ବଲାଙ୍ଗିର,(ବି.ବି.ନୁ୍ୟଜ): ଭିଜିଲାନ୍ସ ପଞ୍ଝାରେ ପଡିଥିବା ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି । ନିଜକୁ ସଫା ଦେଖାଇବାକୁ ଚାକିରି କାଳରେ ଠୁଳକରିଥିବା ଅନେକ ବେଆଇନ ସମ୍ପତ୍ତିକୁ ଅଭୟକାନ୍ତ ନିଜ ସମ୍ପର୍କିୟଙ୍କ ନାଁରେ କରିଥିଲେ । ଏନେଇ ଖବର ପାଇବା ପରେ ଭିଜିଲାନ୍ସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ(ଏସଆଇଟି) ସେଦିଗରେ ତଦନ୍ତ ଆଗେଇବା ପରେ ଅଭୟଙ୍କ ଚାକିରୀ ସମୟର ରେକଡର଼୍କୁ ନେଇ ମଧ୍ୟ ଖୋଳତାଡ ଚାଲିଛି ।
ଭିଜିଲାନ୍ସ ନିଦେ୍ର୍ଧଶାଳୟର ନିଦେ୍ର୍ଧଶକ୍ରମେ ଆଜି ବଲାଙ୍ଗିରରେ ମଧ୍ୟ ଏସ୍ଆଇଟିର ଏକ ଟିମ ବିଭିନ୍ନ ସ୍ଥାନରେ ଖୋଳତାଡ଼ ଆରମ୍ଭ କରିଛି । ଭିଜିଲାନ୍ସ ପକ୍ଷରୁ ବଲାଙ୍ଗିର ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ(କେନ୍ଦୁପତ୍ର ଡ଼ିଭିଜନ), ଓଡ଼ିଶା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ସମେତ ଡ଼ାକ ଘର, ଜୀବନ ବୀମା ନିଗମ କାର୍ଯ୍ୟାଳୟ ଓ ସମସ୍ତ ବ୍ୟାଙ୍କକୁ ବିଭାଗ ପକ୍ଷରୁ ତଥ୍ୟ ମଗାଯାଇଛି । ଶ୍ରୀ ପାଠକଙ୍କ ସମେତ ତାଙ୍କ ପତ୍ନୀ ପୁଷ୍ପା ପାଠକ, ପୁଅ ଆକାଶ ଏବଂ ଝିଅ ଜୁହିଙ୍କ ନାଁରେ ଥିବା ଆକାଉଣ୍ଟ, ଫିକ୍ସ ଡ଼ିପୋଜିଟ, ଋଣ, ଜମା ଏବଂ ଲକର ବ୍ୟତୀତ ହୋଇଥିବା ଅନ୍ୟ ଯେକୌଣସି ଆର୍ଥିକ ଦେଣନେଣ ସମ୍ପର୍କରେ ସୂଚନା ମଗାଯାଇଛି । କଟକ ସ୍ଥିତ ନିଦେ୍ର୍ଧଶାଳୟ ପକ୍ଷରୁ ଏହି ତଦନ୍ତ ପ୍ରକ୍ରିୟା ଚାଲିଥିବାରୁ ବଲାଙ୍ଗିର ଭିଜିଲାନ୍ସ ଡ଼ିଏସପି ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି ।
ସୂଚନାଅନୁସାରେ, ଆଜି ପୂର୍ବାହ୍ନରୁ ଭିଜିଲାନ୍ସ ଟିମ ପ୍ରଥମେ ଆରଟିଓ ଛକ ସ୍ଥିତ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ(କେନ୍ଦୁପତ୍ର ଡ଼ିଭିଜନ)କୁ ଯାଇଥିଲେ । ସେଠାରେ ଶ୍ରୀ ପାଠକ ୨୦୧୪, ଫେବୃଆରୀ ୭ତାରିଖରୁ ୨୦୧୭ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ତେଣୁ ସେଠାରୁ ତାଙ୍କ ରହଣୀ ସମୟ, ସେହିସମୟରେ ନିଜ କିମ୍ବା ସମ୍ପର୍କିୟଙ୍କୁ ପ୍ରୋତ୍ସାହନ ଦେଇ କରାଯାଇଥିବା କୌଣସି କାର୍ଯ୍ୟର ସୂଚନା, ସମ୍ପତ୍ତି ସୂଚନା, ତାଙ୍କ ସମୟରେ ହୋଇଥିବା କାର୍ଯ୍ୟର ବିବରଣୀ ତଥା ବ୍ୟକ୍ତିଗତ ଫାଇଲ, ମାସିକ ଦରମା ଫାଇଲ, ଅନ୍ୟ ବାବଦକୁ ପାଉଥିବା ଭତ୍ତାର ବିବରଣୀ, ଜିପିଏଫ ଆଦିର ସୂଚନା ମାଗିଥିଲେ । ଏହାସହିତ ତା’ପୂର୍ବରୁ ସେ ୨୦୦୮ ମସିହାରେ ବ୍ରହ୍ମପୁରରେ ବନ ଉନ୍ନୟନ ନିଗମର ଜେନେରାଲ ମ୍ୟାନେଜର ଦାୟିତ୍ୱରେ ଥିବା ବେଳେ ବଲାଙ୍ଗିର ଶାଖାର ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ । ତେଣୁ ଭିଜିଲାନ୍ସ ଟିମ ସେଠାକୁ ମଧ୍ୟ ଯାଇ ସମାନ ଢ଼ଙ୍ଗରେ କାଗଜପତ୍ର ମାଗିଛି । ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବଲାଙ୍ଗିର ସ୍ଥିତ ମୁଖ୍ୟ ଡ଼ାକଘର, ଏଲଆଇସି କାର୍ଯ୍ୟାଳୟ ଏବଂ ସେ ଦରମା ପାଉଥିବା ଏଡ଼ିବି ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କର ମୁଖ୍ୟ ପରିଚାଳକମାନଙ୍କୁ ଚିଠି କରିଛି । ଆଜି ଦିନ ତମାମ ଭିଜିଲାନ୍ସ ଟିମ ବିଭିନ୍ନ ସ୍ଥାନକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ ହେଁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହିଁ । କିନ୍ତୁ ଶ୍ରୀ ପାଠକଙ୍କ ରହଣି କାଳରେ ଭିତରେ ହୋଇଥିବା ସମସ୍ତ ପ୍ରକାର ଦୁର୍ନୀତିରେ ଅନ୍ୟ ଯେଉଁ ଅଧିକାରୀ କିମ୍ବା କର୍ମଚାରୀମାନେ ରହିଛନ୍ତି, ସେମାନଙ୍କୁ ମଧ୍ୟ ଭିଜିଲାନ୍ସ ସ୍କାନରକୁ ଆଣିବା ପାଇଁ ଖୋଳତାଡକୁ ଆହୁରି ଜୋରଦାର କରିବାକୁ ଭିଜିଲାନ୍ସ ଯୋଜନା ଚଳାଇଥିବା ଜାଣିବାକୁ ମିଳିଛି ।
Comments are closed, but trackbacks and pingbacks are open.