ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନ୍ୟୁଜ୍): ଅୟକର ବିଭାଗ ବ୍ରହ୍ମପୁରରେ ଜଣେ ସୁନା ବ୍ୟବସାୟୀ କେ.ପ୍ରସାଦ ରାଓ ସୁବୁଦ୍ଧିଙ୍କ ଘରେ ଚଢ଼ାଉ କରିଛି । ବ୍ରହ୍ମପୁର ବଡ଼ ବଜାର ଶଙ୍କର ଜୁଏଲାରି ମାଲିକ ପ୍ରସାଦ । ଗତକାଲି ଅପରାହ୍ନରେ ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍ ବ୍ୟବାୟୀଙ୍କ ଘର ଓ ଦୋକାନ ଉପରେ ନଜର ରଖିଥିଲେ । ଆଜି ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ଆୟକର ବିଭାଗରୁ ଆସିଥିବା ଜଣେ ଅଧିକାରୀ ତାଙ୍କ ନାମ ପ୍ରକାଶ ନକରି କହିଛନ୍ତି, ଶୁକ୍ରବାର କୋଲକତା ହାୱଡ଼ା ଷ୍ଟେସନ୍ରେ ବ୍ୟକ୍ତିଙ୍କ ଠାରୁ ୬୮ଲକ୍ଷ ୧୩ ହଜାର ଟଙ୍କା ଜବତ ହୋଇଥିଲା । କୋଲ୍କଲା ଆର୍ପିଏଫ୍ ସନ୍ଦେହଜନକ ଭାବେ ବ୍ୟାଗ୍ ଯାଞ୍ଚସମୟରେ ଟଙ୍କା ମିଳିଥିଲା ଏବଂ ସେହି ଟଙ୍କା କେଉଁଠୁ ଆସିଲା ବ୍ୟକ୍ତି ଜଣକ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । କୋଲକତା ଆର୍ପିଏଫ୍ ଆୟକର ବିଭାଗରେ ଟଙ୍କା ଜବତ ନେଇ ସୂଚନା ଦେଇଥିଲା । ତେବେ ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍ ଏହାର ତଦନ୍ତ କରିବା ପରେ ଧରାପଡ଼ିଥିବା ଲୋକ ଜଣକ ବ୍ରହ୍ମପୁର ଶଙ୍କର ଜୁଏଲରୀରେ କାମ କରୁଥିବା ଜଣାପଡ଼ିଥିଲା । ସେହି କର୍ମଚାରୀ ଜଣକ ମାଲିକଙ୍କ ସମ୍ପର୍କରେ ସୂଚନା ଦେବା ସହ ଟଙ୍କା ସମ୍ପର୍କରେ ମାଲିକ ହିଁ ଜାଣିଛନ୍ତି ବୋଲି କହିଥିଲେ । ଗତକାଲି ଅପରାହ୍ନ ଆୟକର ବିଭାଗର ସ୍ୱତନ୍ତ୍ର ଟିମ୍ ବଡ଼ବଜାରରେ ପହଞ୍ଚି ଶଙ୍କର ଜୁଏଲରି ଓ ଏହାର ମାଲିକ ପ୍ରସାଦ ରାଓଙ୍କ ଗୌଡ଼ ସାହିରେ ଥିବା ଚଢ଼ାଉ ଜାରି ରଖିଛି । ତେବେ ଏ ନେଇ ଆୟକର ବିଭାଗର ଅଧିକାରୀ ମାନେ ଗଣମାଧ୍ୟମରେ କିଛି ମନ୍ତବ୍ୟ ଦେଇନଥିବା ବେଳେ ପ୍ରସାଦ ରାଓ ମଧ୍ୟ କିଛି ପ୍ରତିକ୍ରିୟା ରଖିନାହାନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons