ୍ୟବସାୟୀଙ୍କୁ ନବରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କେଉଁ କାରଣରୁ ବ୍ୟବସାୟୀଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଉମରକୋଟ ଥାନା ଅଧିକାରୀ ନରେଶ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ ଆରମ୍ଭ କରି ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons