ମୁମ୍ବାଇ:ବ୍ୟାଙ୍କଗୁଡ଼ିକ ପକ୍ଷରୁ ଆମକୁ କୋତୋଟି ମାଗଣା ଟ୍ରାଞ୍ଜାକ୍ସନ ସୁବିଧା ଦିଆଯାଉଛି । ଏହା ପରେ ହେଉଥିବା କାରବାରରେ ସେମାନେ ଦେୟ ନେଉଛନ୍ତି । ତେବେ ଏହା ଉପରେ ଏକ ନୂଆ ନିର୍ଦ୍ଦେଶ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) । ବୈଷୟିକ ତ୍ରୁଟି କିମ୍ବା ଏଟିଏମ୍ରେ ଟଙ୍କା ନ ଥିବାରୁ ବିଫଳ ହେଉଥିବା ଟ୍ରାଞ୍ଜାକ୍ସନକୁ ମାଗଣା ଟ୍ରାଞ୍ଜାକ୍ସନ୍ ସୀମାରେ ନ ଗଣିବା ପାଇଁ ଆର୍ବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଅଣ-ନଗଦ ଉଠାଣ ଟ୍ରାଞ୍ଜାକ୍ସନକୁ ବି ଏଥିରେ ସାମିଲ ନ କରିବା ପାଇଁ ବ୍ୟାଙ୍କଗୁଡ଼ିକୁ ସର୍ବୋଚ୍ଚ ବ୍ୟାଙ୍କ କହିଛି ।
ଖାତାରେ କେତେ ଟଙ୍କା ଅଛି ତାହା ଜାଣିବା ପାଇଁ କରାଯାଉଥିବା ଟ୍ରାଞ୍ଜାକ୍ସନ୍, ଚେକ୍ ବୁକ୍ ପାଇଁ ଆବେଦନ, ଟିକସ ପୈଠ ଏବଂ ପାଣ୍ଠି ସ୍ଥାନାନ୍ତର ଆଦିକୁ ମାଗଣା ଟ୍ରାଞ୍ଜାକ୍ସନ୍ ସୀମା ବାହାରେ ରଖିବା ପାଇଁ ଆର୍ବିଆଇ କହିଛି ।


Comments are closed, but trackbacks and pingbacks are open.