ଭଙ୍ଗାଗଲା ୬ ମଦ ଭାଟି

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ): ବ୍ରହ୍ମପୁରରୁ ଆସିିଥିବା ଅବକାରୀ ଇଣ୍ଟେଲିଜେନ୍ସ ଓ ଅବକାରୀ ବୁ୍ୟରୋ ଟିମ୍ ମଦ ଭାଟି ଉପରେ ଚଢଉ କରିଛନ୍ତି । ୬ଟି ବେଆଇନ ମଦଭାଟି ଭାଙ୍ଗିବା ସହ ୧୬ ଶହ ଲିଟର ପୋଚ ଏବଂ ୨୦୦ ଲିଟର ରନ୍ଧା ମଦ ନଷ୍ଟ କରିଛନ୍ତି । ନଷ୍ଟ କରାଯାଇଥିବା ମଦର ମୂଲ୍ୟ ପ୍ରାୟ ୮୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏ ସମ୍ପର୍କରେ ଏକ ୟୁସି(ଅନ୍ କ୍ଲେମ୍ଡ) ମାମଲା ରୁଜୁ କରାଯାଇଥିବା ଅବକାରୀ ଇନସପେକ୍ଟର ବିମ୍ବାଧର ପଣ୍ଡା କହିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି, ଇଆଇ ଆଣ୍ଡ ଇବି ଟିମ୍ ଏବଂ ଅବକାରୀ ପୁଲିସ ପକ୍ଷରୁ ଆଜି ସଦରଥାନା ଡୋଳିଆମ୍ବଗୁଡ଼ାରେ ଚଢଉ କରାଯାଇଥିଲା । ଏକ ନିଛାଟିଆ ସ୍ଥାନରେ ମଦ ରନ୍ଧା ହେଉଥିବା ଖବର ମିଳିବା ପରେ ସକାଳ ୮ଟରେ ଚଢଉ ହୋଇଥିଲା । ଟିମ୍ ସଦସ୍ୟଙ୍କୁ ଦେଖି ମଦ ମାଫିଆ ଜଙ୍ଗଲ ଭିତରକୁ ଚମ୍ପଟ ମାରିଥିଲେ । ୬ଟି ମଦ ଭାଟି ସହ ପୋଚ ଏବଂ ରନ୍ଧା ମଦ ନଷ୍ଟ କରାଯାଇଥିଲା । ମଦ ରନ୍ଧାରେ ବ୍ୟବହୃତ ହାଣ୍ଡି, ଡେକ୍ଚି, ପ୍ଲାଷ୍ଟିକ୍ ଡ୍ରମ୍ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା । ଇଆଇ ଆଣ୍ଡ ଇବି ଏସ୍ଆଇ ସଞ୍ଜୟ କୁମାର କାଣ୍ଡି, ଅବକାରୀ ଥାନା ଅଧିକାରୀ ଉଷାବତୀ ଗୌଡ଼, ଏଏସ୍ଆଇ ଏମ୍. ଲକ୍ଷ୍ମଣ ରାଓ, ମାଧବେଶ ମାରାଣ୍ଡି ଏବଂ ବିଭାଗୀୟ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons