ଭୁବନେଶ୍ୱର,(ବି.ବି.ବ୍ୟୁରୋ):ପବିତ୍ର ରଥଯାତ୍ରା ଉପଲକ୍ଷେ ବଡ଼ଦାଣ୍ଡ ଗୁଣ୍ଡିଚା ମନ୍ଦିର ନିକଟରେ ଖୋଲିଛି ଘଡ଼ି ଡିଟରଜେଣ୍ଟ ଷ୍ଟଲ । ଏଠାରେ କମ୍ପାନିର ବିଭିନ୍ନ ଉତ୍ପାଦ ସହ ଘଡ଼ି ମେସିନ୍ ୱାସ୍ର ପ୍ରଦର୍ଶନ ଏବଂ ବିକ୍ରି ଉପଲବ୍ଧ ହେଉଛି । କମ୍ପାନିର ରାଜ୍ୟ ମୁଖ୍ୟ ଧୀରେନ୍ଦ୍ର କୁମାର ବର୍ମା ଏବଂ ଆଞ୍ଚଳିକ ବିକ୍ରି ମୁଖ୍ୟ ବି. ଉମାଶଙ୍କରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଷ୍ଟଲରେ ନିୟୋଜିତ କର୍ମଚାରୀମାନେ ଗ୍ରାହକଙ୍କୁ ବିଭିନ୍ନ ଉତ୍ପାଦର ବିଶେଷତ୍ୱ ବିଷୟରେ ପୁଙ୍ଖାନୁପୂଙ୍ଖ ବୁଝାଉଛନ୍ତି । ପୂର୍ବବର୍ଷ ରଥଯାତ୍ରାରେ ଗୋଟିଏ ଷ୍ଟଲ ଖୋଲାଯାଇଥିବାବେଳେ ଏଥର ଦୁଇଟି ଷ୍ଟଲ ଖୋଲାଯାଇଛି । ଗତବର୍ଷ ତୁଳନାରେ ଏ ବର୍ଷ ଲୋକଙ୍କ ଆଗମନରେ ଶତପ୍ରତିଶତ ବୃଦ୍ଧି ଘଟିଥିବା ବର୍ମା ପ୍ରକାଶ କରିଛନ୍ତି । ଗ୍ରାହକଙ୍କୁ କ୍ୱାଲିଟିଯୁକ୍ତ ଉତ୍ପାଦ ଯୋଗାଇବା କମ୍ପାନିର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଏହି ଷ୍ଟଲ ବାହୁଡା ପର୍ଯ୍ୟନ୍ତ ଖୋଲାରହିବ ବୋଲି ସେ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.