ବଲିଉଡ୍ରେ ଏଣ୍ଟ୍ରି ପାଇଁ ଏବେ ସଜବାଜ ହେଉଛନ୍ତି ଅଭିନେତା ହ୍ରିତିକ୍ ରୋଶନ୍ଙ୍କ ଦାଦା ଝିଅ ଭଉଣୀ ପସମିନା । ଏଭଳି ସମୟରେ ଭାଇ ହ୍ରିତିକ୍ ସୋସିଆଲ ମିଡିଆରେ ତାଙ୍କର କିଛି ଗ୍ଲାମରସ ଫଟୋ ପୋଷ୍ଟ କରିଛନ୍ତି । ଏହା ସହ ତାଙ୍କ ପାଇଁ ଏକ ମେସେଜ୍ ବି ଲେଖିଛନ୍ତି । ସେଥିରେ ହ୍ରିତିକ୍ ଲେଖିଛନ୍ତି, ‘ଆମେ ତୁମକୁ ନେଇ ବହୁତ ଗର୍ବ କରୁ ପସମିନା । ତୁମେ ଜଣେ ଭିନ୍ନ ମଣିଷ । ତୁମ ନିକଟରେ ଅସାଧାରଣ ପ୍ରତିଭା ରହିଛି । ନିଜର ବ୍ୟକ୍ତିତ୍ୱ ଯୋଗୁ ତୁମେ ଯେଉଁ ସ୍ଥାନକୁ ଯାଅ ସେଠାକୁ ଆଲୋକିତ କରିଥାଅ । ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ ତୁମ ମଧ୍ୟରେ ଏହି ଯାଦୁ ଆସିଲା କେଉଁଠୁ? ହେଲେ ଅଧିକାଂଶ ସମୟରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଜଣାଏ ଯେ ସେ ତୁମକୁ ଆମ ପରିବାରରେ ସାମିଲ କରିଛନ୍ତି ।’ ସୂଚନାଥାଉ କି, ପସମିନା ହେଉଛନ୍ତି ହ୍ରିତିକ୍ଙ୍କ ଦାଦା ତଥା ମୁ୍ୟଜିକ କମ୍ପୋଜର ରାଜେଶ ରୋଶନ୍ଙ୍କ ଝିଅ । ତାଙ୍କ ନିକଟରେ ଥିଏଟରରେ କାମ କରିବାର ଅଭିଜ୍ଞତା ରହିଛି । ମୁମ୍ବାଇର ଏକ ଆକ୍ଟିଙ୍ଗ୍ ସ୍କୁଲରୁ ସେ ଏକ ଛଅମାସିଆ କୋର୍ସ ବି କରିଛନ୍ତି ।
Comments are closed, but trackbacks and pingbacks are open.