ନୂଆଦିଲ୍ଲୀ:ଦେଶର ଅର୍ଥବ୍ୟବସ୍ଥା ବିଶେଷ କରି ବ୍ୟାଙ୍କିଙ୍ଗ ଇତିହାସରେ ୧୯ ଜୁଲାଇର ମହତ୍ୱ ରହିଛି । କାରଣ ୧୯୬୯ ଜୁଲାଇ ୧୯ରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୪ଟି ଘରୋଇ ବ୍ୟାଙ୍କର ରାଷ୍ଟ୍ରାୟତ୍ତୀକରଣ କରିଥିଲେ । ବ୍ୟାଙ୍କ ରାଷ୍ଟ୍ରାୟତ୍ତୀକରଣକୁ ଆଜି ୫୦ ବର୍ଷ ପୂରିଛି । ଏହି ସମୟ ମଧ୍ୟରେ ସମ୍ପୂର୍ଣ୍ଣ ବଦଳିଯାଇଛି ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା । ଏନ୍ପିଏ ଚିନ୍ତା ଏବଂ ରାଜନୈତିକ ହସ୍ତକ୍ଷେପ ମଧ୍ୟରେ ଅଣନିଶ୍ୱାସୀ ହୋଇପଡିଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କ । ୧୯୬୯ ଜୁଲାଇ ୧୯ରେ ଉକ୍ତ ୧୪ଟି ବ୍ୟାଙ୍କର ମିଳିତ ଲାଭ ଥିଲା ୫.୭ କୋଟି ଟଙ୍କା । ଆଜି ଏମାନଙ୍କ ମିଳିତ କ୍ଷତି ୪୯,୭୦୦ କୋଟି ଟଙ୍କାରେ ପହଞ୍ଚିଯାଇଛି ।
ଉକ୍ତ ସମୟରେ ଏସବୁ ବ୍ୟାଙ୍କଗୁଡିକୁ ଦେଶର ବଡ଼ ବଡ଼ ବ୍ୟବସାୟିକ ପରିବାର ଚଳାଉଥିଲେ । ଏହି ବ୍ୟାଙ୍କଗୁଡିକ ମଧ୍ୟରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ଦେନା ବ୍ୟାଙ୍କ, ୟୁକୋ ବ୍ୟାଙ୍କ, କାନାରା ବ୍ୟାଙ୍କ, ୟୁନାଇଟେଡ୍ ବ୍ୟାଙ୍କ, ସିଣ୍ଡିକେଟ୍ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଲ୍ଲାହାବାଦ ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ତଥା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ରହିଛନ୍ତି ।
୧୯୬୯ରେ ଏହି ବ୍ୟାଙ୍କଗୁଡ଼ିକର ସ୍ଥିତି ଯାହା ଥିଲା ତାହା ସମ୍ପୂର୍ଣ୍ଣ ବଦଳିଯାଇଛି । ଏବେ ବ୍ୟାଙ୍କଗୁଡିକର ପରିଚାଳନା ବ୍ୟବସ୍ଥାରେ ତ୍ରୁଟି ବଢ଼ିଚାଲିଛି । ଏସବୁରେ ରାଜନୈତିକ ହସ୍ତକ୍ଷେପ ବଢ଼ୁଥିବା କେୟାର ରେଟିଙ୍ଗ୍ସର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବ୍ନାବିସ ପ୍ରକାଶ କରିଛନ୍ତି ।
ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । କିନ୍ତୁ ରାଜନୈତିକ ଏଜେଣ୍ଡାରେ ମଧ୍ୟ ଏମାନଙ୍କ ବ୍ୟବହାର ହେଉଛି, ଯାହାକି ଆଦୌ ଠିକ୍ ନୁହେଁ । ସ୍ୱାଧୀନ ବୋର୍ଡ ଥାଇ ବି ସ୍ୱାଧୀନତା ନାହିଁ । ଏସବୁର ନିରାକରଣ ହେଲେ ଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ବି ଘରୋଇ ବ୍ୟାଙ୍କ ଭଳି କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।
ବର୍ଷକୁ ବର୍ଷ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର କ୍ଷତି ବଢ଼ିଚାଲିଛି । ୧୯୬୯ ଜୁଳାଇ ୧୯ରେ ଏହି ୧୪ ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୋଟ ଲାଭ ୫.୭ କୋଟି ଥିଲା । ଏବେ ଏମାନଙ୍କ ମିଳିତ ଲାଭ ୪୯,୭୦୦ କୋଟି ଟଙ୍କା ରହିଥିବା କୋଟାକ ମହିନ୍ଦ୍ରା ମ୍ୟୁଚୁଆଲ ଫଣ୍ଡ୍ର ଏମ୍ଡି ନିଲେଶ ଶାହ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.