ଭଙ୍ଗା ଦଦରା ଅବସ୍ଥାରେ ପଡ଼ିଛି ବିଶ୍ରାମ ଗୃହ

Get real time updates directly on you device, subscribe now.

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକର ମେଣ୍ଟରୀ ପଞ୍ଚାୟତ ପଠାନଗୁଡ଼ା ଛକରେ ଥିବା ବିଶ୍ରାମ ଗୃହ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିଛି । ଏହି ବିଶ୍ରାମ ଗୃହ ଇନ୍ଦ୍ରାବତୀଠାରୁ ନବରଙ୍ଗପୁର ଯିବା ମୁଖ୍ୟ ରାସ୍ତାରେ ରହିଛି । ବହୁ ବର୍ଷ ପୂର୍ବେ ଏହା ତିଆରି ହୋଇଥିଲା । ପ୍ରଥମତଃ ଏହି ଗୃହ ସଫାସୁତୁରା କରାଯାଉ ନଥିବା ବେଳେ ବର୍ଷା ହେଲେ ଛାତରୁ ପାଣି ଗଳୁଛି । ଏବେ ଭାଙ୍ଗିବା ଅବସ୍ଥାକୁ ଆସିଲାଣି । ବର୍ଷା ହେଲେ ପାଣି ଗଳୁଥିବାରୁ ବସକୁ ଅପେକ୍ଷା କରି ଏଠାରେ ବସୁଥିବା ଯାତ୍ରୀମାନେ ବଡ଼ ହିନସ୍ତା ହେଉଛନ୍ତି । ଦିଗି ସଲପା, ବରାଗାଁ, ସିରାଗୁଡ଼ା, ପଠାନଗୁଡ଼ା, ପତରଳସା, ବାଦିଗୁଡ଼ା, ଖତିଆଗୁଡ଼ା ଆଦି ଗ୍ରାମର ଲୋକେ ନବରଙ୍ଗପୁର ବା ଇନ୍ଦ୍ରାବଦୀ ଯିବା ପାଇଁ ଏହି ଗୃହରେ ଅପେକ୍ଷା କରି ବସନ୍ତି । ବାହ୍ୟ ପରିବେଶକୁ ଦେଖିଲେ ଏହା ଅତି ବିଦୀର୍ଣ୍ଣ ଦେଖାଯାଉଛି । ପଞ୍ଚାୟତକୁ ଆସୁଥିବା ଅନୁଦାନରେ ଗୃହର ମରାମତି କରାଯିବାକୁ ଲୋକେ ଦାବି କରୁଛନ୍ତି ।

ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons