ବ୍ୟାଗରୁ ମିଳିଲା ୩୦ ଲକ୍ଷ ଟଙ୍କା, ଯୁବକ ଅଟକ

Get real time updates directly on you device, subscribe now.

ଯୁବକକୁ ଉଠାଇ ନେଇଛି ଖଣ୍ଡଗିରି ଥାନା ପୁଲିସ୍ । ଯୁବକ ଜଣକ ହେଉଛନ୍ତି ଯାଜପୁର ଛତିଆ ଅଞ୍ଚଳର ମହାବୀର ପ୍ରସାଦ ଦାସ । ତେବେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ, କାହାକୁ ଦେଇଥାନ୍ତେ? ଏନେଇ ପୁଲିସ ତନାଘନା ଚଳାଇଛି ।
ପାରଳାଖେମୁଣ୍ଡିରୁ ବସ୍ ଯୋଗେ ମହାବୀର ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ଆସିଥିଲେ । ସେ ପେଟ୍ରୋଲ ଟାଙ୍କି ପାଖରେ ବ୍ୟାଗ୍ରେ ଟଙ୍କା ରଖି ଅନ୍ୟ ଗାଡ଼ିକୁ ଅପେକ୍ଷା କରିଥିବା ପୁଲିସକୁ ସୂଚନା ମିଳିଥିଲା । ପୁଲିସ ସେଠାରୁ ତାଙ୍କୁ ଅଖା ଭର୍ତ୍ତି ଟଙ୍କା ସହ ଥାନାକୁ ଆଣିଥିଲା । କେଉଁଠୁ ଏତେ ପରିମାଣର ଟଙ୍କା ଆଣିଲେ ବୋଲି ପଚାରିଥିଲା । ଏତିକିବେଳେ ଖୁସବୁ ପ୍ରଡକ୍ସନର ମାଲିକ ପ୍ରଳୟ ପାଢୀ ଥାନାରେ ପହଞ୍ଚି ମହାବୀରଙ୍କୁ ନିଜ ସାଙ୍ଗ ବୋଲି ପରିଚୟ ଦେଇଥିଲେ । ଶ୍ରୀ ପାଢ଼ୀ ପୁଲିସ୍କୁ କହିଥିଲେ, ତାଙ୍କର ତେଲ ମସଲା ବେପାର ଚାଲିଛି । ଲକଡାଉନ୍ ଯୋଗୁଁ ଗଞ୍ଜାମ ଗଜପତି ଅଞ୍ଚଳରେ ବେପାରୀଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ବକେୟା ପଡ଼ିଥିଲା । ଯାହାକୁ ଆଦାୟ କରିବା ପାଇଁ ସେ ମହାବୀରଙ୍କୁ ସେଠାକୁ ପଠାଇଥିଲେ । ଏ ଟଙ୍କା ବେଆଇନ ନୁହେଁ, ଏ ବାବଦରେ ସମସ୍ତ କାଗଜପତ୍ର ତାଙ୍କ ପାଖରେ ଅଛି ବୋଲି ପୁଲିସକୁ ପ୍ରଳୟ କହିଥିଲେ ।
ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି, ମହାବୀରଙ୍କୁ ଅଟକ ରଖାଯାଇଛି । ଟଙ୍କା କାରବାରର ଯାଞ୍ଚ ଚାଲିଛି । କାଗଜପତ୍ର ମଗାଯାଇଛି । ଅଧିକ ଯାଞ୍ଚ ପାଇଁ ଆୟକର ବିଭାଗକୁ ଅବଗତ କରାଯାଇଛି । ଜବତ ଟଙ୍କାର କାଗଜପତ୍ର ଦେଖାଇ ନପାରିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁÂାନ ନିଆଯିବ । ସୂଚନା ଥାଉ କି, ପୂର୍ବରୁ ଏକାଧିକ ଥର ରାଜଧାନୀରୁ ବିପୁଳ ମାତ୍ରାରେ ଟଙ୍କା ଜବତ ହୋଇଛି । ୨୦୧୬ ନଭେମ୍ବର ୧୯ରେ ସହିଦନଗରରୁ ୩୦ ଲକ୍ଷ ଟଙ୍କା କଳା ଧନ ଜବତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons